ପ୍ୟାରିସ ଅଲିମ୍ପିକ୍ସରେ ତୁର୍କୀର ସୁଟର ୟୁସୁଫ ଜିତିଲେ ରୌପ୍ୟ ବଲିଉଡ ଅଭିନେତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ

Advertisment
ପ୍ୟାରିସ ଅଲିମ୍ପିକ୍ସରେ ତୁର୍କୀର ସୁଟର ୟୁସୁଫ ଜିତିଲେ ରୌପ୍ୟ ବଲିଉଡ ଅଭିନେତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ଅବସରରେ ହଠାତ ତୁର୍କୀର ସୁଟର ୟୁସୁଫ ଡିକେକ ଭାଇରାଲ ହେବାରେ ଲାଗିଛନ୍ତି । ୫୧ ବର୍ଷୀୟ ଏହି ସୁଟର ଯେଉଁ ଶୈଳୀରେ ଆସି ପ୍ରତିଯୋଗିତାରେ ଅଂଶଗ୍ରହଣ କରି  ଐତିହାସିକ ରୌପ୍ୟ ପଦକ ହାସଲ କରିଛନ୍ତି ତାହା ସମସ୍ତଙ୍କୁ ପସନ୍ଦ ଆସିଛି ।

ରୌପ୍ୟ ପଦକ ଜିତିବା ପରେ ୟୁସୁଫ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛନ୍ତି। ଏହି କ୍ରମରେ ବଲିଉଡ ଅଭିନେତା  ଆଦିଲ ହୁସୈନ ଡିକେକଙ୍କୁ ଶୁଭେଚ୍ଛା ମିଳିବାରେ ଲାଗିଛି।

ବଲିଉଡ ଅଭିନେତା ଆଦିଲ ହୁସୈନ ଓ ୟୁସୁଫ ଡିକେକ ଦେଖିବାକୁ ଏକା ଭଳି ଦିଶୁଥିବା ହେତୁ ଜଣେ ଏକ୍ସ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ‘ଆଦିଲ ହୁସୈନ ଅଲିମ୍ପିକ୍ସ ୨୦୨୪ରେ ତୁର୍କୀ ପାଇଁ ରୌପ୍ୟ ପଦକ ଜିତିଛନ୍ତି। ସେଥିପାଇଁ ଅନେକ ଅନେକ ଶୁଭେଚ୍ଛା ।

ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଏହି ପୋଷ୍ଟ ଆଦିଲ ଦେଖିବା ପରେ ଘଟଣା କ’ଣ ତାହା ବୁଝି ପାରି ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ‘କାସ ଏହା ସତ ହୋଇଥାଆନ୍ତା… ଏବେ ବି ଅଭ୍ୟସ ପାଇଁ ସମୟ ଅଛି।’

ଲୋକଙ୍କୁ ହୁଏତ ୟୁସୁଫ ଡିକେକ ଓ ମୋ ଚେହେରା ସମାନ ଲାଗୁଥାଇପାରେ କିନ୍ତୁ ମୁଁ କହିବି ତାଙ୍କ ଚଷମା ଓ କେଶ ଛଡ଼ା ମୋ ସହିତ ଆଉ କିଚି ସମ‌ାନତା ଥିବା ଭଳି ଲାଗେ ନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe