ନୂଆଦିଲ୍ଲୀ: ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ଭିଡ଼ିଓ ପରେ ତାଙ୍କୁ ଅନେକ ଆଡ଼ୁ ହତ୍ୟା ଓ ଦୁଷ୍କର୍ମ ଧମକ ମିଳିବା ଆରମ୍ଭ ହୋଇଛି ବୋଲି ରାଜ୍ୟସଭା ସାଂସଦ ସ୍ବାତୀ ମଲିୱାଲ୍ ଅଭିଯୋଗ କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏହି ପ୍ରସଙ୍ଗ ଉତ୍ଥାପନ କରି ସେ କହିଛନ୍ତି ଯେ ତାଙ୍କ ଦଳର ନେତା ଓ ସ୍ବେଚ୍ଛାସେବୀମାନେ ତାଙ୍କ ବିରୋଧରେ ‘ଚରିତ୍ର ସଂହାର’ ଅଭିଯାନ ଆରମ୍ଭ କରିଛନ୍ତି। ତାଙ୍କ ବିରୋଧରେ ଲୋକଙ୍କୁ ମତାଉଛନ୍ତି।
ନିଜଟରେ ୟୁଟ୍ୟୁବର ଧ୍ରୁବ ରାଠୀ ଏକପାଖିଆ ଭିଡ଼ିଓ ସେୟାର୍ କରିବା ପରେ ତାଙ୍କ ନିକଟକୁ ଅନେକ ଧମକପୂର୍ଣ୍ଣ ଫୋନ୍ କଲ୍ ଆସିଛି। ତାଙ୍କୁ ହତ୍ୟା ଓ ଦୁଷ୍କର୍ମ ଧମକ ଦିଆଯାଇଛି। ସାଂସଦ ମଲିୱାଲ୍ କହିଛନ୍ତି ଯେ ସେ ଧ୍ରୁବ୍ଙ୍କ ସହ ଯୋଗାଯୋଗ କରି ତାଙ୍କ ପକ୍ଷ ରଖିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଧ୍ରୁବ ତାଙ୍କ ଫୋନ୍ ଉଠାଇନଥିଲେ କିମ୍ବା ମେସେଜ୍ର ଜବାବ ଦେଇନଥିଲେ। ଏହା ସହ ସେ କହିଛନ୍ତି ଯେ ଦଳର ନେତାମାନେ ଅଭିଯୋଗକୁ ଫେରାଇନେବାକୁ ତାଙ୍କୁ ଭୟଭୀତ କରି ଚାପ ପକାଉଛନ୍ତି।
Follow Us