ଦୋହଲିଲା ଆଫଗାନିସ୍ତାନ: ୮୦୦ରୁ ଅଧିକ ଜୀବନ ଗଲା, ୨୮୦୦ ଆହତ, ତୀବ୍ରତା ଥିଲା ୬.୦

ପୂର୍ବ ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ ଆତଙ୍କ ଖେଳାଇ ଦେଇଛି। ରବିବାର ରାତି ୧୧ଟା ୪୭ରେ ହୋଇଥିବା ଭୂକମ୍ପରେ ୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ପ୍ରାୟ ୨୮୦୦ ଲୋକ ଆହତ ହୋଇଛନ୍ତି।

sfhfshhfxbbv

କାବୁଲ: ପୂର୍ବ ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ ଆତଙ୍କ ଖେଳାଇ ଦେଇଛି। ରବିବାର ରାତି ୧୧ଟା ୪୭ରେ ହୋଇଥିବା ଭୂକମ୍ପରେ ୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ପ୍ରାୟ ୨୮୦୦ ଲୋକ ଆହତ ହୋଇଛନ୍ତି। ଏନ୍‌ସିଏସ୍‌ (ନ୍ୟାସନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି) ଅନୁଯାୟୀ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୦ ରହିଛି। ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭୂକମ୍ପର କେନ୍ଦ୍ରସ୍ଥଳ ୮ରୁ ୧୦ କିମି ଗଭୀରତାରେ ଥିବା ଜଣାପଡ଼ିଛି। ଭୂକମ୍ପ ଝଟ୍‌କା ଆଫଗାନିସ୍ତାନର ବିଶାଳ ଅଞ୍ଚଳ ସମେତ ପାକିସ୍ତାନ ଏବଂ ଉତ୍ତର ଭାରତ ଯାଏଁ ବ୍ୟାପିଥିଲା। ଦିଲ୍ଲୀ -ଏନ୍‌ସିଆର୍‌ ଏବଂ ଅନ୍ୟ ସହର ଗୁଡ଼ିକରେ ମଧ୍ୟ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ପ୍ରଥମେ ୬.୦ ତୀବ୍ରତାର ଭୂକମ୍ପ ହେବା ପରେ ପଛକୁ ପଛ ୪ଥର ୪.୭, ୪.୩, ୫.୦ ଓ ୫.୦ ତୀବ୍ରତାର ଭୂକମ୍ପ ହୋଇଥିଲା। ଭୂକମ୍ପରେ କୁନାର ପ୍ର‌ଦେଶର ୩ଟି ଗାଁ ସମ୍ପୂର୍ଣ୍ଣ ମାଟିରେ ମିଶି ଯାଇଛି।  ୪୦୦ରୁ ଅଧିକ ଲୋକ ଆହତ ହୋଇ ଏବେ ବିଭିନ୍ନ କ୍ଲିନିକ୍‌ରେ ଚିକିତ୍ସିତ ହେଉଛନ୍ତି। କୁନାର୍‌ ପ୍ରଦେଶର ପ୍ରାଦେଶିକ ମୁଖ୍ୟ ନଜିବୁଲ୍ଲା ହନିଫ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଥିବା କହିଛନ୍ତି। 

୨୮୦୦ ଆହତ, ତୀବ୍ରତା ଥିଲା ୬.୦
ଥରିଲା ଉତ୍ତର ଭାରତ ଓ ପାକିସ୍ତାନ
ରିଲିଫ ସାମଗ୍ରୀ ପଠାଇଲା ନୂଆଦିଲ୍ଲୀ

ଆଫଗାନ୍‌ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି, ସୋମବାର ସକାଳ ସୁଦ୍ଧା କୌଣସି ବିଦେଶ ସରକାର ସହଯୋଗ ପ୍ରଦାନ କରିନାହାନ୍ତି। ଇତିମଧ୍ୟରେ ଏସ୍‌ସିଓ ସମ୍ମିଳନୀରୁ ଭାରତ ଫେରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଫଗାନିସ୍ତାନ ଭୂକମ୍ପରେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ଭାରତ ସମସ୍ତ ସମ୍ଭାବ୍ୟ ମାନବୀୟ ସହାୟତା ପ୍ରଦାନ କରିବ ବୋଲି କହିଛନ୍ତି। ଭାରତ ପକ୍ଷରୁ ଆଫଗାନିସ୍ତାନକୁ ରିଲିଫ ସାମଗ୍ରୀ ପ୍ରେରଣ କରାଯାଇଛି। ଏଥିସହିତ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ତାଙ୍କ ଆଫଗାନିସ୍ତାନ ପ୍ରତିପକ୍ଷ ଅମିର ଖାନ୍ ମୁତ୍ତାକିଙ୍କ ସହ କଥା ହୋଇ ଆଗାମୀ ଦିନରେ ଅଧିକ ରିଲିଫ୍‌ ପଠାଯିବାର ପ୍ରତିଶ୍ରୁତି ଦେଇଛନ୍ତି। କାବୁଲକୁ ହଜାରେ ତମ୍ବୁ ଏବଂ ୧୫ ଟନ୍ ଖାଦ୍ୟସାମଗ୍ରୀ ଭାରତ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe