ଆହ୍ଲାବାଦ ପରେ ସିମଲାର ନାମ ହେବ ପରିବର୍ତ୍ତନ! ଶ୍ୟାମଳା ରଖିବାକୁ ହିମାଳଚ ପ୍ରଦେଶ ସରକାର କରୁଛନ୍ତି ବିଚାର

Advertisment
ଆହ୍ଲାବାଦ ପରେ ସିମଲାର ନାମ ହେବ ପରିବର୍ତ୍ତନ! ଶ୍ୟାମଳା ରଖିବାକୁ ହିମାଳଚ ପ୍ରଦେଶ ସରକାର କରୁଛନ୍ତି ବିଚାର

ସିମଲା: ହିମାଚଳ ପ୍ରଦେଶ ସରକାର ସିମଲାର ନାମ ପରିବର୍ତ୍ତନ କରି ଶ୍ୟାମଳା ରଖିବାକୁ ବିଚାର କରୁଛନ୍ତି। ବ୍ରିଟିଶ ଶାସକଙ୍କ ସଙ୍କେତକୁ ପରିବର୍ତ୍ତନ କରାଯାଉ ବୋଲି ଏକ ହିନ୍ଦୁ ସଂଗଠନ ଦାବି କରିଛି। ଦାବି ଅନୁସାରେ, ଇଂରେଜମାନେ ଆସିବା ପୂର୍ବରୁ ସିମଲାର ନାମ ଶ୍ୟାମଳା ଥିଲା। ସାଧାରଣ ଜନତାଙ୍କ ଦାବିକୁ ଦୃଷ୍ଟିରେ ରଖି ମୋ ସରକାର ଲୋକଙ୍କ ମତାମତ ନେବ ବୋଲି ଶୁକ୍ରବାର ସନ୍ଧ୍ୟାରେ ଜାଖୁ ମନ୍ଦିର ପରିସରରେ ଆୟୋଜିତ ଦଶହରା ମହୋତ୍ସବରେ ମୁଖ୍ୟମନ୍ତ୍ରୀ ଜୟରାମ ରମେଶ କହିଛନ୍ତି।

ଉତ୍ତରପ୍ରଦେଶ ସରକାର ଆହ୍ଲାବାଦର ନାମ ପରିବର୍ତ୍ତନ କରି ପ୍ରୟାଗରାଜ ରଖିବା ପରେ ସିମଲାର ନାମ ପରିବର୍ତ୍ତନ କରିବା ପ୍ରେରଣା ମିଳିଛି। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବିପିନ ପରମାର କହିଛନ୍ତି, ଇଂରେଜମାନଙ୍କ ଗ୍ରୀଷ୍ମକାଳୀନ ରାଜଧାନୀ ‘ସିମଲା’ର ନାମ ପରିବର୍ତ୍ତନ କରିବାରେ କୌଣସି ଅସୁବିଧା ନାହିଁ। ଇଂରେଜମାନେ ୧୮୬୪ରୁ ଦେଶ ସ୍ୱାଧୀନତା ପାଇବା ପର୍ଯ୍ୟନ୍ତ ସିମଲାକୁ ରାଜଧାନୀ ଭାବରେ ବ୍ୟବହାର କରୁଥିଲେ।

ବିଶ୍ୱ ହିନ୍ଦୁ ପରିଷଦ ବହୁ ଦିନରୁ ସିମଲାର ନାମ ପରିବର୍ତ୍ତନ କରିବା ପାଇଁ ଦାବି କରିଆସୁଛି। ବର୍ଷ ୨୦୧୬ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହ ଏହାକୁ ବାତିଲ କରିଥିଲେ। ସେ କହିଥିଲେ ଅନ୍ତର୍ଜାତୀୟ ସ୍ତରରେ ପର୍ଯ୍ୟଟନ ପାଇଁ ସିମଲାର ନାମ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe