୬୧ବର୍ଷ ପରେ ବୋତଲର ରଙ୍ଗ ବଦଳାଇବାକୁ ଯାଉଛି ସ୍ପ୍ରାଇଟ, ଏହି ନୂଆ ରଙ୍ଗରେ ବଜାରକୁ ଆସିବ

Advertisment
୬୧ବର୍ଷ ପରେ ବୋତଲର ରଙ୍ଗ ବଦଳାଇବାକୁ ଯାଉଛି ସ୍ପ୍ରାଇଟ, ଏହି ନୂଆ ରଙ୍ଗରେ ବଜାରକୁ ଆସିବ

ନୂଆଦିଲ୍ଲୀ: ମଣିଷ ଭଳି ପ୍ରତ୍ୟେକ ଜିନିଷର ଏକ ସମୟସୀମା ସହ ଥାଏ। ସମୟ ଶେଷ ହେବା ପରେ ସେହି ଜିନିଷରେ ପରିବର୍ତ୍ତନ ଅଣାଯ‌ାଏ ବା କିଛି ନୂଆ ଜିନିଷକୁ ଲୋକେ ପସନ୍ଦ କରନ୍ତି। ଏବେ ସେଭଳି କିଛି ଘଟିବାକୁ ଯାଉଛି ସ୍ପ୍ରାଇଟ ବୋତଲ ସହ। ଏହାକୁ ତିଆରି କରୁଥିବା କମ୍ପ‌ାନି ଏବେ ଏଥିରେ ପରିବର୍ତ୍ତନ ଆଣିବାକୁ ଯାଉଛି। କମ୍ପାନି ୬୧ବର୍ଷ ପରେ ସ୍ପ୍ରାଇଟ ବୋତଲର ରଙ୍ଗ ବଦଳାଇବାକୁ ଯାଉଛି। ୬୧ବର୍ଷ ଧରି ବୋତଲର ରଙ୍ଗ ସବୁଜ ଥିବା ବେଳେ ଅଗଷ୍ଟ ୧ରୁ ସବୁଜ ରଙ୍ଗର ସ୍ପ୍ରାଇଟ ବୋତଲ ଆଉ ଦେଖିବାକୁ ମିଳିବ ନାହିଁ। କମ୍ପାନି ଏଥିପାଇଁ ଏକ ନୂଆ ରଙ୍ଗ ବାଛିଛି।

ସ୍ପ୍ରାଇଟ ତିଆରି କରୁଥିବା ଆମେରିକୀୟ କମ୍ପାନି କୋକା କୋଲା ଏହି ଲୋକପ୍ରିୟ ଥଣ୍ଡା ପାନୀୟ ବୋତଲର ରଙ୍ଗକୁ ୬୧ବର୍ଷ ପରେ ବଦଳାଇ ଧଳା କିମ୍ବା ଟ୍ରାନ୍ସପାରେଣ୍ଟ ବୋତଲରେ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି। ପରିବେଶ ପ୍ରତି ନିଜର ଦାୟିତ୍ବ ପୂରଣ କରିବାକୁ ଯାଇ କମ୍ପାନି ଏହି ନିଷ୍ପତ୍ତି ନେଇଛି। କମ୍ପାନି କହିଛି ଯେ ସ୍ପ୍ରାଇଟର ସବୁଜ ରଙ୍ଗର ବୋତଲକୁ ପୁନଃ ବ୍ୟବହାର ଯୋଗ୍ୟ କରାଯାଇପାରୁନାହିଁ। ତେଣୁ କମ୍ପାନି ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।

ସବୁଜ ରଙ୍ଗର ପ୍ଲାଷ୍ଟିକ୍ ବୋତଲ ପଲିଇଥାଇଲିନ ଟେରେଫଥାଲେଟରେ ତିଆରି। ତେଣୁ ଥରେ ବ୍ୟବହାର କରାଯିବା ପରେ ବୋତଲକୁ ପ୍ରାୟତଃ କାର୍ପେଟ ଏବଂ ପୋଷାକ ପରି ଏକକ ବ୍ୟବହାର ଜିନିଷ ତିଆରି କରିବା ପାଇଁ ବ୍ୟବହାର କରାଯାଏ। ହେଲେ ଧଳା ରଙ୍ଗର କିମ୍ବା ଟ୍ରାନ୍ସପାରେଣ୍ଟ ବୋତଲ ମାର୍କେଟକୁ ଆସିଲେ ଥରେ ବ୍ୟବହାର ପରେ ଏହାକୁ ପୁନଃ ବ୍ୟବହାର କରାଯାଇ ବୋତଲ ତିଆରି କରାଯାଇପାରିବ।

ତେବେ ପ୍ରଥମେ ଉତ୍ତର ଆମେରିକାରୁ ନୂଆ ବୋତଲର ବିକ୍ରି ଆରମ୍ଭ କରିବାକୁ ଯାଉଥିବା କହିଛି କମ୍ପାନି। ଧିରେ ଧିରେ, ଭାରତ ସମେତ ସମଗ୍ର ବିଶ୍ୱରେ ସ୍ପ୍ରାଇଟ ନୂଆ ରଙ୍ଗର ବୋତଲ ବିକ୍ରି କରିବ‌ା ଆରମ୍ଭ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe