ବିମାନର ଚକ ଧରି କାବୁଲରୁ ଦିଲ୍ଲୀ ପହଞ୍ଚିଗଲା ଆଫଗାନ ବାଳକ

ଆଫଗାନିସ୍ତାନର ଜଣେ ୧୪ ବର୍ଷୀୟ ବାଳକ ଏପରି ଏକ କାରନାମା ପ୍ରଦର୍ଶନ କରିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ସେ କାବୁଲରୁ ଦିଲ୍ଲୀ ଯାଉଥିବା ଏକ ବିମାନର ପଛ ଚକ ଧରି ଲୁଚି ରହିଥିଲା ଏବଂ ୯୪ ମିନିଟର ବିପଦପୂର୍ଣ୍ଣ ଯାତ୍ରା ପରେ ଦିଲ୍ଲୀ ପହଞ୍ଚିଯାଇଥିଲା ।

kabul

ନୂଆଦିଲ୍ଲୀ : ଆଫଗାନିସ୍ତାନର ଜଣେ ୧୪ ବର୍ଷୀୟ ବାଳକ ଏପରି ଏକ କାରନାମା ପ୍ରଦର୍ଶନ କରିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ସେ କାବୁଲରୁ ଦିଲ୍ଲୀ ଯାଉଥିବା ଏକ ବିମାନର ପଛ ଚକ ଧରି ଲୁଚି ରହିଥିଲା ଏବଂ ୯୪ ମିନିଟର ବିପଦପୂର୍ଣ୍ଣ ଯାତ୍ରା ପରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଲା। ରବିବାର ଆଫଗାନିସ୍ତାନ ବିମାନ କମ୍ପାନୀ କେଏଏମ୍ ଏୟାରର ବିମାନରେ ଏହି ଘଟଣା ଘଟିଛି।

ତଦନ୍ତରୁ ଜଣାପଡିଛି ଯେ ବାଳକଟି ଆଫଗାନିସ୍ତାନର ବାସିନ୍ଦା। ସେ କହିଛି ଯେ ସେ ଇରାନ ଯିବାକୁ ଚାହୁଁଥିଲା କିନ୍ତୁ ସେ କାବୁଲ ବିମାନବନ୍ଦରରେ ଭୁଲବଶତଃ ଭାରତ ଯାଉଥିବା ବିମାନରେ ଚଢ଼ିଥିଲା। ସେ କୌଣସିପ୍ରକାରେ ବିମାନର ଚକ ଥିବା ସ୍ଥାନରେ ଚଢି ଲୁଚିଯାଇଥିଲା ଓ ଦିଲ୍ଲୀ ପହଞ୍ଚିଯାଇଥିଲା ।

ତଦନ୍ତରୁ ଜଣାପଡିଛି ଯେ ବାଳକଟି ଆଫଗାନିସ୍ତାନର ବାସିନ୍ଦା। ସେ କହିଛି ଯେ ସେ ଇରାନ ଯିବାକୁ ଚାହୁଁଥିଲା କିନ୍ତୁ ସେ କାବୁଲ ବିମାନବନ୍ଦରରେ ଭୁଲବଶତଃ ଭାରତ ଯାଉଥିବା ବିମାନରେ ଚଢ଼ିଥିଲା। ସେ କୌଣସିପ୍ରକାରେ ବିମାନର ଚକ ଥିବା ସ୍ଥାନରେ ଚଢି ଲୁଚିଯାଇଥିଲା ଓ ଦିଲ୍ଲୀ ପହଞ୍ଚିଯାଇଥିଲା ।  ସୁରକ୍ଷା ବିଶେଷଜ୍ଞମାନେ କହିଛନ୍ତି ଯେ ବିମାନରେ ଏପରି ଗୁପ୍ତ ଭାବରେ ଯାତ୍ରା କରିବା ଅତ୍ୟନ୍ତ ବିପଦପୂର୍ଣ୍ଣ। ଅମ୍ଳଜାନର ଅଭାବ ଏବଂ ଉଚ୍ଚତା ଯୋଗୁଁ, ଜଣେ ବ୍ୟକ୍ତି କିଛି ମିନିଟ୍ ମଧ୍ୟରେ ଚେତାଶୂନ୍ୟ ହୋଇପାରନ୍ତି କିମ୍ବା ମୃତ୍ୟୁ ମଧ୍ୟ ହୋଇପାରେ। ଏତେ ଉଚ୍ଚତାରେ ବିମାନ ଉଡିଲେ ତାପମାତ୍ରା ସାଧାରଣତଃ -୫୦ ଡିଗ୍ରୀ ପର୍ଯ୍ୟନ୍ତ ଯାଇପାରେ । ସେହିପରି ବାୟୁମଣ୍ଡଳରୁ ଅମ୍ଳଜାନ ମଧ୍ୟ କମିଯାଏ । କିନ୍ତୁ ସେ ବଞ୍ଚିଗଲା କିପରି ? କୁହାଯାଉଛି ଯେ ବିମାନ ଉଡ଼ିବା ଆରମ୍ଭ କରିବା ସମୟରେ ଚକ ଭିତରକୁ ପଶିଯାଏ । ଏହି ସମୟରେ ବାଳକଟି ବିମାନର ତଳେ ଥିବା ଚାମ୍ବରକୁ ପ୍ରବେଶ କରିଯାଇଥିବ । ସେଠାରେ ବୋଧହୁଏ ତାପମାତ୍ରା ଓ ଚାପ ସାମାନ୍ୟ ଥିବ । ଏଣୁ ବାଳକଟି ବଞ୍ଚିଯାଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe