Zee India News
ନୂଆଦିଲ୍ଲୀ: ଅଯୋଧ୍ୟା ରାୟ ଘୋଷଣା ପରେ ଆସନ୍ତା ନଭେମ୍ବର ୧୭ ତାରିଖରେ ନିଜ ପଦବୀରୁ ଅବସର ଗ୍ରହଣ ପୂର୍ବରୁ ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗେଇ, ଆସନ୍ତା ୩ ଦିନ ମଧ୍ୟରେ; ୧୩ରୁ ୧୫ ତାରିଖ ମଧ୍ୟରେ ଆଉ ୪ଟି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ମାମଲାର ରାୟ ଘୋଷଣା କରିବେ। ଯେଉଁ ସମସ୍ତ ରାୟର ଦୀର୍ଘ ପ୍ରତୀକ୍ଷାରେ ରହିଛି ଦେଶ।
India Newsରାଫେଲ୍ ଜେଟ୍ ରାୟ ସମୀକ୍ଷା ମାମଲା:
ଏହି କ୍ରମରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଓ ରାଜନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ସମ୍ବେଦନଶୀଳ ମାମଲା ରୂପେ ବିବେଚିତ ହେଉଥିବା ରାଫେଲ୍ ରାୟର ସମୀକ୍ଷା ମାମଲା। ଡିସେମ୍ବର ୨୦୧୮ରେ ସୁପ୍ରିମ୍ କୋର୍ଟ ରାଫେଲ ଜେଟ କିଣା ପ୍ରସଙ୍ଗ ଉପରେ ପ୍ରଦାନ କରିଥିବା ଏକ ରାୟର ସମୀକ୍ଷା ପାଇଁ ଆଗତ ହୋଇଥିବା ମାମଲାର ରାୟ। ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ଏସ୍ କେ କୌଲ୍ ଓ ଜଷ୍ଟିସ୍ କେ ଏମ୍ ଯୋସେଫ୍ଙ୍କୁ ନେଇ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣିକୁ ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ଏହି ସଂରକ୍ଷିତ ରାୟକୁ ଘୋଷଣା କରିବେ ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗେଇ।
News Nationକଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଦାଲତ ଅବମାନନା ମାମଲା:
ଅନ୍ୟଏକ ଗୁରୁତ୍ବପୂର୍ଣ୍ଣ ମାମଲା ହେଉଛି କଂଗ୍ରେସର ତତ୍କାଳୀନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଫେଲ ଜେଟ୍ ପ୍ରସଙ୍ଗରେ ତାଙ୍କ ନିର୍ବାଚନୀ ସ୍ଲୋଗାନ୍ ‘ଚୌକୀଦାର ଚୋର୍ ହୈ’ରେ ସୁପ୍ରିମ୍ କୋର୍ଟକୁ ଛନ୍ଦିବା ଘଟଣା। ଏସଂପର୍କରେ କଂଗ୍ରେସ ନେତା ରାହୁଲଙ୍କ ବିରୋଧରେ ଆଗତ ଅଦାଲତ ଅବମାନନା ମାମଲାର ଶୁଣାଣି ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗେଇ ଶେଷ କରି ଏହାର ରାୟକୁ ସଂରକ୍ଷିତ ରଖିଛନ୍ତି। ଯାହାକୁ ସେ ଏଇ ତିନି ଦିନ ମଧ୍ୟରେ ଘୋଷଣା କରିବେ।
News Nationସବରିମାଲା ମନ୍ଦିରକୁ ମହିଳାଙ୍କ ପ୍ରବେଶାଧିକାର ସମୀକ୍ଷା ମାମଲା:
ସେହିପରି ଅନ୍ୟଏକ ଗୁରୁତ୍ବପୂର୍ଣ୍ଣ ମାମଲା ହେଉଛି କେରଳର ସବରିମାଲା ମନ୍ଦିରକୁ ମହିଳାଙ୍କ ପ୍ରବେଶାଧିକାର ନେଇ ସୁପ୍ରିମ୍ କୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ପ୍ରାଦାନ କରିଥିବା ରାୟର ସମୀକ୍ଷା ମାମଲା। ୨୦୧୮ ସେପ୍ଟେମ୍ବର ମାସେର ସୁପ୍ରିମ୍ କୋର୍ଟଙ୍କ ଏହି ରାୟକୁ ବିରୋଧ କରି ଏକ ରିଭ୍ୟୁ ପିଟିସନ୍ ଆଗତ ହୋଇଥିଲା। ଯାହାର ଶୁଣାଣି ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ଆର୍ ଏଫ୍ ନରିମାନ୍, ଜଷ୍ଟିସ୍ ଏ ଏମ୍ ଖାନ୍ୱିଲ୍କର, ଜଷ୍ଟିସ୍ ଡି ୱାଇ ଧ୍ୟାନଚୂଡ଼ ଓ ଜଷ୍ଟିସ୍ ଇନ୍ଦୁ ମାଲହୋତ୍ରାଙ୍କୁ ନେଇ ଗଠିତ ଏକ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ େଶଷ ହେବା ପରେ ରାୟ ସଂରକ୍ଷିତ ରହିଛି। ଏହି ରାୟକୁ ମଧ୍ୟ ଅବସର ଗ୍ରହଣ ପୂର୍ବରୁ ଘୋଷଣା କରିବେ ପ୍ରଧାନ ବିଚାରପତି ଜଷ୍ଟିସ୍ ଗୋଗେଇ।
News Nationପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ସୂଚନା ଅଧିକାର ଆଇନ୍ର ପରିସରଭୁକ୍ତ ହେବ ନା ନାହିଁ:
ସେହିପରି ଅବସର ଗ୍ରହଣ ପୂର୍ବରୁ ଆସନ୍ତା ତିନି ଦିନ ମଧ୍ୟରେ ଯେଉଁସବୁ ରାୟ ଘୋଷଣା କରିବେ. ତା’ମଧ୍ୟରେ ରହିଛି ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ସୂଚନା ଅଧିକାର ଆଇନ୍ର ପରିସରଭୁକ୍ତ ହେବ ନା ନାହିଁ, ସେ ସଂପର୍କିତ ମାମଲାର ରାୟ। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଏକ ମାମଲାର ବିଚାର କରି ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ସୂଚନା ଅଧିକାର ଆଇନ୍ର ପରିସରଭୁକ୍ତ ହେବ ବୋଲି ରାୟ େଦଇଥିଲେ। ତେବେ, ଦିଲ୍ଲୀ ହାଇକୋର୍ଟର ଏହି ରାୟକୁ ବିରୋଧ କରି ସୁପ୍ରିମ୍ େକାର୍ଟର ସେକ୍ରେଟାରି ଜେନେରାଲ ସୁପ୍ରିମ୍ କୋର୍ଟରେ ଏକ ମାମଲା ଆଗତ କରିଥିଲେ। ଏହି ଶୁଣାଣି ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ଏନ୍ ଭି ରମନ୍ନା, ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ,ଜଷ୍ଟିସ୍ ଦୀପକ ଗୁପ୍ତା ଓ ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଏକ ସାମ୍ବିଧାନିକ ଖଣ୍ଡପୀ୍ଠରେ ଶେଷ ହୋଇ ରାୟ ସଂରକ୍ଷିତ ରହିଛି। ଯେଉଁ ରାୟକୁ ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗେଇ ଆସନ୍ତାକାଲି (ବୁଧବାର) ଘୋଷଣା କରିବେ।
Follow Us