'ହମ୍ ଶରିଫ୍ କ୍ୟା ହୁଏ, ଦୁନିଆ ବଦମାଶ ହୋ ଗଇ'; ନିିଜ ବିଧାୟକମାନେ ଧୋକା ଦେବା ପ‌ରେ ଏଭଳି କହିଲେ ଆଦିତ୍ୟ

Advertisment
'ହମ୍ ଶରିଫ୍ କ୍ୟା ହୁଏ, ଦୁନିଆ ବଦମାଶ ହୋ ଗଇ'; ନିିଜ ବିଧାୟକମାନେ ଧୋକା ଦେବା ପ‌ରେ ଏଭଳି କହିଲେ ଆଦିତ୍ୟ

ମୁମ୍ବାଇ: ଯୁବ ସେନାର ଜାତୀୟ କାର୍ଯ୍ୟକାରିଣୀ ବୈଠକକୁ ସମ୍ବୋଧିତ କରି ଆଦିତ୍ୟ ଠାକରେ ଏବେ ନିଜ ମନର କଥା ନିଜ ସମର୍ଥକମାନଙ୍କୁ ଜଣାଇଛନ୍ତି। ବିଦ୍ରୋହୀ ବିଧାୟକମାନଙ୍କୁ ଟାର୍ଗେଟ କରି ସେ ଏକ ଫିଲ୍ମର ଡାଏଲଗ କହିଥିବା ‌ଜଣାପଡ଼ିଛି। 'ହମ୍ ଶରିଫ୍ କ୍ୟା ହୁଏ, ଦୁନିଆ ବଦମାଶ ହୋ ଗଇ' ବୋଲି କହିଛନ୍ତି ଆଦିତ୍ୟ ଠାକରେ।

ତାଙ୍କ କହିବା ମୁତାବକ, ଯେଉଁମାନେ କିଛି ଦିନ ତଳେ ମୋ କାରରେ ବସିଥିଲେ ସେମାନେ ଆଜି ଆମର ବିରୋଧୀ ହୋଇଛନ୍ତି। ଏଭଳି ପରିସ୍ଥିତି ସେତେବେଳେ ଆସିଛି, ଯେତେବେଳେ ଉଦ୍ଧବ ଠାକରେ ଅସୁସ୍ଥ ଅଛନ୍ତି। ଆଜି ଯଦି ବାଲାସାହେବ ଠାକରେ କିମ୍ବା ଆନନ୍ଦ ଦିଘେ ଥାଆନ୍ତେ ଏବଂ ସେମାନଙ୍କ ସାମ୍ନାରେ ଏଭଳି କିଛି ହୋଇଥାନ୍ତେ, ତେବେ ସେମାନେ ନିଜ ଭାଷାରେ ବିଦ୍ରୋହୀଙ୍କୁ ବୁଝାଇଥାନ୍ତେ। ଏଭଳି ସ୍ଥିତିରେ ଦିଲୱାଲେ ଫିଲ୍ମରେ ଥିବା ଏକ ଡାଏଲଗ 'ହମ୍ ଶରିଫ୍ କ୍ୟା ହୁଏ, ଦୁନିଆ ବଦମାଶ ହୋ ଗଇ', ମୋର ଏବେ ମନେ ପଡ଼ୁଛି।

ଏହା ସହ ସେ ଆଉ ଏକ ବଡ଼ ଖୁଲାସା କରିଛନ୍ତି। ମେ’ ୩୦ ତାରିଖରେ ଉଦ୍ଧବ ଠାକରେ ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେବ‌ା ପାଇଁ ପ୍ରସ୍ତାବ ଦେଇଥିଲେ ବି ସିନ୍ଦେ କୌଣସି ଉତ୍ତର ରଖିନଥିଲେ ବୋଲି କହିଛନ୍ତି ଆଦିତ୍ୟ ଠାକରେ। ଏହା ସେ ସ୍ପଷ୍ଟ କରିଛନ୍ତି ଯେ ବିଦ୍ରୋହୀ ବିଧାୟକମାନଙ୍କୁ ପୁଣି ଥରେ ଦଳରେ ସାମିଲ କରାଯିବା ନାହିଁ।

ଅନ୍ୟପକ୍ଷରେ ବର୍ତ୍ତମାନ ବିଦ୍ରୋହୀ ବିଧାୟକଙ୍କ ସଂଖ୍ୟା ୪୮କୁ ବୃଦ୍ଧି ପାଇଛି। ଏଥିରେ ୩୯ଜଣ ବିଧାୟକ ଶିବସେନାର ହୋଇଥିବାବେଳେ ୯ ଜଣ ବିଧାୟକ ସ୍ୱାଧୀନ ଅଟନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe