ହୀରା ପରେ ଏବେ ସୁନା: ଜବଲପୁର ମାଟି ତଳେ ସୁନା ଭଣ୍ଡାର ସନ୍ଧାନ

ମଧ୍ୟପ୍ରଦେଶର ଜବଲପୁରରେ ଏକ ବଡ଼ ସୁନା ଭଣ୍ଡାରର ସନ୍ଧାନ ମିଳିଛି। ଏହି ସୁନା ଭଣ୍ଡାର ପ୍ରାୟ ୧୦୦ ହେକ୍ଟର ଜମିରେ ବିସ୍ତାରିତ। ଭୂତତ୍ତ୍ୱବିତ୍ କହିଛନ୍ତି ଯେ, ଏଠାରେ ଲକ୍ଷ ଲକ୍ଷ ଟନ୍ ସୁନା ଥାଇପାରେ...

After diamonds, now gold: Gold treasure discovered underground in Jabalpur

After diamonds, now gold: Gold treasure discovered underground in Jabalpur Photograph: (sambad.in)

ଜବଲପୁର: ମଧ୍ୟପ୍ରଦେଶ  କୃଷି କ୍ଷେତ୍ରରେ ଅଗ୍ରଣୀ ହେବା ସହିତ ଜୈବ ବିବିଧତା ଏବଂ ଖଣିଜ ସମ୍ପଦରେ ମଧ୍ୟ ସମୃଦ୍ଧ। ମଧ୍ୟପ୍ରଦେଶର ପାନ୍ନା ଖଣି ସାରା ବିଶ୍ୱରେ ଏହାର ସର୍ବୋତ୍ତମ ଗୁଣବତ୍ତା ହୀରା ପାଇଁ ପ୍ରସିଦ୍ଧ। ଏବେ  ମଧ୍ୟପ୍ରଦେଶର ଜବଲପୁରରେ ଏକ ସୁନା ଭଣ୍ଡାରର ସନ୍ଧାନ ମିଳିଛି।

ବହୁ ବର୍ଷର ଗବେଷଣା ପରେ ଜବଲପୁରର ମାଟିତଳେ  ସୁନା ଥିବା ଦାବି କରିଛନ୍ତି। ଭୂତତ୍ତ୍ୱବିତ୍ ମାଟି ତଳେ ସୁନା ଭଣ୍ଡାର ଆବିଷ୍କାର କରିଛନ୍ତି। ଏହି ଆବିଷ୍କାର ସିହୋରା ତହସିଲର ମାହାଙ୍ଗୱା କେଓଲାରି ଅଞ୍ଚଳରେ ହୋଇଛି। କୁହାଯାଉଛି ଯେ, ଏଠାରେ ବହୁ ବର୍ଷ ଧରି ସନ୍ଧାନ ଏବଂ ନମୁନା ସଂଗ୍ରହ କାର୍ଯ୍ୟ ଚାଲିଥିଲା। ବର୍ତ୍ତମାନ ମିଳିଥିବା ସୂଚନା ଅନୁଯାୟୀ, ଏହି ସୁନା ଭଣ୍ଡାର ପ୍ରାୟ ୧୦୦ ହେକ୍ଟର ଜମିରେ ବିସ୍ତାରିତ। ଭୂତତ୍ତ୍ୱବିତ୍ ଦଳ କହିଛନ୍ତି ଯେ, ସେଠାରେ ଲକ୍ଷ ଲକ୍ଷ ଟନ୍ ସୁନା ଥାଇପାରେ।

ଅଧିକ ପଢ଼ନ୍ତୁ: ଟ୍ରମ୍ପ୍‌ଙ୍କ ଶୁଳ୍କ ବିରୁଦ୍ଧରେ ଭାରତ ସହିତ ଛିଡ଼ାହେଲେ ଏସବୁ ଦେଶ

ଲୁହା, ମାଙ୍ଗାନିଜ୍, ବକ୍ସାଇଟ୍ ଏବଂ ଅନ୍ୟାନ୍ୟ ମାର୍ବଲ ପାଇଁ ଜଣାଶୁଣା ଜବଲପୁର ଏବେ ସୁନା ଭଣ୍ଡାର ପାଇଁ ମଧ୍ୟ ଖ୍ୟାତି ହାସଲ କରିବାକୁ ଯାଉଛି। ଜବଲପୁରରେ ପୂର୍ବରୁ ୪୨ଟି ଖଣି ଅଛି। ଏବେ, ସୁନା ଭଣ୍ଡାର ମିଳିବା ପରେ, ଏହା କେବଳ ରାଜ୍ୟ ପାଇଁ ନୁହେଁ ବରଂ ଦେଶ ପାଇଁ ମଧ୍ୟ ଖୁସି ଖବର ଆଣିଛି। ଜବଲପୁରରେ ଉତ୍ପାଦିତ ଅଧିକାଂଶ ଲୁହା ଚୀନ୍ ସମେତ ଅନ୍ୟାନ୍ୟ ଦେଶକୁ ପଠାଯାଇଥାଏ। ସୁନା ଭଣ୍ଡାର ସନ୍ଧାନ ଏହି ଅଞ୍ଚଳରେ ଶିଳ୍ପ ନିବେଶର ଏକ ନୂତନ ସମ୍ଭାବନା ଆଣିବ ବୋଲି ଆଶା କରାଯାଉଛି।

ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ (ଜିଏସଆଇ)ର ଦଳ ମାହାଙ୍ଗୱା କେଓଲାରିରେ ମାଟି ନମୁନା ଯାଞ୍ଚ କରିଥିଲେ।  ଜଣାପଡିଥିଲା ଯେ, ମାଟି ତଳେ ସୁନା, ତମ୍ବା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ରହିଛି। କୁହାଯାଉଛି, ରାସାୟନିକ ପରୀକ୍ଷା ଦ୍ୱାରା ସୁନା ସହିତ ତମ୍ବା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଖଣିଜ ପଦାର୍ଥର ଉପସ୍ଥିତି ନିଶ୍ଚିତ ହୋଇଛି।

ସୂଚନା ଅନୁଯାୟୀ, ଜବଲପୁରରେ ମିଳିଥିବା ସୁନା ଭଣ୍ଡାର ମଧ୍ୟ ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖଣିଜ ଆବିଷ୍କାର ମଧ୍ୟରୁ ଗୋଟିଏ ହୋଇପାରେ। ଏହି ଆବିଷ୍କାର ପରେ, ବିଶ୍ୱର ନଜର ଜବଲପୁର ଉପରେ ରହିଛି। କୁହାଯାଉଛି ଯେ, ଯଦି ସିହୋରାରେ ପ୍ରକୃତରେ ସୁନା ଭଣ୍ଡାର ମିଳେ, ତେବେ କେବଳ ମଧ୍ୟପ୍ରଦେଶ ନୁହେଁ ବରଂ ଦେଶର ଭାଗ୍ୟ ମଧ୍ୟ ଚମକି ଉଠିପାରେ।

ଅଧିକ ପଢ଼ନ୍ତୁ: ନୂଆଦିଲ୍ଲୀରେ ଗୃହମନ୍ତ୍ରୀ-ଜଳ ଶକ୍ତି ମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

madhya pradesh | Gold Reserve | jabalpur | GSI | Geological Survey of India 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe