oneindia
ଅହମ୍ମଦାବାଦ: ଦିଲ୍ଲୀର ନିର୍ଭୟା ଦୁଷ୍କର୍ମ-ହତ୍ୟାକାଣ୍ଡର ୪ଜଣ ଦୋଷୀଙ୍କୁ ଖୁବ୍ ଶୀଘ୍ର ଫାଶୀ ଦିଆଯିବ । ଏହି କ୍ରମରେ ଗୁଜୁରାଟରେ ଜଣେ ଦୁଷ୍କର୍ମକାରୀଙ୍କୁ ମଧ୍ୟ ଫାଶୀ ଖୁଣ୍ଟରେ ଝୁଲା ଯିବ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ସାବରମତୀ ଜେଲରେ ୫୮ବର୍ଷ ପରେ କୌଣସି ଦୋଷୀଙ୍କୁ ଫାଶୀ ଦିଆଯିବ ବୋଲି ଚର୍ଚ୍ଚା ହେଉଛି।
ଯେଉଁ ଦୋଷୀକୁ ଫାଶୀ ଖୁଣ୍ଟରେ ଝୁଲାଯିବ ସେ ତିନିବର୍ଷର ଶିଶୁକୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲା। ଏହି ଦୁଷ୍କର୍ମକାରୀର ନାମ ଅନିଲ ଯାଦବ। ସାବରମତୀ ଜେଲ କର୍ତ୍ତୃପକ୍ଷଙ୍କ କହିବାନୁସାରେ, ଅନିଲ ଯାଦବକୁ ଫାଶୀରେ ଝୁଲାଇବା ପାଇଁ ବାହାରୁ ଜହ୍ଲାଦଙ୍କୁ ଡାକିବାକୁ ପଡ଼ିବ। ଜହ୍ଲାଦ ପାଇଁ ତିହାର କିମ୍ବା ୟରଓ୍ଵଡା ଜେଲ ପ୍ରଶାସନ ସହିତ ଯୋଗାଯୋଗ କରାଯାଉଛି।
The Economic Timesସାବରମତୀ ଜେଲରେ ଶେଷଥର ପାଇଁ ୧୯୬୨ ମସିହାରେ ଅର୍ଥାତ ୫୮ବର୍ଷ ପୂର୍ବେ ଫାଶୀ ଦଣ୍ଡ ଦିଆଯାଇଥିଲା। ସେହିପରି ଗୁଜୁରାଟରେ ୧୯୮୯ ସେପ୍ଟେମ୍ବରରେ ଅର୍ଥାତ ୩୧ବର୍ଷ ପୂର୍ବେ ରାଜକୋଟ ଜେଲରେ ଶଶିକାନ୍ତ ମାଲି ନାମକ ଜଣେ କଏଦୀକୁ ଶେଷଥର ପାଇଁ ଫାଶୀ ଦିଆଯାଇଥିଲା। ଅନିଲ ଯାଦବକୁ ଫାଶୀ ଦିଆଗଲେ ଗୁଜୁରାଟରେ ଏହା ଅଷ୍ଟମ ଫାଶୀ ହେବ।
ଗୁଜୁରାଟ ପୁଲିସ ମହାନିର୍ଦ୍ଦେଶକ ଶିବାନନ୍ଦ ଝା ନିକଟରେ ସାବରମତୀ ଜେଲରେ ପହଞ୍ଚି ମହାତ୍ମା ଗାନ୍ଧି ଓ ସର୍ଦ୍ଦାର ପଟେଲଙ୍କ ନାମରେ ତିଆରି ହୋଇଥିବା କୋଠରୀ ପାର୍ଶ୍ୱରେ ଥିବା ଫାଶୀ ଘରକୁ ଯାଞ୍ଚ କରିଥିଲେ। ଏହି ଯାଞ୍ଚ ପରେ ଦୋଷୀଙ୍କୁ ଫାଶୀ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହାକୁ ନେଇ ଜେଲ ପ୍ରଶାସନ ଜଣେ ଦୁଷ୍କର୍ମ ଓ ହତ୍ୟାକାରୀକୁ ଫାଶୀ ହେବ ବୋଲି ସ୍ପଷ୍ଟ କରିଥିଲେ।
Follow Us