ବାଇଡେନଙ୍କ ପରେ ଇସ୍ରାଏଲରେ ଋଷି ସୁନକ; ସବୁଠୁ ଖରାପ୍‌ ସମୟରେ ବ୍ରିଟେନ୍‌ ଇସ୍ରାଏଲ ସହ ରହିବ: ସୁନକ

Advertisment

ଏହା ଏକ ଲମ୍ବା ଯୁଦ୍ଧ: ନେତାନ୍ୟାହୁ

ଏହା ଏକ ଲମ୍ବା ଯୁଦ୍ଧ: ନେତାନ୍ୟାହୁ

ବାଇଡେନଙ୍କ ପରେ ଇସ୍ରାଏଲରେ ଋଷି ସୁନକ; ସବୁଠୁ ଖରାପ୍‌ ସମୟରେ ବ୍ରିଟେନ୍‌ ଇସ୍ରାଏଲ ସହ ରହିବ: ସୁନକ

The Times of Israel

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଯୁଦ୍ଧଗ୍ରସ୍ତ ଇସ୍ରାଏଲ ଯିବାର ଦିନକ ପରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଆଜି ଇସ୍ରାଏଲ ଗସ୍ତ କରିଛନ୍ତି। ୨ ଦିନିଆ ମଧ୍ୟପ୍ରାଚ୍ୟ ଗସ୍ତରେ ଥିବା ସୁନକ ଆଜି ଇସ୍ରାଏଲରେ ପହଞ୍ଚିବାପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଇସ୍ରାଏଲର ସବୁଠୁ ଖରାପ୍‌ ସମୟରେ ବ୍ରିଟେନ୍‌ ଇସ୍ରାଏଲ ସହ ରହିବ ‌ବୋଲି ସୁନକ ନେତାନ୍ୟାହୁଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ସୁନକ କହିଛନ୍ତି, ମୁଁ ଜାଣେ ଯେ ଆପଣ ନାଗରିକଙ୍କୁ କ୍ଷତି ନପହଞ୍ଚାଇବାପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି।

ବ୍ରିଟେନ ନାଗରିକଙ୍କୁ ସୁରକ୍ଷିତ ଭାବେ ଖାଲି କରିଥିବାରୁ ଧନ୍ୟବାଦ। ସୁନକ କହିଛନ୍ତି, ପାଲେଷ୍ଟିନୀୟମାନେ ମଧ୍ୟ ହମାସ ଆକ୍ରମଣର ଶିକାର ହୋଇଛନ୍ତି। ଆପଣ ଗାଜାକୁ ମାନବୀୟ ସହାୟତା ପଠାଇବାପାଇଁ ରାଜି ହେବା ନିଷ୍ପତ୍ତିକୁ ମୁଁ ସ୍ବାଗତ କରୁଛି। ଇସ୍ରାଏଲର ଏଭଳି ଖରାପ ସମୟରେ ବନ୍ଧୁ ଭାବେ ଏଠାରେ ଆପଣଙ୍କ ସହ ଠିଆ ହୋଇ ମୁଁ ଗର୍ବିତ। ଆମେ ଆପଣଙ୍କ ସମର୍ଥନରେ ରହିଛୁ ଏବଂ ଆପଣଙ୍କ ଲୋକଙ୍କ ସହ ସର୍ବଦା ଦୃଢ଼ ଭାବେ ରହିବୁ। ଆମେ ମଧ୍ୟ ଚାହୁ ଯେ ଆପଣ ହିଁ ଯୁଦ୍ଧ ଜିତନ୍ତୁ। ଅନ୍ୟପକ୍ଷେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସୁନକଙ୍କୁ କହିଛନ୍ତି, ଏହା ଆମର ସବୁଠୁ ଖରାପ ସମୟ। ଏହାର ଅର୍ଥ ହେଉଛି ଏହା ଏକ ଲମ୍ବା ଯୁଦ୍ଧ ଏବଂ ଆମେ ଲଗାତାର ଭାବେ ଆପଣଙ୍କ ସହାୟତା ଚାହିବୁ। ବ୍ରିଟେନ ଇସ୍ରାଏଲକୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବ ବୋଲି ସୁନକ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe