Advertisment

Iran Conflict: ଇରାନରେ ବିକ୍ଷୋଭକାରୀଙ୍କ ନେତା ଗିରଫ: ହିଂସାତ୍ମକ ପ୍ରତିବାଦର ମାଷ୍ଟରମାଇଣ୍ଡ!

Advertisment

ଇରାନରେ ୧୯ ଦିନର ପ୍ରତିବାଦ ପରେ ଏବେ ଦେଶରେ ଶାନ୍ତି ଫେରୁଥିବା କୁହାଯାଉଛି। ଲକ୍ଷ ଲକ୍ଷ ଲୋକ ରାସ୍ତାକୁ ଓହ୍ଲାଇ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ଭଙ୍ଗାରୁଜା ଓ ପୋଡ଼ାଜଳା କରିଥିଲେ। ଅର୍ଥନୈତିକ ସଙ୍କଟ ଯୋଗୁ ସୃଷ୍ଟି ହୋଇଥିବା ପ୍ରତିବାଦର ସ୍ବର ସରକାରଙ୍କ ବିରୋଧରେ...

17bbs_32_17012026_112

ତେହେରାନ: ଇରାନରେ ୧୯ ଦିନର ପ୍ରତିବାଦ ପରେ ଏବେ ଦେଶରେ ଶାନ୍ତି ଫେରୁଥିବା କୁହାଯାଉଛି। ଲକ୍ଷ ଲକ୍ଷ ଲୋକ ରାସ୍ତାକୁ ଓହ୍ଲାଇ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ଭଙ୍ଗାରୁଜା ଓ ପୋଡ଼ାଜଳା କରିଥିଲେ। ଅର୍ଥନୈତିକ ସଙ୍କଟ ଯୋଗୁ ସୃଷ୍ଟି ହୋଇଥିବା ପ୍ରତିବାଦର ସ୍ବର ସରକାରଙ୍କ ବିରୋଧରେ ଉଠିଥିଲା। ପ୍ରତିବାଦ ସମୟରେ ବହୁ ଲୋକଙ୍କ ମୃତ୍ୟୁ ହେବା ସହ ହଜାର ହଜାର ଲୋକଙ୍କୁ ଗିରଫ କରାଯାଇଥିଲା। ଶନିବାର ଇରାନରେ ପ୍ରତିବାଦ କରୁଥିବାରୁ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ପ୍ରତିବାଦକାରୀଙ୍କ ନେତୃତ୍ୱ ନେଉଥିବା ନାଜାନିନ୍ ବାରାଦରନ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗୁଇନ୍ଦା ସୂଚନା ଆଧାରରେ ଆଇଆରଜିସି ଅଭିଯୁକ୍ତଙ୍କୁ ଗିରଫ କରିଥିବା ଦାବି କରିଛି।

ଆହୁରି ପଢ଼ନ୍ତୁ: Cricket: ୧୯ ବର୍ଷରୁ କମ ବିଶ୍ବକପ୍: ହାତ ମିଳାଇଲେନି ଭାରତ, ବାଂଲାଦେଶ ଅଧିନାୟକ

ମାଷ୍ଟରମାଇଣ୍ଡ ହୋଇଥିବା ଅଭିଯୋଗ

ନାଜାନିନ୍ ବାରାଦରନ୍‌ଙ୍କ ବିରୋଧରେ ଅଗିଯୋଗ ଅଣାଯାଇଛି ଯେ, ସେ ପ୍ରତିବାଦ ପାଇଁ ହୋଇଥିବା ହିଂସାର ମୁଖ୍ୟ କାରଣ। ତାଙ୍କ ସମ୍ପର୍କରେ ଅଧିକ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ ଆମେରିକା ସ୍ଥିତ ମାନବାଧିକାର ସଂଗଠନ ଏଚ୍‌ଆର୍‌ଏଏନ୍‌ଏ କହିଛି,ଇତିମଧ୍ୟରେ ୨,୪୦୩ ପ୍ରଦର୍ଶନକାରୀ ଓ ୧୪୭ ସରକାରୀ ସମର୍ଥକଙ୍କୁ ହତ୍ୟା କରାଯାଇଛି। ସଂଗଠନ ଅନୁଯାୟୀ, ଏପର୍ଯ୍ୟନ୍ତ ମୋଟ ୧୮,୧୩୭ ଜଣଙ୍କୁ ଗିରଫ କରାଯାଇଛି। ଇରାନ ଗିରଫ ପ୍ରତିବାଦକାରୀଙ୍କୁ ମୃତ୍ୟୁଦଣ୍ଡ ଦେବ ବୋଲି ରିପୋର୍ଟ ହୋଇଥିଲା। ସମ୍ପ୍ରତି, ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାକଚି କହିଛନ୍ତି ଯେ, ଲୋକଙ୍କୁ ମୃତ୍ୟୁଦଣ୍ଡ ଦେବାର କୌଣସି ଯୋଜନା ନାହିଁ।

ଆହୁରି ପଢ଼ନ୍ତୁ: Cricket: ୧୯ ବର୍ଷରୁ କମ ବିଶ୍ବକପ୍: ହାତ ମିଳାଇଲେନି ଭାରତ, ବାଂଲାଦେଶ ଅଧିନାୟକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe