Advertisment

ମହଙ୍ଗା ପଡ଼ିଲା ମସ୍ତି: ବେଲ୍ ପରେ ରୋଡସୋ’ କରୁଥିଲେ ଗଣଦୁଷ୍କର୍ମକାରୀ, ଉଦ୍ଧତ ଯୁବକଙ୍କୁ ପୁଣି ବାନ୍ଧିନେଲା ପୋଲିସ...

Advertisment

ଏମାନେ କେଉଁ ନେତା ନୁହଁନ୍ତି ବରଂ ଏମାନେ ଜଣେ ଜଣେ ଦୁଷ୍କର୍ମକାରୀ । ଆଉ ଜେଲ ପରେ ବେଲ୍ ପାଇବା ଖୁସିରେ ଏମାନେ ଘରକୁ ଫେରିବା ବେଳେ ରାସ୍ତାରେ ରୋଡ୍ ସୋ କରି ଆସୁଛନ୍ତି । ବେଲ୍ ପାଇ ଫେରିଥିବାରୁ ଖୁସି ମନାଉଛନ୍ତି । 

ଏମାନେ କେଉଁ ନେତା ନୁହଁନ୍ତି ବରଂ ଏମାନେ ଜଣେ ଜଣେ ଦୁଷ୍କର୍ମକାରୀ । ଆଉ ଜେଲ ପରେ ବେଲ୍ ପାଇବା ଖୁସିରେ ଏମାନେ ଘରକୁ ଫେରିବା ବେଳେ ରାସ୍ତାରେ ରୋଡ୍ ସୋ କରି ଆସୁଛନ୍ତି । ବେଲ୍ ପାଇ ଫେରିଥିବାରୁ ଖୁସି ମନାଉଛନ୍ତି । 

ହାଭେରୀ

Photograph: (Sambad.in)

ବେଙ୍ଗାଲୁରୁ: ରାସ୍ତାରେ ମାଳ ମାଳ ଗାଡ଼ି । କିଏ କାର୍ ଭିତରେ ଛିଡା ହୋଇ ହାତ ହଲାଉଛି କି କିଏ ବାଇକରେ ଛିଡା ହୋଇ ହାତ ହଲାଉଛି... ରାସ୍ତା ସାରା ଘୋ ଘା... ମଜା ମସ୍ତି ସେଲିବ୍ରେସନର ମାହୋଲ... ରୋଡ୍ ସୋ ଉପରେ ଯାହାର ବି ଆଖି ପଡୁଛି ସିଏ ଅଟକି ଯାଉଛି । ଆପଣ ଭାବୁଥିବେ ରୋଡସୋ ତ କେବଳ ଆମେ ନିର୍ବାଚନ ବେଳେ ଦେଖୁ ଆଉ କେବଳ ନେତାମାନେ ହିଁ କରନ୍ତି । ଇଏ ବି ସେହି ନେତା ହୋଇଥିବେ ବୋଧେ... ହେଲେ ନାଇଁ ଆଜ୍ଞା,

ଏମାନେ କେଉଁ ନେତା ନୁହଁନ୍ତି ବରଂ ଏମାନେ ଜଣେ ଜଣେ ଦୁଷ୍କର୍ମକାରୀ । ଆଉ ଜେଲ ପରେ ବେଲ୍ ପାଇବା ଖୁସିରେ ଏମାନେ ଘରକୁ ଫେରିବା ବେଳେ ରାସ୍ତାରେ ରୋଡ୍ ସୋ କରି ଆସୁଛନ୍ତି । ବେଲ୍ ପାଇ ଫେରିଥିବାରୁ ଖୁସି ମନାଉଛନ୍ତି । 

୨୦୨୪ କର୍ଣ୍ଣାଟକ ହାଭେରୀ ଗଣଦୁଷ୍କର୍ମ ମାମଲାରେ ୭ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ ଜାମିନ ମିଳିବା ପରେ ଏମାନଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଆଉ ସେମାନେ ହିରୋଙ୍କ ଭଳି ରୋଡ ସୋ କରି ବାଟରେ ଯାଉଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଣି ସେମାନଙ୍କୁ ଅଟକ ରଖିଛି ପୋଲିସ । ସର୍ତ୍ତମୂଳକ ଜାମିନର ସର୍ତ୍ତାବଳୀକୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ସେମାନଙ୍କୁ ପୋଲିସ ହେପାଜତରେ ରଖିଛି । ୨୦ ମେରେ ସେମାନଙ୍କୁ ଜାମିନ ମିଳିବା ପରେ ୨୦ ଜଣ ସମର୍ଥକଙ୍କ ସହ ସେମାନେ ହାଭେରୀ ଉପକାରାଗାରରୁ ଅକ୍କି ଅଲ୍ଲୁର ସହର, ପ୍ରାୟ ୨୫ କିଲୋମିଟର ଯାଏଁ ଶୋଭାଯାତ୍ରା କରି ଯାଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe