ଗିରଫ ହୋଇ ଜାମିନରେ ଗଲେ ମାଲ୍ୟା

Advertisment
ଗିରଫ ହୋଇ ଜାମିନରେ ଗଲେ ମାଲ୍ୟା

ନୂଆଦିଲ୍ଲୀ: ବ୍ୟାଙ୍କ ଋଣ ପରିଶୋଧ ନକରି ଇଂଲଣ୍ଡ ପଳାଇଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଆଜି ଲଣ୍ଡନ୍‌ରେ ଗିରଫ କରାଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ରୁଜୁ ହୋଇଥିବା ଦ୍ୱିତୀୟ ମନି ଲଣ୍ଡରିଂ ମାମଲାରେ ମାଲ୍ୟାଙ୍କୁ ଗିରଫ କରାଯାଇଥିବା ବ୍ରିଟେନ୍‌ର ତଦନ୍ତକାରୀ ସଂସ୍ଥା ସିପିଏସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଗିରଫ ପରେ ତାଙ୍କୁ େଓ୍ଵଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତରେ ହାଜର କରାଯାଇଥିଲା। ସେଠାରେ ଶୁଣାଣି ପରେ ତାଙ୍କୁ ଜାମିନ ମିଳିଯାଇଛି। ଅଦାଲତ ବାହାରେ ସେ ନିଜକୁ ନିରୀହ ବୋଲି ଦାବି କରିଥିଲେ। ତାଙ୍କ ବିରୋଧରେ ଅଣାଯାଇଥିବା ସମସ୍ତ ଅଭିଯୋଗକୁ ସେ ଖଣ୍ଡନ କରିଥିଲେ। ଏପରିକି ତାଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗଗୁଡ଼ିକ ମନଗଢ଼ା ବୋଲି କହିଥିଲେ।
ଚିଫ୍‌ ମାଜିଷ୍ଟ୍ରେଟ୍‌ ଏମା ଲୁଇସ୍‌ ଆର୍ବଥନଟ୍‌ ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲାର ଶୁଣାଣି କରୁଛନ୍ତି।

ପୂର୍ବରୁ ତାଙ୍କୁ ଯେଉଁ ସର୍ତ୍ତରେ ଜାମିନ ଦିଆଯାଇଥିଲା ଏବେ ମଧ୍ୟ ସେହି ସର୍ତ୍ତରେ ବିଚାରପତି ତାଙ୍କୁ ଜାମିନ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ନଭେମ୍ବର ୨୦ରେ ହେବ। ଉଲ୍ଲେଖଯୋଗ୍ୟ ଯେ, ଭାରତ ସରକାରଙ୍କ ପ୍ରତ୍ୟର୍ପଣ ଅନୁରୋଧ ପତ୍ର ପାଇବା ପରେ ଚଳିତ ବର୍ଷ ଏପ୍ରିଲ ୧୮ରେ ସ୍କଟଲାଣ୍ଡ୍‌ ୟାର୍ଡ ପୁଲିସ ତାଙ୍କୁ ଗିରଫ କରିଥିଲା। ବିଜୟ ମାଲ୍ୟା କିଙ୍ଗଫିସର ଏୟାରଲାଇନ୍ସ ପାଇଁ ବିଭିନ୍ନ ବ୍ୟାଙ୍କରୁ ୯୦୦୦ କୋଟି ଟଙ୍କାରୁ ଋଣ ନେଇଥିଲେ। ସେହି ଋଣକୁ ପରିଶୋଧ ନକରି ସେ ଗତବର୍ଷ ମାର୍ଚ୍ଚରୁ ଦେଶ ଛାଡ଼ି ଲଣ୍ଡନରେ ବାସ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe