ସରକାରୀ ଫି ଅନୁସାରେ ଘରୋଇ ମେଡିକାଲ କଲେଜର ୫୦% ସିଟ୍‌ରେ ନାମଲେଖା

ସରକାରୀ ଫି ଅନୁସାରେ ଘରୋଇ ମେଡିକାଲ କଲେଜର ୫୦% ସିଟ୍‌ରେ ନାମଲେଖା

The New Indian Express

ନୂଆଦିଲ୍ଲୀ : ଦେଶର ଘରୋଇ ମେଡିକାଲ କଲେଜ ଏବଂ ଡିମ୍‌ଡ ଟୁ ବି ୟୁନିଭର୍ସିଟି ଗୁଡ଼ିକରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ନାମଲେଖା ନେଇ ନ୍ୟାସନାଲ ମେଡିକାଲ କମିସନ୍ ଏକ ନୂଆ ନିର୍ଦ୍ଦେଶାବଳି ଜାରି କରିଛନ୍ତି। ଏଗୁଡ଼ିକର ୫୦ ପ୍ରତିଶତ ସିଟ୍‌ରେ ନା‌ମଲେଖା ଓ ଅନ୍ୟାନ୍ୟ ଫି ସଂପୃକ୍ତ ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳର ଫି ସହିତ ସମାନ ରହିବ। ବ୍ୟାପକ ବିଚାରବିମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି କମିସନ କହିଛନ୍ତି। ଉକ୍ତ ସୁବିଧା ପ୍ରଥମେ ସରକାରୀ କୋଟା ସିଟ୍‌ରେ ନାମ ଲେଖାଇଛନ୍ତି ସେମାନଙ୍କୁ ମିଳିବ। କିନ୍ତୁ କଲେଜ ବା ଡିମ୍‌ଡ ଟୁ ବି ୟୁନିଭର୍ସିଟିର ମୋଟ ସିଟ୍‌ର ୫୦ ପ୍ରତିଶତରେ ଏହା ସୀମିତ ରହିବ ବୋଲି ନୂଆ ନିର୍ଦ୍ଦେଶାବଳିରେ କୁହାଯାଇଛି। ଯଦି ଘରୋଇ କଲେଜରେ ସରକାରୀ କୋଟା ସିଟ୍ ସଂଖ୍ୟା ୫୦ ପ୍ରତିଶତରୁ କମ୍ ଥିବ ଅବଶିଷ୍ଟ ପ୍ରାର୍ଥୀମାନେ ମେଧାଭିତ୍ତିରେ ସରକାରୀ କଲେଜର ନାମଲେଖା ଫି ସୁବିଧା ପାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe