Image Courtesy of India Today
ନୂଆଦିଲ୍ଲୀ: ପଞ୍ଜଶୀରରେ ଚାଲିଥିବା ଲଢ଼େଇରେ ‘ଆଫଗାନିସ୍ତାନ ରୋଜିଷ୍ଟାନ୍ସ୍ ଫ୍ରଣ୍ଟ୍’ର ମୁଖପାତ୍ର ଫହୀମ ଦସ୍ତୀ ନିହତ ହୋଇଥିବା କଥା କେତେଗୁଡ଼ିଏ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ଏ ଖବର ‘ରେଜିଷ୍ଟାନ୍ସ୍ ଫୋର୍ସ’ର କେତେକ ‘ଟୁଇଟର୍’ ଆକାଉଣ୍ଟ୍ରେ ମଧ୍ୟ ପୋଷ୍ଟ୍ କରାଯାଇଛି।
ଅନ୍ୟ କୌଣସି ବିବରଣୀ ନ ଥିବା ସେହିପରି ଗୋଟାଏ ଟୁଇଟର୍ ପୋଷ୍ଟ୍ରେ ଉଲ୍ଲେଖ ଅଛି, ଗଭୀର ଦୁଃଖର ସହ ଆମେ ରିପୋର୍ଟ କରୁଛୁ ଯେ, ‘ରେଜିଷ୍ଟାନ୍ସ୍ ଫ୍ରଣ୍ଟ୍’ର ମୁଖପାତ୍ର ଫହୀମ ଦସ୍ତୀଙ୍କୁ ଆତଙ୍କବାଦୀ ତାଲିବାନ୍ ହତ୍ୟା କରିଛି।
ସାଦ୍ ମହସିନ୍ ନାମରେ ଅନ୍ୟ ଜଣେ ଟୁଇଟର୍ ବ୍ୟବହାରକାରୀ ପୋଷ୍ଟ୍ କରିଛନ୍ତି, ପଞ୍ଜଶୀରରୁ ଭୟାବହ ସମ୍ବାଦ ଆସିଛି। ଅବାଧ ଗଣମାଧ୍ୟମ ପାଇଁ ଫହୀମ ଦସ୍ତୀ ଖୁବ୍ ଉଦ୍ୟମ କରିଥିଲେ। ସେଥିପ୍ରତି ସେ ନଜର ଦେଉଥିଲେ। ତାଙ୍କର ଆତ୍ମା ଶାନ୍ତିରେ ଅବସ୍ଥାନ କରୁ।
Image Courtesy of India Todayକିନ୍ତୁ, ଏ ରିପୋର୍ଟ ସବୁ କେତେ ଦୂର ସତ୍ୟ ସେ ସଂକ୍ରାନ୍ତରେ ଏପର୍ଯ୍ୟନ୍ତ କୌଣସି ଯାଞ୍ଚ କରାଯାଇ ନାହିଁ।
ରବିବାର ଦିନ ଦସ୍ତୀ ତାଙ୍କ ଟୁଇଟର୍ ଆକାଉଣ୍ଟ୍ରେ ଲେଖିଥିଲେ ଯେ, ଏ ଅଞ୍ଚଳରୁ ଅଧିକାଂଶ ତାଲିବାନ୍ ଲଢୁଆଙ୍କୁ ବିତାଡ଼ିତ କରାଯାଇଛି। ତାଲିବାନ୍ ‘ରେଜିଷ୍ଟାନ୍ସ୍ ଫୋର୍ସ’ ସହ ଲଢ଼େଇ ଜାରି ରଖିଥିବା ବେଳେ ନିୟମିତ ଟୁଇଟ୍ କରି ଦସ୍ତୀ ସେ ଅଞ୍ଚଳର ସଦ୍ୟତମ ସୂଚନା ଜଣାଉଥିଲେ। ପ୍ରତିରକ୍ଷାତ୍ମକ ବିବୃତି ଦେଇ ସେ ଲେଖୁଥିଲେ କି, ‘ରେଜିଷ୍ଟାନ୍ସ୍ ଫୋର୍ସ’ ତାଲିବାନ୍ ସହ ଲଢ଼େଇ ଚାଲୁ ରଖିବ।
ଅନ୍ୟ ଏକ ରିପୋର୍ଟ ଅନୁସାରେ, ଏହି ଲଢ଼େଇର ଅବସାନ ନିମନ୍ତେ ବୁଝାମଣା ପାଇଁ ପ୍ରସ୍ତାବ ଦେବାକୁ ପଞ୍ଜଶୀରରେ ‘ରେଜିଷ୍ଟାନ୍ସ୍ ଫ୍ରଣ୍ଟ୍’ ରବିବାର ଦିନ ଧର୍ମଗୁରୁମାନଙ୍କୁ ଅନୁରୋଧ କରିଛି। ‘ନ୍ୟାସ୍ନାଲ୍ ରେଜିଷ୍ଟାନ୍ସ୍ ଫ୍ରଣ୍ଟ୍ ଅଫ୍ ଆଫଗାନିସ୍ତାନ’ର ମୁଖ୍ୟ ଅହମଦ୍ ମାସୌଦ୍ ସଙ୍ଗଠନର ‘ଫେସ୍ବୁକ୍ ପେଜ୍’ରେ ଏପରି ଘୋଷଣା କରିଛନ୍ତି।
Follow Us