representetional immage - Swarajya
କୁନୋ: ଭାରତରୁ ଚିତାବାଘ ବଂଶ ଲୋପ ପାଇବାର ୭୦ ବର୍ଷ ପରେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଜଙ୍ଗଲ ଭିତରେ ଚିତା ଖୋଲା ବୁଲୁଥିବାର ଫଟୋ ଉତ୍ତୋଳନ କରାଯାଇଛି। ଜଙ୍ଗଲ ଅଧିକାରୀମାନେ ଜଙ୍ଗଲରେ ଖୋଲା ବୁଲୁଥିବା ଅଣ୍ଡିରା ଚିତା ଓବାନର ଫଟୋ ଉଠାଇଛନ୍ତି, ଯାହାକୁ ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ମାଈ ଚିତା ଆଶା ସହ ଏହି ଜଙ୍ଗଲକୁ ଅଣାଯାଇଥିଲା।
ଦୁଇଟି ବ୍ୟାଚ୍ରେ ମୋଟ ୨୦ଟି ଚିତା ଭାରତକୁ ଆସିଛନ୍ତି। ପ୍ରଥମ ବ୍ୟାଚ୍ରେ ୮ଟି ଚିତା ଗତବର୍ଷ ସେପ୍ଟେମ୍ବର ମାସରେ ନାମିବ୍ୟାରୁ ଆସିଥିଲେ। ତା’ପରେ ଦ୍ବିତୀୟ ବ୍ୟାଚ୍ରେ ୧୨ଟି ଚିତା ଚଳିତବର୍ଷ ଫେବ୍ରୁଆରି ମାସରେ ଦକ୍ଷିଣ ଆଫ୍ରିକାରୁ ଆସିଛନ୍ତି।
ଓବାନ ଓ ଆଶାଙ୍କୁ ଗତ ମାର୍ଚ୍ଚ ୧୧ ତାରିଖରେ ତାଙ୍କ ଘେରିରୁ କାଢ଼ି ଖୋଲା ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା। କୁନୋ ଜାତୀୟ ଉଦ୍ୟାନର ଡିଏଫ୍ଓ ପ୍ରକାଶ କୁମାର ବର୍ମା କହିଛନ୍ତି, ଓବାନ ଓ ଆଶା ଏବେ ଜଙ୍ଗଲରେ ମୁକ୍ତ ଭାବରେ ବୁଲୁଛନ୍ତି। ବେଳେବେଳେ ଦୁଇ ବାଘ ପରସ୍ପରର ବିପରୀତ ଦିଗରେ ଦୌଡ଼ୁଛନ୍ତି ଏବଂ ବେଳେବେଳେ ସେମାନେ ଏକାଠି ବସୁଛନ୍ତି ଓ ଶୋଉଛନ୍ତି। ଜଙ୍ଗଲ ଅଧିକାରୀମାନେ ବାକି ଛଅଟି ନାମିବ୍ୟା ଚିତାଙ୍କୁ ଖୋଲା ଜଙ୍ଗଲରେ ଛାଡ଼ିବାକୁ ପ୍ରସ୍ତୁତି ଚଳାଇଛନ୍ତି। ବାକି ଦକ୍ଷିଣ ଆଫ୍ରିକାରୁ ଆସିଥିବା ୧୨ଟି ଚିତାଙ୍କ କ୍ବାରେଣ୍ଟାଇନ ଅବଧି ମଧ୍ୟ ଖୁବ୍ଶୀଘ୍ର ଶେଷ ହେବାକୁ ଯାଉଛି। ଏହାପରେ ସେମାନଙ୍କୁ ମଧ୍ୟ ଜଙ୍ଗଲରେ ଖାଲା ଛାଡ଼ିଦିଆଯିବ।
Follow Us