ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣଲାଗି ୫ ଲକ୍ଷ ଟଙ୍କା ଦାନ କରିବେ ଆସାମର ମୁସଲମାନ ସଂଗଠନ

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣଲାଗି ୫ ଲକ୍ଷ ଟଙ୍କା ଦାନ କରିବେ ଆସାମର ମୁସଲମାନ ସଂଗଠନ

ନୂଆଦିଲ୍ଲୀ: ସୁପ୍ରିମ୍ କୋର୍ଟଙ୍କ ଦ୍ବାରା ବହୁପ୍ରତୀକ୍ଷିତ ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପାଇବାପରେ ଆସାମର ଏକ ମୁସଲମାନ ସଂଗଠନ ପକ୍ଷରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣଲାଗି ୫ ଲକ୍ଷ ଟଙ୍କା ଦାନ କରାଯିବା ନେଇ ଘୋଷଣା କରାଯାଇଛି। ୨୧ଟି ସଂଗଠନକୁ ନେଇ ଗଠିତ ଜନଗୋଷ୍ଠୀୟ ସମନ୍ବୟ ପରିଷଦ, ଆସାମର ମୁଖ୍ୟ ଆବାହକ ତଥା ଆସାମ ସଂଖ୍ୟାଲଘୁ ବିକାଶ ବୋର୍ଡର ଅଧ୍ୟକ୍ଷ ମୋମିନୁଲ ଅୱଲ ଏସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ସଂଗଠନ ପକ୍ଷରୁ ରାମ ମନ୍ଦିର ଟ୍ରଷ୍ଟକୁ ୫ଲକ୍ଷ ଟଙ୍କା ଦାନ କରାଯିବ।

publive-image image source-indiatimes

ଠିକ୍ ସେହିପରି ମୁସଲମାନ ଛାତ୍ରସଂଘ ଅଲ ଆସାମ ଗୋରୀୟ ମୋରୀୟ ଯୁବଛାତ୍ର ପରିଷଦ ପକ୍ଷରୁ ବି ରାମ ମନ୍ଦିର ନିର୍ମାଣ ଲାଗି ଟ୍ରଷ୍ଟକୁ ୫ଲକ୍ଷ ଟଙ୍କା ଦାନ କରାଯିବ ବୋଲି ଘୋଷଣା ହୋଇଛି।
ସୂଚନାଯୋଗ୍ୟ ,ବିବାଦୀୟ ଢାଞ୍ଚା ଉପରେ ମନ୍ଦିର ନିର୍ମାଣ ହେବ ଏବଂ ମସଜିଦ ନିର୍ମାଣ ପାଇଁ ମୁସଲମାନମାନଙ୍କୁ ବିକଳ୍ପ ଜମି ଯୋଗାଇ ଦିଆଯାଉ ବୋଲି ଅଯୋଧ୍ୟା ମାମଲାର ଶୁଣାଣି କରି ଗତ ଶନିବାର ଦିନ ସୁପ୍ରିମ୍ କୋର୍ଟ କହିଥିଲେ।

publive-image image source-deccan herald

ବିବାଦୀୟ ଢାଞ୍ଚା ଉପରେ ମନ୍ଦିର ନିର୍ମାଣ ଲାଗି ତିନି ମାସ ମଧ୍ୟରେ ଏକ ଯୋଜନା କରି କେନ୍ଦ୍ର ସରକାର ବୋର୍ଡ ଟ୍ରଷ୍ଟି ଗଠନ କରିବେ। ଅଯୋଧ୍ୟା ବିବାଦର ରାୟ ପାଠ କରି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଥିଲେ, ପ୍ରତ୍ନତାତ୍ତ୍ୱିକ ପ୍ରମାଣକୁ ଅପୂର୍ଣ୍ଣ ସୂଚନା ଓ କାଳ୍ପନିକ ବୋଲି କହି ଏଡ଼ାଇ ହେବନାହିଁ। ବାବ୍ରି ମସଜିଦ ଫାଙ୍କା ଜମି ଉପରେ ନିର୍ମାଣ କରାଯାଇ ନ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe