୩ ସାଂସଦଙ୍କ ନାମରେ ଅଛି ଦୁଷ୍କର୍ମ ଅଭିଯୋଗ !

Advertisment
ସଂସଦରେ ଉଠିଲା ଜୟପୁର ଏୟାରଷ୍ଟ୍ରିପ୍ ପ୍ରସଙ୍ଗ

Times of India

ନୂଆଦିଲ୍ଲୀ:  ଉତ୍ତରପ୍ରଦେଶରେ ହୋଇଥିବା ଦୁଷ୍କର୍ମକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଥିବାବେଳେ ଆଜି ଆମେ ଆପଣଙ୍କୁ ଏକ ଚକିତ କଲା ଭଳି ସୂଚନା ଦେବୁ | ଏଡିଆର ରିପୋର୍ଟ ଅନୁଯାୟୀ ଦୁଷ୍କର୍ମ ଅଭିଯୋଗ ଥିବା ସାଂସଦ ମଧ୍ୟ ଦେଶର ସଂସଦରେ ବସିଛନ୍ତି । ଲୋକସଭାରେ ୪୩ ପ୍ରତିଶତ ଏବଂ ରାଜ୍ୟସଭାରେ ୫୪ ପ୍ରତିଶତ ସଦସ୍ୟଙ୍କ ନାମରେ ବିଭିନ୍ନ ମାମଲାରେ ଅପରାଧିକ ମାମଲା ଚାଲିଛି। ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ରିପୋର୍ଟ ଅନୁଯାୟୀ, ଲୋକସଭା ନିର୍ବାଚନ ୨୦୧୯ ରେ ଜିତିଥିବା ୫୩୯ ସାଂସଦଙ୍କ ଆଫିଡେଭିଟ୍ ବିଶ୍ଳେଷଣ କରାଯାଇଥିଲା। ଏଥିମଧ୍ୟରୁ ୨୩୩ ଜଣ ସାଂସଦ (୪୩ ପ୍ରତିଶତ) ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଥିବା ସ୍ୱୀକାର କରିଛନ୍ତି।

ଏଥିମଧ୍ୟରୁ ୧୫୯ଜଣ (୨୯ ପ୍ରତିଶତ) ସାଂସଦ ହତ୍ୟା, ବଳାତ୍କାର, ଅପହରଣ ଏବଂ ମହିଳାଙ୍କ ପ୍ରତି ଅପରାଧ ଭଳି ଗୁରୁତର ମାମଲା ଥିବାର ସ୍ୱୀକାର କରିଛନ୍ତି। ଏହାପୂର୍ବରୁ, ୨୦୧୪ ଲୋକସଭାରେ ୩୪% ସାଂସଦ ସ୍ୱୀକାର କରିଥିଲେ ଯେ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଚାଲିଛି। ଗୁରୁତର ଅପରାଧ ମାମଲା ଥିବା ସାଂସଦଙ୍କ ସଂଖ୍ୟା ୧୧୨ ଥିଲା । ଅର୍ଥାତ୍ ୨୦୧୪ ଅପେକ୍ଷା ୨୦୧୯ରେ ଉଭୟ ଅପରାଧ ଏବଂ ଗୁରୁତର ଅପରାଧ ମାମଲା ସହିତ ଜଡିତ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି ପାଇଛି। ତିନିଜଣ ସାଂସଦଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଥିବାବେଳେ ସମୁଦାୟ ୧୯ ଜଣ ସାଂସଦଙ୍କ ଉପରେ ମହିଳାଙ୍କ ଅତ୍ୟାଚାର ସମ୍ପର୍କରେ ମାମଲା ଚାଲିଛି |

ଦୁଷ୍କର୍ମ ଅଭିଯୋଗ (IPC-376) ଅଧୀନରେ ମାମଲା ଚାଲିଥିବା ତିନିଜଣ ସାଂସଦ ହେଉଛନ୍ତି ବିଜେପିର ସୌମିତ୍ର ଖାନ୍, କଂଗ୍ରେସର ହେବି ଇଡେନ୍ ଏବଂ ୱାଇଏସଆରସିପିର ସାଂସଦ କୁରୁଭା ଜି ମାଧବ। ଏଡିଆର ଦ୍ୱାରା ଜୁଲାଇ ୨୦୨୦ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୨୯ ଜଣ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ଚାରିଜଣ ରାଜ୍ୟସଭା ସାଂସଦଙ୍କ ନାମରେ ମହିଳାଙ୍କୁ ଅତ୍ୟାଚାର ମାମଲା ଚାଲିଥିବାବେଳେ କଂଗ୍ରେସ ସାଂସଦ କେ.ସି ଭେନୁଗୋପାଲଙ୍କ ନାମରେ ଆଇପିସିର ଧାରା ୩୭୬ ଅନୁଯାୟୀ ବଳାତ୍କାର ମାମଲା ଚାଲିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe