REPRESENTATIVE PICTURE
ଚାନ୍ଦବାଲି : ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ ବଙ୍ଗୋପସାଗର ଉପକୂଳବର୍ତ୍ତୀ ସମୁଦ୍ରରୁ ଏକ ଆଡଭାନ୍ସ ଏୟାର ଡିଫେନ୍ସ ଇଣ୍ଟରସେପ୍ଟର ମିସାଇଲ ପରୀକ୍ଷା କରାଯାଇଛି। ଭଦ୍ରକ ଜିଲ୍ଲା ଧାମରାସ୍ଥିତ ଅବ୍ଦୁଲ କଲାମ ଦ୍ୱୀପରୁ ଏହି ପରୀକ୍ଷା କରାଯାଇଛି।
ଆଜି ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟେରିମ୍ ଟେଷ୍ଟ ରେଞ୍ଜ୍ର ୪ ନମ୍ବର ଲଞ୍ଚ୍ପ୍ୟାଡ୍ରୁ ପୂର୍ବାହ୍ନ ୯ଟା ୪୪ ମିନିଟ୍ ସମୟରେ ଟାର୍ଗେଟକୁ ଉତ୍କ୍ଷେପଣ କରାଯାଇଥିଲା। ପରେ ଧାମରା ନିକଟସ୍ଥ ବଙ୍ଗୋପସାଗରର ଅବ୍ଦୁଲ କାଲାମ ଦ୍ୱୀପରୁ ଆଡଭାନ୍ସ ଏୟାର ଡିଫେନ୍ସ କ୍ଷେପଣାସ୍ତ୍ରକୁ ପୂର୍ବାହ୍ଣ ୯ଟା ୪୭ ମିନିଟରେ ଛଡ଼ାଯାଇଥିଲା। ଆକାଶମାର୍ଗରେ ଆଡଭାନ୍ସ ଏୟାର ଡିଫେନ୍ସ କ୍ଷେପଣାସ୍ତ୍ର ୧୨୦ କିମି ଦୂରତାରେ ଟାର୍ଗେଟକୁ ଲକ୍ଷ୍ୟଭେଦ କରି ଧ୍ୱଂସ କର ଦେଇଥିଲା।
ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ଆଡଭାନ୍ସ ଏୟାର ଡିଫେନ୍ସ କ୍ଷେପଣାସ୍ତ୍ରର ଉଚ୍ଚତା ୭.୫ ମିଟର ଓ ଗୋଲେଇ ୦.୫ ମିଟର। ଏହା ୧.୨ଟନ୍ ଓଜନର ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ଏହା ମିସାଇଲକୁ ବହନ କରୁଥିବା ଇଞ୍ଜିନ ୧ ପର୍ଯ୍ୟାୟ ବିଶିଷ୍ଟ କଠିନ ଇନ୍ଧନ ଦ୍ୱାରା ଚାଳିତ। ବଙ୍ଗୋପସାଗର ମଧ୍ୟରେ ୧୨୦କିମି ଦୂର ପଯ୍ୟର୍ନ୍ତ ଶତ୍ରୁପକ୍ଷର ଲକ୍ଷ୍ୟଭେଦ କରି ବିଧ୍ୱଂସ କରିପାରିବାର କ୍ଷମତା ଏହାର ରହିଛି। ପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖ ସକାଳ ୧୦.୧୫ରେ ବଙ୍ଗୋପସାଗର ଉପକୂଳ ଅବଦୁଲ କଲାମ ଦ୍ୱୀପର ୪ ନମ୍ବର ଲଞ୍ଚ୍ପ୍ୟାଡ୍ରୁ ଏହାର ସଫଳ ପରୀକ୍ଷଣ ହୋଇଥିଲା।
Follow Us