Advertisment

ପ୍ରାପ୍ତବୟସ୍କଙ୍କ ଲାଗି ଉଦ୍ଦିଷ୍ଟ ସିନେମାର ୨୪ ବର୍ଷୀୟ ଅଭିନେତ୍ରୀ ମୃତ; କିଛି ମାସ ତଳେ ଯୌନଉତ୍ପୀଡ଼ନ କଥା କହୁଥିଲେ

Advertisment
ପ୍ରାପ୍ତବୟସ୍କଙ୍କ ଲାଗି ଉଦ୍ଦିଷ୍ଟ ସିନେମାର ୨୪ ବର୍ଷୀୟ ଅଭିନେତ୍ରୀ ମୃତ; କିଛି ମାସ ତଳେ ଯୌନଉତ୍ପୀଡ଼ନ କଥା କହୁଥିଲେ

Image Courtesy of Daily Star

ତ୍ରୁଜିଲୋ: ପ୍ରାପ୍ତବୟସ୍କଙ୍କ ନିମିତ୍ତ ଉଦ୍ଦିଷ୍ଟ ଚଳଚ୍ଚିତ୍ରରେ ଅଭିନୟ କରୁଥିବା ଜଣେ ଅଭିନେତ୍ରୀଙ୍କୁ ଜାନୁଆରି ୬ ତାରିଖ ଦିନ ପେରୁ ଅନ୍ତର୍ଗତ ତ୍ରୁଜିଲୋରେ ଥିବା ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଥିବା କଥା ପୁଲିସ କହିଛି।

ମୃତା ଅଭିନେତ୍ରୀ ହେଉଛନ୍ତି, ପେରୁରେ ଥିବା ପ୍ରଖ୍ୟାତ ‘ଆଡଲ୍‌ଟ୍‌ ଫିଲ୍ମ ଷ୍ଟାର୍‌’ମାନଙ୍କ ମଧ୍ୟରେ ସବୁଠୁ ସୁପରିଚିତା ୨୪ ବର୍ଷୀୟ ଥାଇନା ଫିଲ୍‌ଡସ୍‌। ଥାଇନାଙ୍କ ଅସଲ ନାଁ ଆବିଗେଲ୍‌। ତାଙ୍କ ମୃତ୍ୟୁର କାରଣ ବିଷୟରେ ପୁଲିସ ସୂଚନା ଦେଇନାହିଁ।

କିନ୍ତୁ, ଆଉ ଜଣେ ‘ଆଡଲ୍‌ଟ୍‌ ଫିଲ୍ମ ଷ୍ଟାର୍‌’ ସୁନିଶ୍ଚିତ କରି କହିଛନ୍ତି ଯେ, ‘ଲା ରିପବ୍ଲିକା’ ସମ୍ବାଦପତ୍ରକୁ ସାକ୍ଷାତ୍‌କାର ଦେଉଥିବା ବ‌େଳେ ତାଙ୍କର ମୃତ୍ୟୁ ଘଟିଲା।

publive-image Image Courtesy of NDTV

ଆଲେଜେଣ୍ଡ୍ରା ସୁଇଟ୍‌ ନାମ୍ନୀ ସେ ଅଭିନେତ୍ରୀ କହିଛନ୍ତି, ଏ ସମ୍ବାଦ ପାଇଁ ଶୋକାତୁର ହୋଇପଡ଼ିଥିବାରୁ ମୁଁ ବିସ୍ତୃତ ଭାବେ କିଛି କହିପାରିବି ନାହିଁ।

ମାତ୍ର ୮ ମାସ ତଳେ ସେ ‘ଆଡଲ୍‌ଟ୍‌ ଇଣ୍ଡଷ୍ଟ୍ରିଜ୍‌’ରେ ଚାଲିଥିବା ଯୌନଉତ୍ପୀଡ଼ନ ଓ କ୍ୟାରିୟର୍‌ ଆରମ୍ଭ ବେଳେ ନିଜେ କେମିତି ଦୁର୍ଦ୍ଦଶା ଭୋଗିଛନ୍ତି, ତାହା କହିଥିଲେ। ସେ କହିଥିଲେ, ପ୍ରାପ୍ତ ବୟସ୍କଙ୍କ ନିମନ୍ତେ ଉଦ୍ଦିଷ୍ଟ ସିନେମାରେ କାମ ଆରମ୍ଭ କରିବା ବେଳେ ମୁଁ କଠୋର ଯୌନ ନିର୍ଯାତନା ପାଇଥିଲି। ପ୍ରଥମେ ମୋର ମନେ ହୋଇଥିଲା ଯେ, ମୁଁ ଏହା ବିରୋଧରେ ମାମଲା ରୁଜୁ କରିପାରିବି ନାହିଁ। ନିର୍ଯାତନା ଦେଉଥିବା ଲୋକେ ଭାବୁଥିଲେ, ପାରିଶ୍ରମିକ ଦେଉଛନ୍ତି ଯେତେବେଳେ, ଯାହା ଇଚ୍ଛା ତାହା କରିବେ। କିନ୍ତୁ, ତା’ପରେ ମୁଁ ଘରକୁ ଆସି ଗାଧୋଇଲି ଓ ତା’ପରେ କାନ୍ଦିଲି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe