ପୁରୁଷ ସାଥୀ ବିବାହ ଯୋଗ୍ୟ ହୋଇ ନଥିଲେ ସୁଦ୍ଧା ସାବାଳକ ଦମ୍ପତି ଏକତ୍ର ‘ଲିଭ୍‌ ଇନ୍‌’ରେ ରହିପାରିବେ: ହାଇକୋର୍ଟ

Advertisment
ପୁରୁଷ ସାଥୀ ବିବାହ ଯୋଗ୍ୟ ହୋଇ ନଥିଲେ ସୁଦ୍ଧା ସାବାଳକ ଦମ୍ପତି ଏକତ୍ର ‘ଲିଭ୍‌ ଇନ୍‌’ରେ ରହିପାରିବେ: ହାଇକୋର୍ଟ

Better India

ନୂଆଦିଲ୍ଲୀ: ସାବାଳକ ଦମ୍ପତି ଆଇନର ସୀମା ମଧ୍ୟରେ ନିଜ ଇଚ୍ଛା ଅନୁସାରେ ସେମାନଙ୍କର ଜୀବନ ବଞ୍ଚିବାର ସମସ୍ତ ଅଧିକାର ଅଛି ବୋଲି ଆଜି ପଞ୍ଜାବ ହରିୟାଣା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଯେହେତୁ, ଉଭୟେ ସାବାଳକ ସେମାନଙ୍କ ପାଇଁ କ’ଣ ଭଲ ଆଉ କ’ଣ ମନ୍ଦ ତାହାର ନିଷ୍ପତ୍ତି ଓ ବିଚାର ସେମାନେ ନିଜେ କରିବେ। ପୁରୁଷ ସାଥୀଙ୍କର ବିବାହ ଯୋଗ୍ୟ ବୟସ ହୋଇନାହିଁ ବୋଲି ଜଣେ ସାବାଳକ ଦମ୍ପତିଙ୍କ ଏକାଠି ରହିବାର ଅଧିକାରକୁ ଅସ୍ୱୀକାର କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରି ଦେଇଛନ୍ତି।

ଏସଂପର୍କିତ ଆଗତ ଏକ ମାମଲାର ଶୁଣାଣି କରି ପଞ୍ଜାବ ହରିୟାଣା ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଅଲ୍‌କା ସରିନ କହିଛନ୍ତି ଯେ, ସାବାଳକ ଦମ୍ପତି ଆଇନର ସୀମା ମଧ୍ୟରେ ନିଜ ଇଚ୍ଛା ଅନୁସାରେ ସେମାନଙ୍କର ଜୀବନ ବଞ୍ଚିବାର ସମସ୍ତ ଅଧିକାର ଅଛି। ଜଣେ ସାବାଳକ ବ୍ୟକ୍ତି କିପରି ନିଜ ଜୀବନ ବଞ୍ଚିବା ଉଚିତ ତାହା ସମାଜ ସ୍ଥିର କରିପାରିବ ନାହିଁ। ସମ୍ବିଧାନ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜୀବନର ଅଧିକାର ଗ୍ୟାରେଣ୍ଟି ଦେଇଥାଏ। ଜଣଙ୍କର ସାଥୀ ବାଛିବା ସ୍ୱାଧୀନତା ହେଉଛି ଜୀବନର ଅଧିକାରର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ। ବର୍ତ୍ତମାନର ପରିସ୍ଥିତିରେ, ଜଣେ ଝିିଅର ପିତାମାତା ନିର୍ଦ୍ଦେର୍ଶ ଦେଇ ପାରିବେ ନାହିଁ ଯେ ସେ ବୟସ୍କ ହେବା ପରଠାରୁ କିପରି ଏବଂ କାହା ସହିତ ନିଜ ଜୀବନ ବିତାଇବା ଉଚିତ। ଅଭିଭାବକମାନେ ଏକ ଶିଶୁକୁ ସେମାନଙ୍କ ସର୍ତ୍ତ ଅନୁଯାୟୀ ଜୀବନଯାପନ କରିବାକୁ ବାଧ୍ୟ କରିପାରିବେ ନାହିଁ ବୋଲି ଜଷ୍ଟିସ୍‌ ସରିନ୍‌ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।

publive-image News Nation

ଉଲ୍ଲେଖଯୋଗ୍ୟ, ଏକ ‘ଲିଭ୍‌ ଇନ୍‌ ରିଲେସନସିପ୍‌’ରେ ଏକତ୍ର ରହୁଥିବା ମହିଳା ସାଥୀଙ୍କ ବୟସ ୨୦ ବର୍ଷ ହୋଇଥିବା ବେଳେ ପୁରୁଷ ସାଥୀଙ୍କ ବୟସ ୧୯ ବର୍ଷ ଥିଲା। ଏଘଟଣା ଜାଣିବା ପରେ ପୁରୁଷ ସାଥୀର ପିତାମାତା ହାଇକୋର୍ଟରେ ଏକ ମାମଲା ଆଗତ କରି ପୁରୁଷ ସାଥୀର ବିବାହ ଯୋଗ୍ୟ ବୟସ ହୋଇ ନଥିବାରୁ ସେମାନଙ୍କୁ ଅଲଗା କରିବାକୁ କୋର୍ଟଙ୍କୁ ନିବେଦନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe