ବେନଜିରଙ୍କ ହତ୍ୟାର ୧୦ ବର୍ଷ ପରେ ନିଜକୁ ଦାୟୀ କଲା ତାଲିବାନ୍‌

Advertisment
ବେନଜିରଙ୍କ ହତ୍ୟାର ୧୦ ବର୍ଷ ପରେ ନିଜକୁ ଦାୟୀ କଲା ତାଲିବାନ୍‌

ଇସ୍‌ଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋଙ୍କ ହତ୍ୟାକୁ ୧୦ ବର୍ଷ ପୂରିଥିବ ବେଳେ ପାକିସ୍ତାନୀ ତାଲିବାନ୍‌ ସଂଗଠନ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛି। ସ୍ୱର୍ଗତ ବେନାଜିର କୁଆଡ଼େ ଆମେରିକା ସହ ମିଶି ‘ମୁଜାହିଦ୍ଦିନ-ଏ-ଇସ୍ଲାମ’ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ତାଙ୍କୁ ହତ୍ୟା କରାଯାଇଥିଲା ବୋଲି ତାଲିବାନ୍‌ ଦ୍ୱାରା ଲିଖିତ ଊର୍ଦ୍ଧୁ ଭାଷାର ଏକ ପୁସ୍ତକରେ ଉଲ୍ଲେଖ ହୋଇଥିବା ଆଜି ଜଣାପଡ଼ିଛି। ସ୍ମରଣଯୋଗ୍ୟ, ୨୦୦୭ ଡିସେମ୍ବର ୨୭ ତାରିଖରେ ପାକିସ୍ତାନ ପିପୁଲ୍ସ ପାର୍ଟିର ଅଧ୍ୟକ୍ଷ ଥିବା ବେନାଜିର ଏକ ନିର୍ବାଚନୀ ସମାବେଶରେ ଯୋଗଦେଇଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଗୁଳି ପରେ ପରେ ଘଟଣାସ୍ଥଳରେ ଆତ୍ମଘାତୀ ବିସ୍ଫୋରଣ ମଧ୍ୟ ହୋଇଥିବାରୁ ହତ୍ୟାକାରୀକୁ ଠାବ କରିବା କଷ୍ଟକର ହୋଇଥିଲା। ବିସ୍ଫୋରଣରେ ୨୪ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ତେବେ ଏହି ଘଟଣା ପାଇଁ ଏ ପର୍ଯ୍ୟନ୍ତ କୌଣସି ସଂଗଠନ ନିଜକୁ ଦାୟୀ କରିନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe