ଲଦାଖ ବଦଳି ପରେ ଆଇଏଏସ୍‌ ଅଧିକାରୀଙ୍କୁ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ପ୍ରଶ୍ନ; କୁକୁର ଏବେ କୋଉଠି ବୁଲିବ?

Advertisment
ଲଦାଖ ବଦଳି ପରେ ଆଇଏଏସ୍‌ ଅଧିକାରୀଙ୍କୁ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ପ୍ରଶ୍ନ; କୁକୁର ଏବେ କୋଉଠି ବୁଲିବ?

AajTak

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ସରକାରୀ ଚାଳିତ ତ୍ୟାଗରାଜ ଷ୍ଟାଡିୟମ୍‌ରେ ଖେଳାଳିଙ୍କୁ ତଡ଼ି ନିଜ କୁକୁର ସହ ବୁଲୁଥିବା ଆଇଏଏସ୍‌ ଅଧିକା‌ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ଆଇଏଏସ୍‌ ଅଧକାରୀଙ୍କୁ ଲଦାଖକୁ ବଦଳି କରାଯାଇଥିବା ବେଳେ ତାଙ୍କ ପତ୍ନୀଙ୍କୁ ଅରୁଣାଚଳ ପ୍ରଦେଶ ବଦଳି କରାଯାଇଥିବା ସୂଚନା ରହିଛି। ତେବେ ଏହି ଆଇଏଏସ୍‌ ଦମ୍ପତିଙ୍କ ବଦଳି ପରେ ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀମାନେ ଏହାକୁ ନେଇ ଇଣ୍ଟର୍‌ନେଟ୍‌‌ରେ ମାଜାଦାର କମେଣ୍ଟ୍‌ ସବୁ ପୋଷ୍ଟ୍‌ କରିବ‌ାରେ। ଏପରି କି କେହି କେହି କମେଣ୍ଟ୍‌ରେ ‘କୁକୁରଟି ଏବେ କେଉଁଠି ବୁଲିବ’ ବୋଲି ପ୍ରଶ୍ନ କରିଛନ୍ତି।

ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘କୁକୁରଟିର ବି କ’ଣ ବଦଳି କରାଯାଇଛି?’ ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘କୁକୁରଟିକୁ ଏବେ ଆହୁରି ଭଲ ଭିୟୁ ଦେଖିବାକୁ ମିଳିବ।’

ତ୍ୟାଗରାଜ ଷ୍ଟାଡିୟମ୍‌ଟିକୁ ୨୦୨୦ ମସିହାରେ କମନୱେଲଥ୍‌ ଗେମ୍‌ ପାଇଁ ତିଆରି କରାଯାଇଥିଲା। ସେଠାରେ ଖେଳାଳି ଓ କୋଚମାନେ ରାତି ପ୍ରାୟ ୮.୩୦ ପର୍ଯ୍ୟନ୍ତ ଖେଳ ଅଭ୍ୟାସ କରୁଥିଲେ। ମାତ୍ର ଆଇଏଏସ୍‌ ଅଧିକାରୀ ତାଙ୍କ କୁକୁର ସହ ପଡ଼ିଆରେ ୱାକ୍‌ କରିବେ ବୋଲି ଖେଳାଳିମାନଙ୍କୁ ସଂଧ୍ୟା ୭ଟା ସୁଦ୍ଧ‌ା ପଡ଼ିଆ ଛାଡ଼ିବାକୁ କୁହାଯାଉଥିଲା ବୋଲି ଅଭିଯୋଗ ଆସିଥିଲା।

ଖେଳାଳି ଓ କୋଚ୍‌ଙ୍କର ଏପରି ଅଭିଯୋଗକୁ ଏଡ଼ାଇ ଦେଇଥିଲେ ଆଇଏଏସ୍‌ ଅଧିକାରୀ ଜଣକ। ଅଧିକାରୀ ଜଣକ ହେଉଛନ୍ତି ଦିଲ୍ଲୀର ପ୍ରିନ୍ସିପାଲ୍‌ ସେକ୍ରେଟେରି ସଂଜୀବ ଖିର୍‌ୱାର୍‌। ଏ ସଂପର୍କରେ ପଚରା ଯିବାରୁ ୧୯୯୪ ମସିହା କ୍ୟାଡରର ଏହି ଆଇଏଏସ୍‌ ଅଧିକାରୀ ଜଣକ କହିଥିଲେ କି, ‘ଏହା ସତ ଯେ ମୁଁ ମୋ କୁକୁରକୁ ନେଇ ଷ୍ଟାଡିୟମ୍‌କୁ ୱ‌ାକ୍‌ କରିବାକୁ ଯାଏ। ମାତ୍ର ମୋ ପାଇଁ ଖେଳାଳିମାନଙ୍କ ଅଭ୍ୟାସରେ ବାଧାପ୍ରାପ୍ତ ହୁଏ ତାହା ମିଛ।’

ଏହି ଘଟଣାର ସତ୍ୟତା ଜାଣିବା ପାଇଁ ଗଣମାଧ୍ୟମ ସଂସ୍ଥା ‘ଦ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌’ର ଟିମ୍‌ ଏକ ସପ୍ତାହ ଧରି ସଂଧ୍ୟାରେ ଷ୍ଟାଡିୟମ୍‌କୁ ଯାଇଥିଲେ। ସେଠାରେ ସେମାନେ ଦେଖିବାକୁ ପାଇଥିଲେ ଯେ ୬.୩୦ ବେଳୁ ଷ୍ଟାଡିୟମ୍‌ର ସିକ୍ୟୁରିଟି ପଡ଼ିଆ ଖାଲି କରିବାକୁ ସଭିଙ୍କୁ ସୂଚାଇ ଦେଉଥିଲେ। ତା’ର ଠିକ୍‌ କିଛି ସମୟ ପରେ ସଂଜୀବ ଖିର୍‌ୱାର୍‌ ତାଙ୍କ କୁକୁରକୁ ନେଇ ସେଠାରେ ପହଞ୍ଚୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe