ପେଟରେ ଯନ୍ତ୍ରଣା ସମସ୍ୟା ନେଇ ଆସିଥିବା ଦୁଇ ଯୁବକଙ୍କୁ ଏହି ପରୀକ୍ଷା କରିବାକୁ କହି ବିବାଦରେ ଝାଡ଼ଖଣ୍ଡ ଡାକ୍ତର

Advertisment
ପେଟରେ ଯନ୍ତ୍ରଣା ସମସ୍ୟା ନେଇ ଆସିଥିବା ଦୁଇ ଯୁବକଙ୍କୁ ଏହି ପରୀକ୍ଷା କରିବାକୁ କହି ବିବାଦରେ ଝାଡ଼ଖଣ୍ଡ ଡାକ୍ତର

timesnownews.com

ରାଞ୍ଚି : ପୂର୍ବରୁ ନିଜର ଅଜବ କାମ ପାଇଁ ବିବାଦରେ ଛନ୍ଦି ହୋଇ ସାରିଛନ୍ତି ଝାଡ଼ଖଣ୍ଡର ଜନୈକ ସରକାରୀ ଡାକ୍ତର । ଏବେ ପୁଣି ସେଭଳି ଏକ ଘଟଣା ସାମ୍ନାକୁ ଆସିଛି । କିଛି ଦିନ ତଳେ ଜଣେ ଡାକ୍ତର ରୋଗୀଙ୍କୁ ପେଟର ଯନ୍ତ୍ରଣା ପାଇଁ କଣ୍ଡୋମ ବ୍ୟବହାର କରିବାକୁ କହିଥିବା ବେଳେ ଏବେ ଝାଡ଼ଖଣ୍ଡର ଚତ୍ରା ଜିଲ୍ଲାର ଜଣେ ଡାକ୍ତର ସେଭଳି ଭୁଲ କରିଛନ୍ତି । ଦୁଇ ଯୁବକ ପେଟରେ ଯନ୍ତ୍ରଣା ନେଇ ଆସିଥିବାରୁ ଡାକ୍ତର ତାଙ୍କୁ ଗର୍ଭ ପରୀକ୍ଷଣ କରିବା ପାଇଁ ନିର୍ଦ୍ଦେଶ ଦେଇ ଏବେ ବିବାଦରେ ଛନ୍ଦି ହୋଇଛନ୍ତି । ତେବେ ଏ ନେଇ ଡାକ୍ତରଙ୍କୁ ପ୍ରଶ୍ନ କରାଯିବା ପରେ ସେ ଏଭଳି କୌଣସି ପରୀକ୍ଷା ପାଇଁ କହି ନଥିବା କହିଛନ୍ତି । ଏହା ସହ ତାଙ୍କୁ କିଛି ଲୋକ ଫସାଉଥିବାର ଅଭିଯୋଗ ଆଣିଛନ୍ତି ଡାକ୍ତର । ଘଟଣାଟି ସାମ୍ନାକୁ ଆସିବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ତଦନ୍ତର ଆଦେଶ ଦେଇଛନ୍ତି ।

Image result for after-condoms-for-stomach-ache-another-jharkhand-doctor-prescribes-pregnancy-test-for-men India TV

ସୂଚନା ମୁତାବକ, ଦୁଇ ପୀଡ଼ିତ କମେଶ୍ୱର ଗନ୍‌ଝୁ ଓ ଗୋପାଳ ଗନ୍‌ଝୁଙ୍କୁ ଡାକ୍ତର ମୁକେଶ କୁମାର ଗର୍ଭ ପରୀକ୍ଷଣ କରିବା ପାଇଁ କହିଥିବା ବିଷୟରେ ସେମାନେ ପାଥୋଲଜି  ଲ୍ୟାବ୍‌କୁ ଯିବା ପରେ ଜାଣିବାକୁ ପାଇଥିଲେ । ଯାହା ପରେ ଦୁହେଁ ପରୀକ୍ଷା ନ କରାଇ ନିଜ ଗାଁକୁ ଫେରିଥିଲେ । ଗାଁରେ ସବୁ ଲୋକଙ୍କୁ ଡାକ୍ତରଖାନାରେ ତାଙ୍କ ସହ ଘଟିଥିବା ଘଟଣା ଜଣାଇଥିଲେ । ଧିରେ ଧିରେ କଥାଟି ଚର୍ଚ୍ଚାକୁ ଆସିବା ପରେ ସବୁ ମିଡିଆ ଏହି ଖବରକୁ ପ୍ରସାରଣ କରିଥିଲେ । ଏଭଳି ଘଟଣା ବିଷୟରେ ଜାଣିବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଏବେ ତଦନ୍ତର ଆଦେଶ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe