ଦୁଇ ତାଲିବାନ ଆତଙ୍କବାଦୀଙ୍କୁ ଗୁଳି ମାରି ବାପାମାଆଙ୍କ ହତ୍ୟାର ପ୍ରତିଶୋଧ ନେଲା ୧୫ ବର୍ଷୀୟ ଆଫଗାନ ବାଳିକା

Advertisment
ଦୁଇ ତାଲିବାନ ଆତଙ୍କବାଦୀଙ୍କୁ ଗୁଳି ମାରି ବାପାମାଆଙ୍କ ହତ୍ୟାର ପ୍ରତିଶୋଧ ନେଲା ୧୫ ବର୍ଷୀୟ ଆଫଗାନ ବାଳିକା

Image Courtesy of India Today

ଗଜନି (ଆଫଗାନିସ୍ତାନ): ଦୁଇ ଜଣ ତାଲିବାନ ଆତଙ୍କବାଦୀଙ୍କୁ ଗୁଳି ମାରି ହତ୍ୟା କରିଥିବା ଜଣେ ୧୫ ବର୍ଷୀୟ ଆଫଗାନ ବାଳିକା କହିଛି ଯେ, ତାକୁ ପୁଣି ଆକ୍ରମଣ କରିବାକୁ ଚେଷ୍ଟା  କରୁଥିବା ଲୋକଙ୍କ ସହ ସେ ମୁକାବିଲା କରିବାକୁ ପ୍ରସ୍ତୁତ ଅଛି। ନିହତ ଦୁଇ ଆତଙ୍କବାଦୀ ବାଳିକାଟିର ପିତାମାତାଙ୍କୁ ତାଙ୍କ ଘର ଆଗରେ ଗୁଳି ମାରି ହତ୍ୟା କରିଥିଲେ।

‌ଗୋର୍ ଅନ୍ତର୍ଗତ କେନ୍ଦ୍ରୀୟ ପ୍ରଦେଶରେ ଥିବା ଦୂରାନ୍ତର ଗାଁରେ ଗତ ସପ୍ତାହରେ ଆତଙ୍କବାଦୀମାନେ ତାଙ୍କ ଘରେ ଚଢ଼ାଉ କରିବା ବେଳେ ୧୫ ବର୍ଷୀୟ ବାଳିକା କ୍ବାମାର୍ ଗୁଲ୍ ସେମାନଙ୍କୁ ଗୁଳି ମାରି ହତ୍ୟା କରିଥିଲା।

ଜଣେ ଆତ୍ମୀୟଙ୍କ ଘରୁ ଟେଲିଫୋନ୍ ଯୋଗେ ସେ ଗଣମାଧ୍ୟମକୁ କହିଛନ୍ତି, ମୁଁ ଆଉ ସେମାନଙ୍କୁ ଡରୁ ନାହିଁ। ପୁଣି ତାଙ୍କ ସହ ଲଢ଼ିବାକୁ ପ୍ରସ୍ତୁତ ଅଛି। ଆତ୍ମୀୟଙ୍କ ଘରେ କ୍ବାମାରକୁ ପୁଲିସ ଜଗିଛନ୍ତି। ବନ୍ଧୁକ ଧରିଥିବା ଗୁଲ୍‌ଙ୍କର ଫଟୋ ଏବେ ଅନ୍‌ଲାଇନ୍‌ରେ ପ୍ରସାରଣ ହେଉଛି।

ସେଦିନର ଘଟଣାକୁ ସ୍ମରଣ କରି ଗୁଲ୍ କହେ ରାତି ଅଧ ବେଳକୁ ତାଲିବାନ ଆତଙ୍କବାଦୀମାନେ ପହଞ୍ଚିଲେ। ସେତେବେଳକୁ ସେ ତା’ କୋଠରିରେ ୧୨ ବର୍ଷିୟ ସାନଭାଇ ସହ ଶୋଇଥିଲା। ଲୋକେ ତାଙ୍କ ଦୁଆର କବାଟ ଠେଲୁଥିବାର ଶବ୍ଦ ସେ ଶୁଣି ପାରିଲା।

publive-image Image Courtesy of Al Bawaba

ବାଧା ଦେବାକୁ ଗୁଲ୍‌ର ମାଆ ସେଠାରେ ପହଞ୍ଚିଲା ବେଳକୁ ସେମାନେ କବାଟ ଭାଙ୍ଗି ସାରିଥିଲେ। ତା’ପରେ ସେମାନେ ଗୁଲ୍‌ର ବାପାମାଆଙ୍କୁ ପଦାକୁ ନେଇ ଏକାଧିକ ଥର ଗୁଳି ଚଳାଇଲେ। ଏଥିରେ ଗୁଲ୍ ଭୟଭୀତା ହୋଇଯାଇଥିଲେ। କିନ୍ତୁ, ମୁହୂର୍ତ୍ତେ ପରେ ସେ କ୍ରୋଧର ବଶବର୍ତ୍ତୀ ହେଲା। ଘରେ ଥିବା ବନ୍ଧୁକ ନେଇ ଦୁଆର ମୁହଁକୁ ଯାଇ ତାଲିବାନ ଆତଙ୍କବାଦୀଙ୍କ ଉପରକୁ ଗୁଳି ଚଳାଇଲା। ତା’ର ବାପା ତାକୁ ଏକେ-୪୭ ଆସଲ୍ଟ୍‌ ରାଇଫଲ୍ ଚଳାଇବା ଶିଖାଇଥିଲେ।

ତାଲିବାନଙ୍କ ନେତା ପରି ମନେହେଉଥିବା ବ୍ୟକ୍ତିଜଣକ ପାଲଟା ଗୁଳି ଚଳାଇବାକୁ ଚେଷ୍ଟା କରୁଥିବା ବେଳେ ଗୁଲ୍‌ର ଭାଇ ସେଠାକୁ ଚାଲି ଆସିଲା। ସେ ଗୁଲ୍ ଠାରୁ ବନ୍ଧୁକ ନେଇ ସେ ଲୋକ ଉପରକୁ ଗୁଳି ଚଳାଇଲା। ଆହତ ହୋଇ ସେ ଘଟଣାସ୍ଥଳରୁ ଖସି ପଳାଇଲା। କିନ୍ତୁ, ପରେ ପୁଣି ଫେରିଲା।

ସେତେବେଳକୁ କେତେକ ଗ୍ରାମବାସୀ ଏବଂ ସରକାରଙ୍କୁ ସମର୍ଥନ କରୁଥିବା ଆତଙ୍କବାଦୀ ତାଙ୍କ ଘର ପାଖରେ ପହଞ୍ଚି ସାରିଥିଲେ। ତାଲିବାନ ଆତଙ୍କବାଦୀମାନେ କିଛି ସମୟ ଗୁଳି ବିନିମୟ କରିବା ପରେ ଘଟଣାସ୍ଥଳରୁ ଖସି ପଳାଇଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe