ମୋଗଲ ସ୍ଥାପତ୍ୟ ଓ କଶ୍ମୀର ଦେଖିବାକୁ ବିଦେଶୀ ପର୍ଯ୍ୟଟକ ଭାରତ ଆସନ୍ତି: ମେହବୁବା ମୁଫତି

Advertisment
ମୋଗଲ ସ୍ଥାପତ୍ୟ ଓ କଶ୍ମୀର ଦେଖିବାକୁ ବିଦେଶୀ ପର୍ଯ୍ୟଟକ ଭାରତ ଆସନ୍ତି: ମେହବୁବା ମୁଫତି

ନୂଆଦିଲ୍ଲୀ: ମୋଗଲ ସ୍ଥାପତ୍ୟ ଓ କଶ୍ମୀର ଦେଖିବାକୁ ବିଦେଶୀ ପର୍ଯ୍ୟଟକ ଭାରତ ଆସନ୍ତି। ଆଜି ଏଭଳି ବିବାଦୀୟ ମନ୍ତବ୍ୟ ଦେଇ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି। ପୂର୍ବରୁ ସେ କହିଥିଲେ, ଯଦି ବିଜେପିର ଦମ୍ ଅଛି, ତେବେ ତାଜମହଲ ଏବଂ ଲାଲକିଲ୍ଲାକୁ ମନ୍ଦିରରେ ପରିଣତ କରି ଦେଖାଅ। ତାଙ୍କର ଏଭଳି ବୟାନ ପରେ ସେ ବିବାଦୀୟ ହୋଇ ପଡ଼ିଥିବା ବେଳେ ଏବେ ଦେଶର ପର୍ଯ୍ୟଟନ ସ୍ଥାନକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ମୁଫତି।

ସେ କହିଛନ୍ତି ଯେ, ୫୦ ପ୍ରତିଶତ ପର୍ଯ୍ୟଟକ କେବଳ ମୋଗଲ ସ୍ଥାପତ୍ୟ ଦେଖିବାକୁ ଭାରତକୁ ଆସୁଥିବାବେଳେ ଅନ୍ୟ ୫୦ ପ୍ରତିଶତ ପର୍ଯ୍ୟଟକ କଶ୍ମୀର ଦେଖିବାକୁ ଭାରତ ଆସିଥାନ୍ତି। ହେଲେ ଏବେ ଏହି ଦୁଇଟି ଜିନିଷକୁ ଭାଙ୍ଗିବାରେ ଲାଗିଛି ବିଜେପି। କୁତୁବ ମିନାରର ନାଁ ବିଷ୍ଣୁ ସ୍ତମ୍ଭ ରଖିବା ନେଇ ଦାବି ଜୋର ଧରିବା ପରେ ଏଭଳି କହିଛନ୍ତି ମୁଫତି।

କଶ୍ମୀର ସମସ୍ୟା ବିଷୟରେ ନିଜର ମତ ରଖି ମୁଫତି କହିଛନ୍ତି ଯେ, ଭାରତ ସରକାରଙ୍କୁ କଶ୍ମୀର ପ୍ରତି ଥିବା ତାଙ୍କର ଆଭିମୁଖ୍ୟ ବଦଳାଇବାକୁ ପଡିବ। ସରକାର କଶ୍ମୀରବାସୀଙ୍କ ଉପରେ ଚାପ ପକାଉଛନ୍ତି ଏବଂ ସେମାନଙ୍କୁ ହିନ୍ଦୁ ବନାମ ମୁସଲମାନ କରି ଅନ୍ୟ ପ୍ରସଙ୍ଗରୁ ଦୂରେଇ ରଖୁଛନ୍ତି।

publive-image indiatoday

ଏହା ପୂର୍ବରୁ ମୁଫତି କହିଥିଲେ ଯେ, ଯଦି ବିଜେପିର ଦମ୍ ଅଛି, ତେବେ ତାଜମହଲ ଏବଂ ଲାଲକିଲ୍ଲାକୁ ମନ୍ଦିରରେ ପରିଣତ କରି ଦେଖାଅ। ତା’ପରେ ଦେଖିବା ଭାରତର କେତେ ଲୋକ ଏହାକୁ ଦେଖିବାକୁ ଆସିବେ। ଦୁର୍ଭାଗ୍ୟଜନକ ଯେ ବିଜେପି ଲୋକମାନଙ୍କୁ ଚାକିରି ଯୋଗାଇପାରୁନାହିଁ, ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିପାରୁନାହିଁ ଓ ଦେଶର ସମ୍ପତ୍ତି ବିକ୍ରି କରୁଛି। ଏ ନେଇ ଆଜି ଆମ ଦେଶ ବାଂଲାଦେଶ, ପାକିସ୍ଥାନ ଏବଂ ନେପାଳଠାରୁ ବି ପଛକୁ ଚାଲିଗଲାଣି। କିନ୍ତୁ ବିଜେପି ଏଥିପ୍ରତି ଧ୍ୟାନ ନଦେଇ ଅଯଥା ପ୍ରସଙ୍ଗ ଉପରେ ଧ୍ୟାନ ଦେଉଛି। ଦେଶର ଟଙ୍କା ଲୁଟିବା ପରେ ଯେଉଁମାନେ ପଳାୟନ କରିଥିଲେ ସେମାନଙ୍କୁ ଫେରାଇ ଆଣିବା ପରିବର୍ତ୍ତେ, ବିଜେପି ମୋଗଲ ଶାସନ କାଳରେ ନିର୍ମିତ ସମ୍ପତ୍ତିକୁ ନଷ୍ଟ କରିବାକୁ ଚାହୁଁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe