ବେଙ୍ଗାଲୁରୁ: ରେଣୁକାସ୍ବାମୀ ହତ୍ୟା ମାମଲାର ଅଭିଯୁକ୍ତ ଲୋକପ୍ରିୟ ଅଭିନେତା ଦର୍ଶନ ଥୁଗୁଦୀପା ପୁଣିଥରେ ପାରାପ୍ପାନା ଅଗ୍ରାହାର ଜେଲ୍କୁ କଏଦୀ ଭାବେ ଫେରିଛନ୍ତି। ୧୩ ବର୍ଷ ପୂର୍ବେ ୨୦୧୧ରେ ସେ ନିଜ ପତ୍ନୀଙ୍କୁ ନିର୍ଯାତନା ଦେଇଥିବା ମାମଲାରେ ଗିରଫ ହୋଇ ଜେଲ୍ରେ ରହିଥିଲେ। ସେପ୍ଟମ୍ବର ୨୦୧୧ରେ, ପତ୍ନୀ ବିଜୟଲକ୍ଷ୍ମୀଙ୍କ ଅଭିଯୋଗକ୍ରମେ ପୁଲିସ ଦର୍ଶନଙ୍କୁ ଗିରଫ କରିଥିଲା। ଘରୋଇ ହିଂସା ଓ ପତ୍ନୀଙ୍କୁ ନିର୍ଯାତନା ମାମଲାରେ କୋର୍ଟ ତାଙ୍କୁ ୨୮ ଦିନିଆ ବିଚାରବିଭାଗୀୟ ହାଜକୁ ପଠାଇଦେଇଥିଲା। କିଛି ଦିନ ପରେ ସେ ଜାମିନରେ ଜେଲ୍ରୁ ମୁକୁଳିଥିଲେ ଓ ବିଜୟଲକ୍ଷ୍ମୀ ମଧ୍ୟ ନିଜ ମାମଲାକୁ ପ୍ରତ୍ୟାହାର କରିନେଇଥିଲେ। ସଂପ୍ରତି, ରେଣୁକାସ୍ବାମୀ ହତ୍ୟା ମାମଲାରେ ଦର୍ଶନଙ୍କୁ ପୁଲିସ୍ ଜୁନ୍ ୧୧ ତାରିଖରେ ଗିରଫ କରିଥିଲା। ଦୁଇଦିନ ପୂର୍ବେ, ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ଅଭିନେତ୍ରୀ ପବିତ୍ରା ଗୌଡ଼ାଙ୍କ ସମେତ ୧୩ଜଣଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଯାଇଥିଲା। ଆଜି କୋର୍ଟ ଦର୍ଶନଙ୍କୁ ଜୁଲାଇ ୪ ତାରିଖ ଯାଏଁ ବିଚାରବିଭାଗୀୟ ହାଜତକୁ ପଠାଇଛନ୍ତି।
୧୩ ବର୍ଷ ପରେ ପୁଣି ଜେଲ୍ର କଏଦୀ ହେଲେ ଅଭିନେତା ଦର୍ଶନ
Advertisment
Follow Us