ନୂ୍ଆଦିଲ୍ଲୀ : ଦ୍ବିତୀୟ ଲହରରେ ଯୁବଗୋଷ୍ଠୀ ଅଧିକ ପ୍ରଭାବିତ ହୋଇଛନ୍ତି। କୌଣସି ଜଟିଳ ସ୍ବାସ୍ଥ୍ୟ ସମସ୍ୟା ନଥାଇ ମଧ୍ୟ ଅଧିକାଂଶ ଯୁବକ ଅକାଳରେ ଆଖି ବୁଜି ଦେଉଛନ୍ତି। ଦ୍ବିତୀୟ ଲହରରେ ଉଭୟ ଯୁବଗୋଷ୍ଠୀଙ୍କ ସହ ଶିଶୁ କରୋନା ଯୋଗୁଁ ଅଧିକ ପ୍ରଭାବିତ। ତେଣୁ ଯୁବଗୋଷ୍ଠୀ ଅଧିକ ସତର୍କ ହେବାପାଇଁ ମନିପାଲ୍ ହସ୍ପିଟାଲ୍ର ଡାକ୍ତର ଶେଖର ସଲ୍କର କହିଛନ୍ତି। ଯୁବକଙ୍କଠାରେ କରୋନାର କୌଣସି ଲକ୍ଷଣ ରହୁନି। କିନ୍ତୁ ହଠାତ୍ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଉଛି। ଜଟିଳ ସ୍ବାସ୍ଥ୍ୟ ସମସ୍ୟା ନଥାଇ ମଧ୍ୟ ମୃତ୍ୟୁ ହୋଇଯାଉଛି। ଡାକ୍ତର ସଲ୍କର ଯୁବକଙ୍କୁ ୨ ଏବଂ ୩ ଥାକିଆ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଇଛନ୍ତି।
ଯୁବଗୋଷ୍ଠୀ ଅଧିକ ସତର୍କ ରହିବାକୁ ଡାକ୍ତରଙ୍କ ପରାମର୍ଶ
Advertisment
Follow Us