ଅଯୋଧ୍ୟା ପରାଜୟ ପରେ... ମିଲ୍କିପୁର ବିଜେପି ପାଇଁ ସମ୍ମାନର ପ୍ରଶ୍ନ

Advertisment

ଅଯୋଧ୍ୟାର ଫୈଜାବାଦ ଲୋକସଭା ଆସନରେ ସମାଜବାଦୀ ପାର୍ଟିଠାରୁ ବିଜେପିର ପରାଜୟର କିଛି ମାସ ପରେ ଏହି ନିର୍ବାଚନ ମଣ୍ଡଳୀର ବିଧାନସଭା କ୍ଷେତ୍ର ମିଲ୍କିପୁର ଉପନିର୍ବାଚନ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି।

ଅଯୋଧ୍ୟାର ଫୈଜାବାଦ ଲୋକସଭା ଆସନରେ ସମାଜବାଦୀ ପାର୍ଟିଠାରୁ ବିଜେପିର ପରାଜୟର କିଛି ମାସ ପରେ ଏହି ନିର୍ବାଚନ ମଣ୍ଡଳୀର ବିଧାନସଭା କ୍ଷେତ୍ର ମିଲ୍କିପୁର ଉପନିର୍ବାଚନ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି।

jjnn552

ଅଯୋଧ୍ୟା: ଅଯୋଧ୍ୟାର ଫୈଜାବାଦ ଲୋକସଭା ଆସନରେ ସମାଜବାଦୀ ପାର୍ଟିଠାରୁ ବିଜେପିର ପରାଜୟର କିଛି ମାସ ପରେ ଏହି ନିର୍ବାଚନ ମଣ୍ଡଳୀର ବିଧାନସଭା କ୍ଷେତ୍ର ମିଲ୍କିପୁର ଉପନିର୍ବାଚନ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି। ବିଜେପି ଅନେକ ମନ୍ତ୍ରୀ ଓ ବିଧାୟକଙ୍କୁ ରାଲି କରିବା ପାଇଁ ନିୟୋଜିତ କରିଥିଲା ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜେ ଏକାଧିକ ଥର ସେଠାରେ ପ୍ରଚାର କରିଥିଲେ। ବୁଧବାର (ଆଜି) ମିଲ୍କିପୁରରେ ମତଦାନ  ସୁରୁଖୁରୁରେ ସଂପନ୍ନ ହୋଇଛି। ଏଥର ଭୋଟରମାନଙ୍କୁ ଅଯୋଧ୍ୟା (ଫୈଜାବାଦ ଲୋକସଭା ଆସନ) ପରାଜୟର ପ୍ରତିଶୋଧ ନେବାକୁ ବିଜେପି ଆହ୍ୱାନ ଦେଇଥିଲା। ଏଠାରେ ପ୍ରାୟ ୬୬ ପ୍ରତିଶତ ମତଦାନ ହୋଇଛି। ୟୁପିର ମିଲ୍କିପୁର ଉପନିର୍ବାଚନ ପାଇଁ ଭୋଟ୍ ଗଣତି ଫେବ୍ରୁଆରି ୮ତାରିଖରେ ହେବ। 

୨୦୨୪ ଜୁନ୍‌ରେ ହୋଇଥିବା ଲୋକସଭା ନିର୍ବାଚନରେ ଫୈଜାବାଦରେ ବିଜେପି ସମାଜବାଦୀ ପାର୍ଟିର ଅବଧେଶ ପ୍ରସାଦଙ୍କଠାରୁ ୫୪,୦୦୦ ଭୋଟ୍ ବ୍ୟବଧାନରେ ପରାସ୍ତ ହୋଇଥିଲା। ଅବଧେଶ ପ୍ରସାଦଙ୍କ ପୁଅ ଅଜିତ ପ୍ରସାଦଙ୍କୁ ଏବେ ମିଲ୍କିପୁର ବିଧାନସଭା ଉପନିର୍ବାଚନରେ ସପା ପ୍ରାର୍ଥୀ କରିଛି। ଫୈଜାବାଦରେ ଏହି ପରାଜୟ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା, ଯେଉଁମାନେ ସେହି ବର୍ଷ ଜାନୁଆରିରେ ରାମମନ୍ଦିର ପ୍ରତିଷ୍ଠା ସମାରୋହ ପରେ ବିଜେପି ଆରାମରେ ଜିତିବ ବୋଲି ଆଶା କରିଥିଲେ। ଅଖିଳେଶ ଯାଦବଙ୍କ ନେତୃତ୍ୱାଧୀନ ଏସ୍‌ପିକୁ ତୀବ୍ର ସମାଲୋଚନା କରି ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି, ଭୋଟରମାନେ ଚାହିଲେ ସମାଜବାଦୀ ପାର୍ଟି ମିଲ୍କିପୁର ଉପନିର୍ବାଚନରେ ଅମାନତ ହରାଇବ। 

ଏସ୍‌ସି ସଂରକ୍ଷିତ ଆସନ ମିଲ୍କିପୁରରେ ବିଜେପି ୩୯ ବର୍ଷୀୟ ଚନ୍ଦ୍ରଭାନୁ ପାଶୱାନଙ୍କୁ ପ୍ରାର୍ଥୀ କରିଛି। ସପାର ଅବଧେଶ ପ୍ରସାଦ ଫୈଜାବାଦ ଲୋକସଭା ଆସନରୁ ବିଜୟୀ ହୋଇ ବିଧାୟକ ପଦରୁ ଇସ୍ତଫା ଦେବା ପରେ ଏହି ଉପନିର୍ବାଚନ ଜରୁରୀ ହୋଇପଡ଼ିଥିଲା। ଏବେ ତାଙ୍କ ପୁଅ ଏହି ଆସନରେ ଲଢ଼ୁଛନ୍ତି। ଆଦିତ୍ୟନାଥ ମିଲ୍କିପୁର ଲଢ଼େଇକୁ ଜାତୀୟତାବାଦ ବନାମ ବଂଶବାଦ ରାଜନୀତି ମଧ୍ୟରେ ଲଢ଼େଇ ବୋଲି କହିବା ସହ ସପାକୁ ଅପରାଧୀଙ୍କ ଦଳ ବୋଲି କହିଛନ୍ତି। ସମାଜବାଦୀ ପାର୍ଟି ମଧ୍ୟ ଏହାର ‘ପିଡିଏ ଫର୍ମୁଲା’କୁ ଆଧାର କରି ନିର୍ବାଚନ ଲଢ଼ୁଛି। ମିଲ୍କିପୁର ଆସନର ଏକ ତୃତୀୟାଂଶ ଦଳିତ ସମ୍ପ୍ରଦାୟ ହୋଇଥିବାରୁ ଏହା ଏକ ସଂରକ୍ଷିତ ନିର୍ବାଚନ ମଣ୍ଡଳୀ। ଅଖିଳେଶ ଯାଦବ ଏହି ଉପନିର୍ବାଚନକୁ ଜନତା ଓ ପ୍ରଶାସନ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ବୋଲି କହିଛନ୍ତି। କେବଳ ଫୈଜାବାଦ ନୁହେଁ, ବିଜେପି ଶ୍ରାବସ୍ତିକୁ ମଧ୍ୟ ହରାଇଥିଲା, ଯେଉଁଠାରେ ମନ୍ଦିର ନିର୍ମାଣର ନେତୃତ୍ୱ ନେଇଥିବା ନୃପେନ୍ଦ୍ର ମିଶ୍ରଙ୍କ ପୁଅ ସାକେତ ମିଶ୍ରଙ୍କୁ ପ୍ରାର୍ଥୀ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe