ଆଫଗାନିସ୍ତାନର ଶେଷ ଅର୍ଥମନ୍ତ୍ରୀ ଖାଲିଦ ପାୟେନ୍ଦା ଏବେ ଆମେରିକାରେ ଉବର ଡ୍ରାଇଭର୍

Advertisment
ଆଫଗାନିସ୍ତାନର ଶେଷ ଅର୍ଥମନ୍ତ୍ରୀ ଖାଲିଦ ପାୟେନ୍ଦା ଏବେ ଆମେରିକାରେ ଉବର ଡ୍ରାଇଭର୍

India.com

ୱାସିଂଟନ: ତାଲିବାନ ଆତଙ୍କବାଦୀଙ୍କ ଦ୍ବାରା କାବୁଲ ପତନର ଅଳ୍ପଦିନ ପୂର୍ବରୁ ଆଫଗାନିସ୍ତାନ ସରକାରଙ୍କ ଅର୍ଥମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଖାଲିଦ ପାୟେନ୍ଦା ବର୍ତ୍ତମାନ ଆମେରିକାର ୱାଶିଂଟନରେ ଉବର କ୍ୟାବ୍ ଚଳାଇ ଜୀବିକା ନିର୍ବାହ କରୁଛନ୍ତି। ଏଥି ସହ ସେ ଜର୍ଜଟାଉନ୍ ୟୁନିଭର୍ସିଟିରେ ସହକାରୀ ପ୍ରଫେସର ଭାବେ କାମ କରି ସିମେଷ୍ଟାର ପିଛା ୨,୦୦୦ ଡଲାର ରୋଜଗାର କରୁଛନ୍ତି। ୱାସିଂଟନ ପୋଷ୍ଟକୁ ସାକ୍ଷାତ୍‌କାର ଦେଇ ଅସରଫ ଘନି ସରକାରର ଶେଷ ଅର୍ଥମନ୍ତ୍ରୀ କହିଲେ ଯେ, ସ୍ତ୍ରୀ ଓ ଚାରି ପିଲାଙ୍କ ପରିବାର ଚଳାଇବା ପାଇଁ ତାଙ୍କୁ ଯେଉଁ କାମ ମିଳିଛି ସେଥିରେ ସେ ସନ୍ତୁଷ୍ଟ। ନିଜ ମନ୍ତ୍ରିତ୍ବର ଶେଷ କେଇଦିନର ସ୍ମୃତିଚାରଣ କରି ପାୟେନ୍ଦା କହିଲେ ଯେ, ସେ ଅର୍ଥମନ୍ତ୍ରୀ ଥିବା ବେଳେ ଏକ ଲେବାନନ କମ୍ପାନିକୁ ଅର୍ଥ ପଇଠ କରିବାରେ ବିଫଳ ହେବାରୁ ଅସରଫ ଘନି ତାଙ୍କୁ ଏକ ପବ୍ଲିକ୍ ମିଟିଂରେ ଭର୍ତ୍ସନା କରିଥିଲେ। ଘନିଙ୍କ କ୍ରୋଧ ଦେଖି ମିଥ୍ୟା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇପାରେ ବୋଲି ତାଙ୍କର ଭୟ ସୃଷ୍ଟି ହୋଇଥିଲା। ତେଣୁ ସେ ତୁରନ୍ତ ଦେଶ ଛାଡ଼ି ଆମେରିକା ଚାଲିଆସିଲେ। ତାଙ୍କ ସ୍ତ୍ରୀ ଓ ପିଲାଛୁଆଙ୍କୁ ସପ୍ତାହକ ପୂର୍ବରୁ ଆମେରିକା ପଠାଇ ଦେଇଥିଲେ।

ଆମେରିକାରେ ପହଞ୍ଚିବାର କିଛିଦିନ ପରେ ସେ ଟିଭିରୁ ଜାଣିବାକୁ ପାଇଲେ କାବୁଲର ପତନ କଥା। ମନ୍ତ୍ରୀମାନେ ଦେଶକୁ ଲୁଟିଛନ୍ତି, ଆମେ ଆମ ଲୋକମାନଙ୍କ ପ୍ରତି ବିଶ୍ବାସଘାତକତା କରିଛୁ ବୋଲି ଘନି ସ୍ବୀକାର କରିଥିଲେ। ସବୁ ସ୍ତରରେ ବ୍ୟାପକ ଦୁର୍ନୀତି ଯୋଗୁ ଆଫଗାନିସ୍ତାନ ସରକାରର ପତନ ଘଟିଥିଲା ଓ ସେ ନିଜେ ବି ନିର୍ଦ୍ଦୋଷ ନୁହନ୍ତି ବୋଲି ଆଫଗାନିସ୍ତାନର ପୂର୍ବତନ ଅର୍ଥମନ୍ତ୍ରୀ ପାୟେନ୍ଦା ସ୍ବୀକାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe