ଅଯୋଧ୍ୟା: ସାଧୁସନ୍ଥଙ୍କ ସତ୍ୟପାଠ କରାଇବେ ଯୋଗୀ ସରକାର, ନକଲି ବାବାଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

Advertisment
ଅଯୋଧ୍ୟା: ସାଧୁସନ୍ଥଙ୍କ ସତ୍ୟପାଠ କରାଇବେ ଯୋଗୀ ସରକାର, ନକଲି ବାବାଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଲକ୍ଷ୍ନୌ: ନିକଟରେ ଦେଶର ବଡ ବଡ଼ ସନ୍ଥଙ୍କ ବିରୋଧରେ ଅପରାଧିକ ମାମଲା ଲୋକଲୋଚନକୁ ଆସିବା ପରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ସାଧୁସନ୍ଥମାନଙ୍କୁ ସତ୍ୟପାଠ ଦାଖଲ କରିବା ପାଇଁ ଯୋଗୀ ସରକାର ଆଦେଶ ଦେଇଛନ୍ତି। ଆଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ନକଲି ବାବାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶ୍ରୀରାମଙ୍କ ନଗରୀରେ ସୁରକ୍ଷା ଦୃଷ୍ଟିରୁ ଯୋଗୀ ସରକାର ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି।

ଅଯୋଧ୍ୟା ପ୍ରଶାସନ ଅନୁସାରେ ବାହାରୁ ଆସୁଥିବା ସନ୍ଥ ଓ ସେମାନଙ୍କ ରେକର୍ଡ ଯାଞ୍ଚ କରାଯିବ। ଅଯୋଧ୍ୟାରେ ରହୁଥିବା ସନ୍ଥଙ୍କ ରେକର୍ଡ ପ୍ରଶାସନ ନିକଟରେ ରହିବ। ଅଯୋଧ୍ୟାର ରାମ ଜନ୍ମଭୂମି ବିବାଦୀୟ ସ୍ଥାନ ହୋଇଥିବାରୁ ସବୁବେଳେ ସମ୍ବେଦନଶୀଳ ରହୁଛି। ପ୍ରଶାସନ କହିବା ଅନୁସାରେ ଅଯୋଧ୍ୟାକୁ ଦେଶର ବିଭିନ୍ନ ସ୍ଥାନରୁ ଓ ବିଦେଶରୁ ମଧ୍ୟ ସାଧୁବେଶରେ ଭଗବାନଙ୍କ ଦର୍ଶନ ପାଇଁ ଲୋକମାନେ ଆସିଥାନ୍ତି। ପରେ ସେମାନେ ଏଠାରେ ଥିବା ମଠ-ମନ୍ଦିରରେ ରହି ଯାଆନ୍ତି। ଏମାନେ କେତେ ସର୍ଚ୍ଚୋଟ ଜାଣିବା କଷ୍ଟକର କାମ। ଏଥି ପାଇଁ ବାହାରୁ ଆସୁଥିବା ସନ୍ଥମାନଙ୍କ ବିଷୟରେ ପ୍ରଶାସନ ନଜର ରଖିବାକୁ ନିଷ୍ପତ୍ତି ନେଇଛି।

publive-image

ସୂଚନାଯୋଗ୍ୟ, ଅଯୋଧ୍ୟାର ଅନେକ ସ୍ଥାନରେ ମନ୍ଦିର ସଂପତ୍ତି ଉପରେ ଜବରଦଖଲ ରହିଛି। ମନ୍ଦିର ସଂପତ୍ତିକୁ ଜବରଦଖଲ ନେଇ ବହୁ ଥର ହତ୍ୟାକାଣ୍ଡ ଭଳି ଘଟଣା ଦେଖିବାକୁ ମିଳିଛି। ରାମଜନ୍ମ ଭୂମିର ପୂର୍ବତନ ପୂଜାରୀ ଲାଲ ଦାସଙ୍କୁ ଅତିତରେ ହତ୍ୟା କରାଯାଇଥିଲା। ସେହିଭଳି ବାବା ରଘୁନାଥ ଦାସଙ୍କୁ ଛାବନୀ ମହନ୍ତ ରାମପ୍ରତାପ ଦାସ ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡ ଘଟଣାଗୁଡ଼ିକ ଜମି ବିବାଦକୁ କେନ୍ଦ୍ର କରି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe