ମାଲେଗାଓଁ ବିସ୍ଫୋରଣ: ୧୭ବର୍ଷର ଅପେକ୍ଷା ପରେ ନ୍ୟାୟ ନମିଳିବାରୁ ସୁପ୍ରିମକୋର୍ଟ ଯିବେ ମୃତକଙ୍କ ପରିବାର

Advertisment

ସମସ୍ତ ଅଭିଯୁକ୍ତ ମୁକ୍ତ ହେବା ପରେ ୧୭ବର୍ଷ ଧରି ନ୍ୟାୟ ଅପେକ୍ଷାରେ ଥିବା ମୃତକଙ୍କ ପରିବାର ଏବେ ଧୈର୍ଯ୍ୟ ହରାଇଥିବା କହିଛନ୍ତି। କୋର୍ଟଙ୍କଠାରୁ ଏଭଳି ରାୟ ଆଶା କରାଯାଉନଥିଲା ବୋଲି ସେମାନେ ପ୍ରତିକ୍ରିୟା ରଖିଛନ୍ତି।

ସମସ୍ତ ଅଭିଯୁକ୍ତ ମୁକ୍ତ ହେବା ପରେ ୧୭ବର୍ଷ ଧରି ନ୍ୟାୟ ଅପେକ୍ଷାରେ ଥିବା ମୃତକଙ୍କ ପରିବାର ଏବେ ଧୈର୍ଯ୍ୟ ହରାଇଥିବା କହିଛନ୍ତି। କୋର୍ଟଙ୍କଠାରୁ ଏଭଳି ରାୟ ଆଶା କରାଯାଉନଥିଲା ବୋଲି ସେମାନେ ପ୍ରତିକ୍ରିୟା ରଖିଛନ୍ତି।

New Project (4)

ନୂଆଦିଲ୍ଲୀ: ଚର୍ଚ୍ଚାରେ ୨୦୦୮ ମାଲେଗାଓଁ ବୋମା ବିସ୍ଫୋରଣ ମାମଲାରେ ମୁମ୍ବାଇର ସ୍ୱତନ୍ତ୍ର କୋର୍ଟଙ୍କ ରାୟ। ଦଣ୍ଡ ପରିବର୍ତ୍ତେ ମିଳିଲା ମୁକ୍ତି। ଏହି ମାମଲାର ସମସ୍ତ ୭ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ। ଅଭିଯୁକ୍ତଙ୍କ ମଧ୍ୟରେ ଥି‌ଲେ ପୂର୍ବତନ ବିଜେପି ସାଂସଦ ସାଧ୍ବୀ ପ୍ରଜ୍ଞା ସିଂ ଠାକୁର, ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସାଦ ପୁରୋହିତ, ଅବସରପ୍ରାପ୍ତ ମେଜର ରମେଶ ଉପାଧ୍ୟାୟ, ସୁଧାକର ଚତୁର୍ବେଦୀ, ଅଜୟ ରହିରକର, ସୁଧାକର ଧର ଦ୍ୱିବେଦୀ ଏବଂ ସମୀର କୁଲକର୍ଣ୍ଣି। ସମସ୍ତ ଅଭିଯୁକ୍ତ ମୁକ୍ତ ହେବା ପରେ ୧୭ବର୍ଷ ଧରି ନ୍ୟାୟ ଅପେକ୍ଷାରେ ଥିବା ମୃତକଙ୍କ ପରିବାର ଏବେ ଧୈର୍ଯ୍ୟ ହରାଇଥିବା କହିଛନ୍ତି। କୋର୍ଟଙ୍କଠାରୁ ଏଭଳି ରାୟ ଆଶା କରାଯାଉନଥିଲା ବୋଲି ସେମାନେ ପ୍ରତିକ୍ରିୟା ରଖିଛନ୍ତି।

ମୃତକଙ୍କ ମଧ୍ୟରୁ ଜଣେ ଥିବା ସୟଦ ଆଝାର ସୟଦ ନିସାରଙ୍କ ବାପା କହିଛନ୍ତି ଯେ, ଆକ୍ରମଣର ୧୭ ବର୍ଷ ପରେ ମଧ୍ୟ ଆମକୁ ନ୍ୟାୟ ମିଳିଲା ନାହିଁ। ସମସ୍ତ ପ୍ରମାଣକୁ ଅଣଦେଖା କରି ରାୟ ଦିଆଯାଇଛି। ଆମେ ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଯିବୁ।

ଏହି ବିସ୍ଫୋରଣରେ ଲିଆକତ ଶେଖ ତାଙ୍କର ୧୦ ବର୍ଷର ଝିଅ ଫରହିନ ଓରଫ ଶଗୁଫ୍ତା ଶେଖ ଲିଆକତଙ୍କୁ ହରାଇଥିଲେ। ଶଗୁଫ୍ତା ଭିଖୁ ଚୌକକୁ ବଡା ପ‌ାୱ ଆଣିବା ପାଇଁ ଯାଇଥିଲା। କିନ୍ତୁ ସେହି ସମୟରେ ଦୁର୍ଘଟଣା ଘଟିବାକୁ ସେ ଆଉ ଘରକୁ ଫେରି ନଥିଲା। ଆଜି କୋର୍ଟଙ୍କ ରାୟ ଆସିବା ପରେ ଲିଆକତ ଶେଖ କୋହଭରା କଣ୍ଠରେ କହିଛନ୍ତି ଯେ, ଆଶା ଥିଲା ଆମକୁ ନ୍ୟାୟ ମିଳିବ। କିନ୍ତୁ କୋର୍ଟର ରାୟ ଆମକୁ ଭାଙ୍ଗିଦେଲା।

ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୨୯, ୨୦୦୮ରେ ମାଲେଗାଓଁର ଭିଖୁ ଚୌକରେ ଏକ ବୋମା ବିସ୍ଫୋରଣ ଘଟିଥିଲା, ଯାହା ସହରକୁ ଥରାଇ ଦେଇଥିଲା। ପରେ, ଏନଆଇଏ ସନ୍ଦିଗ୍ଧ ଅଭିଯୁକ୍ତ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କ ସମେତ ୭ଜଣଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ଦାବି କରିଥିଲା। ତେଣୁ, କୋର୍ଟ କି ନିଷ୍ପତ୍ତି ଦେବେ ତାହା ଉପରେ ସମସ୍ତଙ୍କ ନଜର ରହିଥିଲା। କିନ୍ତୁ ଏବେ ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ତାଙ୍କ ରାୟ ଦେଇ ସମସ୍ତ ସାତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାଟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe