ଢାକା: ବାଂଲାଦେଶରେ ଦୀପୁ ଦାସଙ୍କ ନିର୍ମମ ଭୀଡ଼ହତ୍ୟାକୁ ନେଇ ସମଗ୍ର ବିଶ୍ବ ସ୍ତବ୍ଧ ଥିବାବେଳେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ଉଗ୍ର ଭୀଡ଼। ମୃତ ଯୁବକଙ୍କ ନାଁ ଅମୃତ ମଣ୍ଡଳ ଓରଫ ସମ୍ରାଟ ।
ଏଥର, ଅପରାଧୀମାନେ ଇଷ୍ଟନିନ୍ଦାର ବାହାନା ନ ପାଇ ଏକ ନୂତନ ଅଭିଯୋଗ ଉଦ୍ଭାବନ କରିଥିଲେ ଏବଂ ଏକ ଜନଗହଳିପୂର୍ଣ୍ଣ ବଜାରରେ ୨୯ ବର୍ଷୀୟ ଯୁବକଙ୍କୁ ନିର୍ମମ ଭାବରେ ଆକ୍ରମଣ କରିଥିଲେ ଯେ ସେ ଚେତାଶୂନ୍ୟ ହୋଇଗଲେ। ପୂର୍ବ ଘଟଣା ପରି ଏଥର ବି ପୁଲିସ ମୁକ ଦର୍ଶକ ସାଜିଥିଲା ଓ ଘଟଣା ପରେ ମାମଲାର ଲୋକଦେଖାଣିଆ ତଦନ୍ତ କରୁଛି ।
ଆହୁରି ପଢନ୍ତୁ : Man In Police Uniform: ପୁଲିସ ପୋଷାକରେ ଯୁବକ , ଗିରଫ କଲା ଅସଲି ପୁଲିସ
ଜାଣନ୍ତୁ ସଂପୂର୍ଣ୍ଣ ଘଟଣା ସଂପର୍କରେ
ପାଂଶା ଉପ-ଜିଲ୍ଲାର ହୋସାଇଣ୍ଡଙ୍ଗା ପୁରୁଣା ବଜାରରେ ବୁଧବାର ରାତି ପ୍ରାୟ ୧୧ଟା ସମୟରେ ଏହି ଘଟଣା ଘଟିଥିବା ଜଣା ପଡ଼ିଛି । କିନ୍ତୁ ପୁଲିସ ତୁରନ୍ତ ଜନସାଧାରଣଙ୍କୁ ଏ ନେଇ ସୂଚନା ଦେଇ ନଥିଲା। ପୁଲିସ ଅନୁଯାୟୀ, ଅମୃତ ମଣ୍ଡଳଙ୍କ ଉପରେ ଦାଦାବଟି ଆଦାୟ ଅଭିଯୋଗ ଥିଲା। ପାଂଶା ମଡେଲ ପୁଲିସ ଷ୍ଟେସନର ଭାରପ୍ତାପ୍ତ ଅଧିକାରୀ ଶେଖ ମୋଇନୁଲ ଇସଲାମ ଗୁରୁବାର ସକାଳେ ଘଟଣାର ସତ୍ୟାସତ୍ୟ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଅମୃତ ମଣ୍ଡଳ ଓରଫ ସମ୍ରାଟ ପୁଲିସ ଦ୍ୱାରା କଳାତାଲିକାଭୁକ୍ତ "ସମ୍ରାଟ ବାହିନୀ"ର ଜଣେ ନେତା ଥିଲା। ସେ ହୋସାଇଣ୍ଡଙ୍ଗା ଗାଁର ବାସିନ୍ଦା ଅକ୍ଷୟ ମଣ୍ଡଳଙ୍କ ପୁଅ ଥିଲେ। ପୁଲିସ ଏବେ ମାମଲାର ତଦନ୍ତ କରୁଛି, ଏବଂ ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।
ଆହୁରି ପଢନ୍ତୁ : Suzuki Access 125 Vs Hero Destini 125: ସୁଜୁକି ଆକ୍ସେସ୍ ୧୨୫ ବନାମ ହିରୋ ଡେଷ୍ଟିନି ୧୨୫: ମାଇଲେଜ୍ ଓ ଫିଚର୍ରେ କିଏ କାହାଠୁ ବେଷ୍ଟ?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/12/25/bang-2025-12-25-19-33-41.jpg)