୮୦ ବର୍ଷ ପ‌ରେ ତାମିଲନାଡୁ ମନ୍ଦିରରେ ପ୍ରବେଶ କଲେ ଦଳିତ

Advertisment
୮୦ ବର୍ଷ ପ‌ରେ ତାମିଲନାଡୁ ମନ୍ଦିରରେ ପ୍ରବେଶ କଲେ ଦଳିତ

India Today

ନୂଆଦିଲ୍ଲୀ: ତାମିଲନାଡ଼ୁର ତିରୁବନ୍ନମଲାଇର ଏକ ମନ୍ଦିରରେ ଦଳିତମାନେ ପୂଜାର୍ଚ୍ଚନା କରିଛନ୍ତି। ତାମିଲନାଡୁର ମୁଥୁ ମରିୟମ୍ମାନ ମନ୍ଦିରରେ ଦଳିତମାନଙ୍କୁ ପ୍ରବେଶ ମନା ଥିଲା। ଦୀର୍ଘ ୮୦ ବର୍ଷ ହେବ ଏହି ମନ୍ଦିରକୁ କୌଣସି ଦଳିତ ପ୍ରବେଶ କରିନଥିଲେ। କିନ୍ତୁ ତାମିଲନାଡ଼ୁର ଏକ ଅନୁସୂଚିତ ଜାତିର ପ୍ରା‌ୟ ୩୦୦ରୁ ଅଧିକ ମହିଳା, ପୁରୁଷ ଏବଂ ଶିଶୁ ରବିବାର ଦିନ କଡ଼ା ପୁଲିସ ସୁରକ୍ଷା ମଧ୍ୟରେ ମନ୍ଦିରରେ ପ୍ର‌ବେଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଏହି ମନ୍ଦିରରେ ପୋଙ୍ଗଲ ସମୟରେ ବାର୍ଷିକ ଉତ୍ସବ ହୁଏ। ଦୀର୍ଘ ୧୨ ଦିନର ବା‌ର୍ଷିକୋତ୍ସବରୁ ଦଳିତମାନେ ଗୋଟିଏ ଦିନ ଉତ୍ସବରେ ସାମିଲ ହେବାପାଇଁ ଏବଂ ମନ୍ଦିରରେ ପ୍ରବେଶ କରିବାପାଇଁ ଅନୁମତି ମାଗିଥିଲେ। ସେମାନେ ଗ୍ରାମର ମୁଖିଆଙ୍କଠାରୁ ଏହି ଅନୁମତି ମାଗିଥିଲେ। କିନ୍ତୁ ଗ୍ରାମର ମୁଖିଆ ଏଥିପାଇଁ ଅନୁମତି ଦେଇନଥିଲେ। ଏହାପରେ ସେମାନେ ତିରୁବନ୍ନମଲାଇର ହିନ୍ଦୁ ରିଲିଜିୟସ ଆ‌ଣ୍ଡ ଚାରିଟେବଲ ଏଣ୍ଡୋମେଣ୍ଟ୍‌ସଙ୍କୁ ଅନୁରୋଧ କରିଥିଲେ। ଦଳିତମାନଙ୍କ ଅଭିଯୋଗ ଶୁଣିବାପରେ ଏନେଇ ତଦନ୍ତ ଆରମ୍ଭ ହୋଇଥିଲା। ସତ ଜଣାପଡ଼ିବାପରେ ଦଳିତଙ୍କର ମନ୍ଦିର ପ୍ରବେଶ ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe