ପିସିସି ସଭାପତି ପଦ ଛାଡ଼ିଲେ ଅଧୀର ରଂଜନ

ପିସିସି ସଭାପତି ପଦ ଛାଡ଼ିଲେ ଅଧୀର ରଂଜନ

କୋଲକାତା: ବରିଷ୍ଠ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଆଜି ପଶ୍ଚିମବଙ୍ଗ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଆଜି ଅପରାହ୍ନରେ ରାଜ୍ୟ କଂଗ୍ରେସ କମିଟି ଶାଖାର ଏକ ବୈଠକ ହୋଇଥିଲା। ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ କଂଗ୍ରେସ ଦଳର ଖରାପ ପ୍ରଦର୍ଶନର ସମୀକ୍ଷା ପାଇଁ ଏହି ବୈଠକ ଡକା ଯାଇଥିଲା। ବୈଠକ ପରେ ଅଧୀର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ଅଧୀରଙ୍କ ଇସ୍ତଫାପତ୍ର ଗ୍ରହଣ କରାଯାଇଛି କି ନା’ ସେନେଇ ଦଳ ପକ୍ଷରୁ କୌଣସି ସୂଚନା ମିଳିନାହିଁ।

ଅନ୍ୟପକ୍ଷେ ଅଧୀର ତାଙ୍କ ଇସ୍ତଫା ସଂକ୍ରାନ୍ତରେ ସ୍ପଷ୍ଟ କରି କହିଛନ୍ତି, ସେ କେବଳ ନାମକୁ ମାତ୍ର ରାଜ୍ୟ କଂଗ୍ରେସ ଶାଖାର ମୁଖ୍ୟ ଥିଲେ। ମଲ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସ ଜାତୀୟ ସଭାପତି ହେବା ପରଠାରୁ ରାଜ୍ୟରେ କୌଣସି ସଭାପତି ନଥିଲେ। ଏବେ ପୂର୍ଣ୍ଣକାଳୀନ ସଭାପତି ନିଯୁକ୍ତ ହେବାପରେ ସମସ୍ତେ ଏ ବିଷୟ‌ରେ ଜାଣିପାରିବେ ବୋଲି ଅଧୀର କହିଛନ୍ତି। ଉଲ୍ଲେଖଯୋଗ୍ୟ, ମୁର୍ଶିଦାବାଦ ଜିଲ୍ଲାର ବହରମପୁରରୁ ୫ ଥର ଲୋକସଭା ସାଂସଦ ହୋଇଥିବା ଚୌଧୁରୀ ଚଳିତ ଥର ଟିଏମ୍‌ସି ପ୍ରାର୍ଥୀ ୟୁସୁଫ ପଠାନଙ୍କଠାରୁ ହାରି ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe