‘ବିଜେପି’ ସାଂସଦଙ୍କ ଧମକ ପରେ ରାତାରାତି ଉଭେଇ ଗଲା ମହୀଶୂର ବସ୍‌ଷ୍ଟପ୍‌ ଉପରେ ନିର୍ମିତ ଗମ୍ବୁଜ

Advertisment
‘ବିଜେପି’ ସାଂସଦଙ୍କ ଧମକ ପରେ ରାତାରାତି ଉଭେଇ ଗଲା ମହୀଶୂର ବସ୍‌ଷ୍ଟପ୍‌ ଉପରେ ନିର୍ମିତ ଗମ୍ବୁଜ

Image Courtesy of India Today

ଗମ୍ବୁଜ: ‘ବିଜେପି’ ସାଂସଦ ପ୍ରତାପ ସିହ୍ମା ଧମକ ଦେବା ପରେ କର୍ଣ୍ଣାଟକର ମହୀଶୂର ଅନ୍ତର୍ଗତ ଗୋଟାଏ ବସ୍‌ ଷ୍ଟପ୍‌ ଉପରେ ନିର୍ମିତ ବିବାଦୀୟ ଗମ୍ବୁଜ ସବୁ ଶନିବାର ରାତିରେ ଉଭେଇ ଯାଇଛି। ଉକ୍ତ ଗମ୍ବୁଜକୁ ଭାଙ୍ଗି ପକାଇବେ ବୋଲି ସାଂସଦ ପ୍ରତାପ ସିଂହ ଧମକ ଦେଇଥିଲେ।

ସିହ୍ମା ଦର୍ଶାଇ ଥିଲେ ଯେ, ବସ୍‌ ଷ୍ଟପ୍‌ ଛାତରେ ନିର୍ମିତ ମୁଖ୍ୟ ଗମ୍ବୁଜ ଦୁଇପାର୍ଶ୍ବରେ ଆଉ ଦୁଇଟି ଗମ୍ବୁଜ ଥିବାରୁ ତାହା ମସ୍‌ଜିଦ୍‌ ପରି ଦିଶୁଛି। ଏହାକୁ ଭଙ୍ଗା ନ ଗଲେ ସେ ନିଜେ ଭାଙ୍ଗି ଦେବେ।

ପରେ ‘ନ୍ୟାସ୍‌ନାଲ୍‌ ହାଇୱେଜ୍‌ ଅଥରିଟି ଅଫ୍‌ ଇଣ୍ଡିଆ’ ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀମାନଙ୍କୁ କୈଫିୟତ ମାଗିଥିଲେ।

publive-image Image Courtesy of India Ahead

ଏ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେଇ ରାମଦାସ ନାମରେ ଜଣେ ସରକାରୀ ଅଧିକାରୀ କହିଛନ୍ତି, ବସ୍‌ ଷ୍ଟପ୍‌ ବିବାଦୀୟ ହେବା ଅନୁଚିତ। ମହୀଶୂର ପ୍ରାସାଦ ଢାଞ୍ଚାରେ ମୁଁ ସମଗ୍ର ମହୀଶୂରରେ ୧୨ଟି ବସ୍‌ ଷ୍ଟପ୍‌ ନିର୍ମାଣ କରାଇଥିଲି। କିନ୍ତୁ, ଏହାକୁ ସାମ୍ପ୍ରଦାୟିକ ବୋଲି ଅଭିହିତ କରାଯିବାରୁ ମୁଁ ମର୍ମାହତ। ବରିଷ୍ଠମାନଙ୍କ ପରାମର୍ଶକ୍ରମେ ମୁଖ୍ୟ ଗମ୍ବୁଜର ଦୁଇପାର୍ଶ୍ବରେ ଥିବା ଛୋଟ ଗମ୍ବୁଜ ଦୁଇଟିକୁ ମୁଁ ଭଙ୍ଗାଇ ଦେଇଛି। କିନ୍ତୁ ମୁଖ୍ୟ ବା ବଡ଼ ଗମ୍ବୁଜଟି ସେମିତି ରହିଛି। ଜନସାଧାରଣ ଏହାକୁ ଭୁଲ୍‌ ବୁଝିବେ ନାହିଁ। ଉନ୍ନୟନ ପ୍ରତି ଧ୍ୟାନ ଦିଆଯାଇ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ପୂର୍ବରୁ କଂଗ୍ରେସ ବିଧାୟକ ତନବୀର ସତର୍କ କରାଇ ଦେଇଥିଲେ ଯେ, ସେ କୌଣସି ପ୍ରକାରେ ସାନ ଗମ୍ବୁଜ ଦୁଇଟିକୁ ଭଙ୍ଗାଇ ଦେବେ ନାହିଁ।

ଗମ୍ବୁଜ ସବୁ ସହସା ଉଭେଇ ଯିବା ପରେ ପ୍ରତାମ ସିହ୍ମା ଟୁଇଟ୍‌ କରି ଲେଖିଛନ୍ତି, ମଝିରେ ଗୋଟାଏ ବଡ଼ ଗମ୍ବୁଜ ଥାଇ ତା’ପାଖକୁ ଦୁଇଟି ସାନ ଗମ୍ବୁଜ ରହିଲେ ତାହା ମସ୍‌ଜିଦ୍‌ ଭଳି ଜଣାପଡ଼େ।

ସମୟ ମାଗି କଥା ରଖିଥିବା ଜିଲ୍ଲାପାଳ ଓ ବାସ୍ତବତାକୁ ବୁଝି ଜନମତକୁ ସମ୍ମାନ ଦେଇଥିବା ରାମଦାସଙ୍କୁ ଧନ୍ୟବାଦ ଜଣାଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe