ଅଯୋଧ୍ୟା ମାମଲାରେ ଐତିହାସିକ ରାୟ ପରେ କାଶୀ, ମଥୁରା ବିବାଦରେ ବି ଲଗାମ ଲାଗିବ

Advertisment
ଅଯୋଧ୍ୟା ମାମଲାରେ ଐତିହାସିକ ରାୟ ପରେ କାଶୀ, ମଥୁରା ବିବାଦରେ ବି ଲଗାମ ଲାଗିବ

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାରେ ସୁପ୍ରିମ୍‌ କୋର୍ଟ ଗତକାଲି ଦେଇଥିବା ଐତିହାସିକ ରାୟ ଭବିଷ୍ୟତରେ କାଶୀ ଏବଂ ମୁଥରାରେ ଜଟିଳ ହେବାକୁ ଥିବା କେତେକ ଧାର୍ମିକ ବିବାଦ ଉପରେ ମଧ୍ୟ ଲଗାମ ଲଗାଇ ଦେଇଛି। କାଶୀ ଏବଂ ମଥୁରାରେ ବର୍ତ୍ତମାନର ସ୍ଥିତିରେ କୌଣସି ପ୍ରକାର ପରିବର୍ତ୍ତନକୁ ନେଇ ଆବେଦନ ଦାଖଲ ଉପରେ ମଧ୍ୟ ଏହା ଏକ ପ୍ରକାର ଅଙ୍କୁଶ ଭଳି ହୋଇଛି । ଉଭୟ ସ୍ଥାନରେ ପୂଜାକୁ ନେଇ ଦୀର୍ଘ ବର୍ଷ ଧରି ବିବାଦ ଚାଲି ଆସିଛି। ଦେଶ ସ୍ବାଧୀନତା ସମୟରେ ମହଜୁଦ୍‌ ଥିବା ଧାର୍ମିକ ସ୍ଥଳଗୁଡ଼ିର ସ୍ଥିତି ପୂର୍ବ ଭଳି କାଏମ ରଖିବାକୁ କୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଦେଶର ପୂଜା ସ୍ଥଳଗୁଡ଼ିକର ଯଥାସ୍ଥିତି ଏବଂ ସ୍ବାଧୀନତା କାଏମ ରହିବ ଏବଂ ଧର୍ମନିରପେକ୍ଷ ମୂଲ୍ୟବୋଧ ଆଧାରରେ ଚାଲିବ ବୋଲି କୋର୍ଟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe