ଅହମ୍ମଦାବାଦ ଷ୍ଟାଡିୟମ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମରେ ନାମିତ ହେଲା ମେଡିକାଲ କଲେଜ

Advertisment
ଅହମ୍ମଦାବାଦ ଷ୍ଟାଡିୟମ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମରେ ନାମିତ ହେଲା ମେଡିକାଲ କଲେଜ

ନୂଆଦିଲ୍ଲୀ: ଅମ୍‌ଦାଭାଦ ମ୍ୟୁନିସିପାଲିଟି କର୍ପୋରେସନ (ଏଏମସି) ଏହାର ଏଏମସି ଏମଇଟି ମେଡିକାଲ କଲେଜକୁ ନରେନ୍ଦ୍ର ମୋଦୀ ମେଡିକାଲ କଲେଜ ନାମରେ ନାମିତ କରିବ। ଏ ନେଇ ଏଏମସିର କମିଟି ବୈଠକ ସମୟରେ ଷ୍ଟାଣ୍ଡିଂ କମିଟି ସମ୍ମୁଖରେ ଏକ ପ୍ରସ୍ତାବ ରଖାଯାଇଥିଲା। ଚଳିତ ବର୍ଷ ପ୍ରାରମ୍ଭରେ ଅହମ୍ମଦାବାଦ ସର୍ଦ୍ଦାର ବଲ୍ଲଭଭାଇ ପଟେଲ କ୍ରିକେଟ୍‌ ଷ୍ଟାଡିୟମର ନାମ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ରଖାଯିବା ପରେ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏପରି ନିଷ୍ପତ୍ତି ନିଆ ଯାଇଥିଲା।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଏହି ଏଏମସି ଏମଇଟି ମେଡିକାଲ କଲେଜଟି ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ରଭାଇ ମୋଦୀଙ୍କ ପୂର୍ବତନ ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନରେ ରହିିଛି। ମେଡିକାଲ କଲେଜରେ ବର୍ତ୍ତମାନ ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମ ପଢ଼ା ଯାଉଛି। ଏବଂ ଏହି ମେଡିକାଲ କଲେଜରେ ୧୭୦ଟି ସିଟ୍‌ ରହିଛି।

ସେପ୍ଟେମ୍ବର ୧୪ରେ, ଏଏମସି ଏମଇଟିର କାର୍ଯ୍ୟନିର୍ବାହୀ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଏଏମସି ଏମଇଟି ମେଡିକାଲ କଲେଜର ନାମକୁ ନରେନ୍ଦ୍ର ମୋଦୀ ମେଡିକାଲ କଲେଜ ନାମରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଆଜି ଏହି ପ୍ରସ୍ତାବକୁ ଏଏମସିର ସ୍ଥାୟୀ କମିଟି ଅନୁମୋଦନ ପ୍ରଦାନ କରିଛି। ଫଳରେ ଏଏମସି ଏମଇଟି ମେଡିକାଲ କଲେଜ ଆଜି ଠାରୁ ଆନୁଷ୍ଠାନିକ ଭାବେ ନରେନ୍ଦ୍ର ମୋଦୀ ମେଡିକାଲ କଲେଜ ଭାବେ ନୂତନ ନାମରେ ନାମିତ ହୋଇ ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe