ଅଫତାବକୁ ଯାଉଥିବା ପୁଲିସ ଭ୍ୟାନ ଉପରେ ଆକ୍ରମଣ: ଖଣ୍ଡା ଧରି ଗୋଡ଼ାଇଲେ ଲୋକେ, କହିଲେ ତାକୁ ୭୦ ଖଣ୍ଡ କରିବୁ

ଅଫତାବକୁ ଯାଉଥିବା ପୁଲିସ ଭ୍ୟାନ ଉପରେ ଆକ୍ରମଣ: ଖଣ୍ଡା ଧରି ଗୋଡ଼ାଇଲେ ଲୋକେ, କହିଲେ ତାକୁ ୭୦ ଖଣ୍ଡ କରିବୁ

Picture Courtesy: India Today

ନୂଆଦିଲ୍ଲୀ: ଦିଲ୍ଲୀରେ ଶ୍ରଦ୍ଧା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଅଫତାବ ପୁନାୱାଲାକୁ  ନେଇ ଯାଉଥିବା ପୁଲିସ ଭ୍ୟାନ ଉପରେ ଆକ୍ରମଣ। ଅଭିଯୁକ୍ତ ଅଫତାବକୁ ପୁଲିସ ଫରେନସିକ୍ ସାଇନ୍ସ ଲାବୋରେଟୋରୀ କାର୍ଯ୍ୟାଳୟରୁ ନେଇ ଯାଉଥିବା ବେଳେ ପ୍ରାୟ ୧୫ଜଣ ଲୋକ ଗାଡି ଉପରେ ଆକ୍ରମଣ କରିଥିଲେ। ଅଫତାବର ପଲିଗ୍ରାଫ ପରୀକ୍ଷା ପାଇଁ ତାକୁ ଫରେନସିକ୍ ସାଇନ୍ସ ଲାବୋରେଟୋରୀ ଅଣାଯାଇଥିଲା। ପରୀକ୍ଷା ଶେଷ ହେବା ପରେ ସେ ଭ୍ୟାନରେ ଫରେନସିକ୍ ସାଇନ୍ସ ଲାବୋରେଟୋରୀରୁ ବାହାରୁଥିବା ବେଳେ ଏଭଳି ଘଟଣା ଘଟିଥିଲା।

ସୂଚନା ଅନୁଯାୟୀ, ପ୍ରାୟ ୧୫ଜଣ ଲୋକମାନେ ପୁଲିସ ଭ୍ୟାନ୍ ଉପରେ  ଆକ୍ରମଣ ଉଦ୍ୟମ କରିଥିଲେ। ସେମାନଙ୍କ ମଧ୍ୟରୁ କେତେଜଣ ହାତରେ ଖଣ୍ଡା ଭଳି ଅସ୍ତ୍ର ଧରିଥିଲେ।  ଏହି ଆକ୍ରମଣକାରୀମାନେ ଏକ ଭ୍ୟାନରେ ଆସିଥିବା ବେଳେ ସେମାନଙ୍କ ଗାଡିରୁ ହାତୁଡ଼ି ଏବଂ ୪-୫ଟି ଖଣ୍ଡା ପୁଲିସ ଜବତ କରିଛି । ଶ୍ରଦ୍ଧା ହତ୍ୟା ମାମଲା ପରଠାରୁ ଅଫତାବକୁ ନେଇ ଲୋକଙ୍କ ମନରେ ରାଗ ରହିଥିବା ବେଳେ ଆକ୍ରମଣକାରୀମାନେ କହିଛନ୍ତି ଯେ, ଯିଏ ଏଭଳି ଘୃଣ୍ୟ କାମ କରିବ ତାଙ୍କୁ ଛଡ଼ାଯିବ ନାହିଁ। ଯିଏ ଆମ ଭଉଣୀକୁ ୩୫ଖଣ୍ଡ କରିଛି, ତାକୁ ୭୦ଖଣ୍ଡ କରିବାକୁ ଆସିଥିଲୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe