ବଦଳୁଛି ଭାରତ : ୭୪ ବର୍ଷ ପରେ ପ୍ରଥମ ଥର ଶ୍ରୀନଗରରେ ଏଲଇଡ଼ି ସ୍କ୍ରିନରେ ଲୋକ ଦେଖିଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱାଧୀନତା ଦିବସ ଭାଷଣ

Advertisment
ବଦଳୁଛି ଭାରତ : ୭୪ ବର୍ଷ ପରେ ପ୍ରଥମ ଥର ଶ୍ରୀନଗରରେ ଏଲଇଡ଼ି ସ୍କ୍ରିନରେ ଲୋକ ଦେଖିଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱାଧୀନତା ଦିବସ ଭାଷଣ

photo-dainik jagaran

ଶ୍ରୀନଗର: ୭୪ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜମ୍ମୁ-କଶ୍ମୀର ପ୍ରଶାସନ ଶ୍ରୀନଗରର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏଲଇଡି ସ୍କ୍ରିନ ଲଗାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱାଧୀନତା ଦିବସ ଭାଷଣକୁ ଲାଇଭ୍ ଦେଖାଇଥିଲା। ଏହି ଲାଇଭ୍ ସ୍କ୍ରିନ୍ ଗୁଡିକ ଶ୍ରୀନଗରର ଟିଆରସି କ୍ରସିଂ,  ଜାହାଙ୍ଗୀର ଛକ ସହିତ ଅନ୍ୟାନ୍ୟ ମୁଖ୍ୟ ସ୍ଥାନରେ ପ୍ରୋଜେକ୍ଟର୍ ମାଧ୍ୟମରେ ଲଗାଯାଇଥିଲା |

ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ପରେଡ ଅଭିବାଦନ ଗ୍ରହଣ କରିବା ପରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣ ଆରମ୍ଭ ହୋଇଥିଲା ସେତେବେଳେ ଲୋକମାନେ କିଛି ସ୍ଥାନରେ ଏକାଠି ହୋଇଥିଲେ। ସୂଚନା ଥାଉ କି ଧାରା ୩୭୦ ହଟାଯିବା ପରେ ଜମ୍ମୁ-କଶ୍ମୀର ଏବଂ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ଭାବରେ ଆଜି ପ୍ରଥମ ସ୍ୱାଧୀନତା ଦିବସ ପାଳନ କରାଯାଇଛି |

publive-image photo-dainik jagaran

ଜଣେ ଅଧିକାରୀ କହିଛନ୍ତି ଯେ ଶ୍ରୀନଗର ଅଞ୍ଚଳରେ ବଡ ପରଦାରେ ପ୍ରଧାନମନ୍ତ୍ରୀଙ୍କ ସ୍ୱାଧୀନତା ଦିବସର ଭାଷଣ ଏହା ପ୍ରଥମ ଥର ପାଇଁ ପ୍ରଦର୍ଶିତ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ଭାଷଣ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ଶ୍ରୀନଗରର ବିଭିନ୍ନ ସ୍ଥାନରେ ଏକ ବଡ଼ ପରଦା ଲଗାଯାଇଥିଲା। ଭାରତର ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଜମ୍ମୁକାଶ୍ମୀରରେ ଏଥର ସ୍ୱାଧୀନତା ଦିବସକୁ ପାଳନ କରାଯାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe