ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭୂମି ପୂଜନ କାର୍ଯ୍ୟକ୍ରମ ଦେଖିବେ ଆଡ଼ଭାନୀ ଓ ମୁରଲୀ ମନୋହର ଯୋଶୀ

Advertisment
ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭୂମି ପୂଜନ କାର୍ଯ୍ୟକ୍ରମ ଦେଖିବେ ଆଡ଼ଭାନୀ ଓ ମୁରଲୀ ମନୋହର ଯୋଶୀ

Business Standard

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଅଗଷ୍ଟ ୫ରେ ହେବାକୁ ଥିବା ଭୂମି ପୂଜନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି | ବିଶେଷ କରି ଭାରତୀୟ ଜନତା ପାର୍ଟି (ବିଜେପି) ର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ ଏବଂ ଅନ୍ୟ ବରିଷ୍ଠ ନେତାମାନଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭୁମି ପୂଜନର କାର୍ଯ୍ୟକ୍ରମ ଦେଖାଯିବାର ବ୍ୟବସ୍ଥା କରାଯାଇଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ନେତାମାନଙ୍କୁ ଭୂମି ପୂଜା ଦେଖାଇବା ପାଇଁ ପ୍ରଶାସନ ଅଣ୍ଟା ଭିଡିଛି ।

ସୂତ୍ରରୁ ଜଣାପଡିଛି ଯେ ସମୁଦାୟ ପାଞ୍ଚ ଜଣ ଲୋକ ମଞ୍ଚରେ ଉପସ୍ଥିତ ରହିବେ। ମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦୀ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନର ମୁଖ୍ୟ ମୋହନ ଭାଗବତ, ସନ୍ଥ ନୃତ୍ୟ ଗୋପାଳ ଦାସ ଉପସ୍ଥିତ ରହିବେ। ଏମାନଙ୍କ ବ୍ୟତୀତ ଆଉ ଦୁଇଜଣ ସାଧୁ ରହିବେ | ଏମାନଙ୍କ ବ୍ୟତୀତ କୌଣସି ନେତା କିମ୍ବା ସାଧୁ ମଞ୍ଚରେ ରହିବେ ନାହିଁ।

ଏଠାରେ ସୂଚନା ଥାଉ କି ନୂଆ ନକ୍ସା ଅନୁସାରେ ରାମ ମନ୍ଦିର ୫ ଗମ୍ବୁଜବିଶିଷ୍ଟ ହେବ। ପୂର୍ବର ତିନି ଗମ୍ବୁଜ ସମେତ ଏଥିରେ ରଙ୍ଗମଣ୍ଡପ ଏବଂ ପ୍ରାର୍ଥନା ମଣ୍ଡପ ଯୋଗ କରାଯାଇଛି। ଅପରପକ୍ଷେ, ମୂଳ ମନ୍ଦିର ନକ୍ସାରେ ୨୧୨ ସ୍ତମ୍ଭ (ପିଲାର) ନିର୍ମାଣ ହେବାକୁ ଥିବାବେଳେ ପରିବର୍ତ୍ତିତ ନକ୍ସାରେ ୩୬୦ ସ୍ତମ୍ଭ ରହିବ ବୋଲି ଶିଳ୍ପୀ ‌ଆଶିଷ କହିଛନ୍ତି। ଅଗଷ୍ଟ ୫ ତାରିଖରେ ମନ୍ଦିର ନିର୍ମାଣ ପାଇଁ ଭୂପି ପୂଜନ ନିମନ୍ତେ ବ୍ୟାପକ ପ୍ରସ୍ତୁତି ଚାଲିଛି। ସମଗ୍ର ସହରରେ ଏଥିପାଇଁ ସାଜସଜ୍ଜା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe