ଜେଲ୍ ଯିବେ କି ଆଦିତ୍ୟ? ଏହି କାରଣରୁ ଏତଲା ରୁଜୁ ପାଇଁ ପୁଲିସକୁ ନୋଟିସ ପଠାଇଲା ଶିଶୁ ସୁରକ୍ଷା ଆୟୋଗ

Advertisment
ଜେଲ୍ ଯିବେ କି ଆଦିତ୍ୟ? ଏହି କାରଣରୁ ଏତଲା ରୁଜୁ ପାଇଁ ପୁଲିସକୁ ନୋଟିସ ପଠାଇଲା ଶିଶୁ ସୁରକ୍ଷା ଆୟୋଗ

ମୁମ୍ବାଇ: ଜେଲ୍ ଯାଇ ପାରନ୍ତି ଶିବସେନା ନେତା ଆଦିତ୍ୟ ଠାକରେ। ଶିଶୁ ଅଧିକାର ସୁରକ୍ଷା ଜାତୀୟ ଆୟୋଗ ଆଦିତ୍ୟଙ୍କ ବିରୋଧରେ ଏତଲା ରୁଜୁ କରିବା ପାଇଁ ମୁମ୍ବାଇ ପୁଲିସ କମିସନରଙ୍କୁ ନୋଟିସ ପଠାଇବା ପରେ ଏବେ ଏହି ଚର୍ଚ୍ଚା ଜୋର ଧରିଛି। ଆୟୋଗ ଅଭିଯୋଗ କରିଛି ଯେ ଆଦିତ୍ୟ ଏକ ବିରୋଧ ପ୍ରଦର୍ଶନ ସମୟରେ ଛୋଟ ପିଲାମାନଙ୍କ ସାହାଯ୍ୟ ନେଇଥିଲେ ଏବଂ ସେମାନଙ୍କୁ ସେହି ପ୍ରଦର୍ଶନର ସାମିଲ କରାଇଥିଲା। ଏହି ବିଷୟରେ ଜାଣିବା ପରେ ଶିଶୁ ସୁରକ୍ଷା ଆୟୋଗ ଆଦିତ୍ୟଙ୍କ ବିରୋଧରେ ଅଭିଯୋଗ ଦାଖଲ କରିବାକୁ କହିଛନ୍ତି। ଏ ସମ୍ପର୍କରେ ମୁମ୍ବାଇ ପୁଲିସକୁ ମଧ୍ୟ ନୋଟିସ ଦିଆଯାଇଛି।

ସୂଚନା ମୁତାବକ, ରବିବାର ଦିନ ଆଦିତ୍ୟ ଠାକରେ ଏକ ବିକ୍ଷୋଭରେ ଭାଗ ନେଇଥିଲେ। ଆରେ କଲୋନୀରେ ନିର୍ମାଣ ହେବାକୁ ଥିବା ମେଟ୍ରୋ ସେଡ୍ ବିରୋଧରେ ଆଦିତ୍ୟ ଏହା ପ୍ରଦର୍ଶନ କରିଥିଲେ। ସେହି ପ୍ରଦର୍ଶନରେ କିଛି ଛୋଟ ପିଲାଙ୍କୁ ମଧ୍ୟ ଏକାଠି ଦେଖିବାକୁ ମିଳିଥିଲା ​। ବର୍ତ୍ତମାନ ଏହି କାରଣ ପାଇଁ ଆଦିତ୍ୟ ଠାକରେ ଅସୁବିଧାରେ ପଡ଼ିଛନ୍ତି। ରାଜନୈତିକ ପ୍ରଦର୍ଶନରେ ସେ ପିଲାମାନଙ୍କୁ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି।ବର୍ତ୍ତମାନ ଶିଶୁ ସୁରକ୍ଷା ଆୟୋଗ ମୁମ୍ବାଇ ପୁଲିସ କମିସନରଙ୍କୁ ନୋଟିସ ଜାରି କରିଛନ୍ତି। ତିନି ଦିନ ମଧ୍ୟରେ ଆଦିତ୍ୟ ଠାକରେଙ୍କ ବିରୋଧରେ ଏତଲା ପଞ୍ଜିକରଣ କରିବାକୁ କୁହାଯାଇଛି। ଏଫଆଇଆର ପଞ୍ଜୀକରଣ କରିବା ପରେ ପୁଲିସକୁ ଶିଶୁ ସୁରକ୍ଷା ଆୟୋଗଙ୍କ ନିକଟରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ପଡିବ। ଏଭଳି ପରିସ୍ଥିତିରେ ଆଦିତ୍ୟଙ୍କ ପାଇଁ ଆଗକୁ ସମସ୍ୟା ଆହୁରି ବଢ଼ିବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe