Image Courtesy of Deccan Chronicle
ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କର ଇସ୍ରାଏଲୀୟ ପ୍ରତିପକ୍ଷ ବେଞ୍ଜାମିନ୍ ନେତାନ୍ୟାହୁ ବୁଧବାର ପୂର୍ବାହ୍ନରେ ଅହମଦାବାଦରେ ପହଞ୍ଚି ଆଠ କିଲୋମିଟର ଦୀର୍ଘ ରୋଡ୍ସୋ’ରେ ଯାଇ ସାବରମତୀ ଆଶ୍ରମରେ ପହଞ୍ଚିଥିଲେ।
ଅହମଦାବାଦ ବିମାନ ବନ୍ଦରରୁ ସାବରମତୀ ଆଶ୍ରମ ଯାଏଁ ନିରାପତ୍ତା ବ୍ୟବସ୍ଥା ସୁଦୃଢ଼ କରାଯାଇଥିଲା। ଇସ୍ରାଏଲୀୟ ପ୍ରଧାନମନ୍ତ୍ରୀ ଓ ତାଙ୍କ ପତ୍ନୀଙ୍କୁ ବିମାନ ବନ୍ଦର ଠାରେ ପାଛୋଟି ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଇସ୍ରାଏଲୀୟ ପ୍ରଧାନମନ୍ତ୍ରୀ ଓ ତାଙ୍କ ପତ୍ନୀ ସାରା ସାବରମତୀ ଆଶ୍ରମରେ ଗୋଟାଏ ବାର୍ତ୍ତା ଲେଖିଥିଲେ। ସେମାନେ ଲେଖିଥିଲେ: ମାନବତାର ପ୍ରେରଣା ଜଣେ ମହାନ ମହାପୁରୁଷ ମହାତ୍ମା ଗାନ୍ଧୀଙ୍କ ଖନ୍ଦାଶାଳକୁ ଏକ ପ୍ରେରଣାଦାୟୀ ଗସ୍ତ।
ସାବରମତୀ ଆଶ୍ରମରେ ମୋଦି ଓ ନେତାନ୍ୟାହୁ ଗୁଡ଼ି ମଧ୍ୟ ଉଡ଼ାଇ ଥିଲେ।
Follow Us