୨୪ ଘଣ୍ଟାରେ ୨୬୨ଜଣ ତାଲିବାନ ଆତଙ୍କବାଦୀଙ୍କୁ ହତ୍ୟା କଲା ଆଫଗାନିସ୍ତାନ ନିରାପତ୍ତା ବଳ; ଦେଶବ୍ୟାପୀ କର୍ଫ୍ୟୁ ଜାରି

Advertisment
୨୪ ଘଣ୍ଟାରେ ୨୬୨ଜଣ ତାଲିବାନ ଆତଙ୍କବାଦୀଙ୍କୁ ହତ୍ୟା କଲା ଆଫଗାନିସ୍ତାନ ନିରାପତ୍ତା ବଳ; ଦେଶବ୍ୟାପୀ କର୍ଫ୍ୟୁ ଜାରି

Image Courtesy of Zee News

ନୂଆଦିଲ୍ଲୀ: ମାତ୍ର ୨୪ ଘଣ୍ଟାରେ ଦେଶର ବିଭିନ୍ନ ପ୍ରଦେଶରେ ସେମାନଙ୍କ ନିରାପତ୍ତା ବଳ ପ୍ରାୟ ୨୬୨ଜଣ ତାଲିବାନ ଆତଙ୍କବାଦୀଙ୍କୁ ହତ୍ୟା କରିଥିବା କଥା ଶନିବାର ଦିନ ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରାଳୟ ଘୋଷଣା କରିଛି।

ଏହି ଅଭିଯାନ ସମୟରେ ଆହୁରି ୧୭୬ଜଣ ଆତଙ୍କବାଦୀ ଆହତ ହୋଇଛନ୍ତି ଏବଂ ୨୧ଟି ‘ଆଇଇଡି’ ବା ‘ଲ୍ୟାଣ୍ଡ୍‌ ମାଇନ୍‌’ ଅକାମି କରାଯାଇଛି ବୋଲି ନିରାପତ୍ତା ବଳ କହିଛି।

ଟୁଇଟ୍ କରି ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ, ଲଗମାନ, ନାନଗରହର, ନୁରିସ୍ତାନ, କୁଆଁର, ଗଜନି, ପକ୍ତିଆ, କାନ୍ଦାହାର, ହେରାତ୍, ବାଲ୍‌କ, ଜୌୱାଜ୍ଜାନ, ହେଲମାନ୍ଦ, କୁନ୍ଦୁଜ୍ ଏବଂ କାପିସା ପ୍ରଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ‘ଏଏନ୍‌ଡିଏସ୍‌ଏଫ୍‌’ ଅଭିଯାନ ଫଳରେ ୨୬୨ଜଣ ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ୧୭୬ ଆହତ ହୋଇଛନ୍ତି।

publive-image Image Courtesy of Anadolu Agency

ମନ୍ତ୍ରାଳୟ କହିବା ଅନୁସାରେ, ସମଗ୍ର ଦେଶରେ ଅବିରତ ନିରାପତ୍ତା ଅଭିଯାନ, ବିଶେଷକରି ତାଲିବାନ ଅଗ୍ରଣୀ ଅଞ୍ଚଳଗୁଡ଼ିକରେ, ଜାରି ରହିଛି।

ତାଲିବାନମାନେ ବିଭିନ୍ନ ସହର ଆକ୍ରମଣ କରିବା ଆଶଙ୍କା ଥିବାରୁ ଶନିବାର ଦିନ ସରକାର ପ୍ରାୟ ସମଗ୍ର ଦେଶରେ କର୍ଫ୍ୟୁ ଜାରି କରିଛନ୍ତି। କାବୁଲ ଏବଂ ଅନ୍ୟ ଦୁଇଟି ପ୍ରଦେଶ ବ୍ୟତୀତ ଅନ୍ୟତ୍ର ରାତି ୧୦ଟାରୁ ଭୋର୍ ୪ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଚଳପ୍ରଚଳ ନିଷେଧ କରାଯାଇଛି।

ଦେଶରୁ ସୈନ୍ୟ ପ୍ରତ୍ୟାହାର କରିନେବ ବୋଲି ଯୁକ୍ତରାଷ୍ଟ୍ର ଆମେରିକା ଘୋ‌ଷଣା କରିବା ପରେ ଗତ ଦୁଇ ମାସ ହେବ ତାଲିବାନ ଏବଂ ଆଫଗାନିସ୍ତାନ ସରକାରଙ୍କ ନିରାପତ୍ତା ବଳଙ୍କ ମଧ୍ୟରେ ଲଢ଼େଇ ବଢ଼ି ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe