ବିବାହ ପୂର୍ବ ଦିନ ମନପସନ୍ଦର ଖାଇବା ତିଆରି କରିଥିଲେ ପରିବାର ଲୋକେ, ଖାଇବା ପରେ ଚାଲିଗଲା କନ୍ୟାର ଜୀବନ

Advertisment
ବିବାହ ପୂର୍ବ ଦିନ ମନପସନ୍ଦର ଖାଇବା ତିଆରି କରିଥିଲେ ପରିବାର ଲୋକେ, ଖାଇବା ପରେ ଚାଲିଗଲା କନ୍ୟାର ଜୀବନ

ଛିନ୍ଦୱାରା: ମଧ୍ୟପ୍ରଦେଶର ଛିନ୍ଦୱାରାଠାରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ କଲା ଭଳି ଘଟଣା। ବିବାହର ଦିନକ ପୂର୍ବରୁ ଚାଲିଯାଇଛି କନ୍ୟାର ଜୀବନ। ଝିଅ ଶାଶୁଘରକୁ ଚାଲିଯିବ ବୋଲି ପରିବାର ଲେ‌ାକେ ଝିଅର ମନପସନ୍ଦର ଖାଦ୍ୟ ତିଆରି କରିଥିଲେ। ହେଲେ ଖାଦ୍ୟ ଖାଇବା ପରେ ଝିଅର ଜୀବନ ଚାଲିଯିବ ବୋଲି କାହାକୁ ଜଣାନଥିଲା।

ସୂଚନା ମୁତାବକ, ଶୁକ୍ରବାର ବିବାହ ଥିବା ବେଳେ ଗୁରୁବାର ସକାଳେ କନ୍ୟାକୁ ଜଳଖିଆରେ ଢ଼ୋକଲା ଖାଇବାକୁ ଦେଇଥିଲେ ପରିବାର ଲୋକେ। ଢ଼ୋକଲା ଖାଇବା ପରେ କନ୍ୟାର ତଣ୍ଟିରେ ଖାଦ୍ୟ ଅଟକିବା ସହ ଖାଦ୍ୟ ନଳୀ ବନ୍ଦ ହୋଇଯାଇଥିଲା। ଜୋରରେ କ‌ାଶ ହେବାରୁ କନ୍ୟାକୁ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ପହଞ୍ଚିବା ପରେ କନ୍ୟାର ମୃତ୍ୟୁ ଘଟିଥିଲା ବୋଲି ଜଣାପଡ଼ିଛି।

ଘଟଣା ପରେ ମୃତ କନ୍ୟାଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ପୁଲିସ ଏବେ ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ସହ ଜଳଖିଆରେ କନ୍ୟା ଖାଇଥିବା ଢ଼ୋକଲାକୁ ପରୀକ୍ଷା ପାଇଁ ପଠାଇଛି ପୁଲିସ। କୁହାଯାଉଛି ଯେ ବର ଏବଂ ତାଙ୍କ ପରିବାର ଲୋକେ ପୁଣେରୁ ନାଗପୁରକୁ ବିବାହ ପାଇଁ ପହଞ୍ଚି ସାରିଥିଲେ। ହେଲେ କନ୍ୟାର ମୃତ୍ୟୁ ହେବା ପରେ ସେମାନଙ୍କୁ ତୁରନ୍ତ ଏହା ବିଷୟରେ ଅବଗତ କରାଯାଇଥିଲା। ଏହା ଶୁଣି ସେମାନେ ଦୁଃଖପ୍ରକାଶ କରିବା ସହ ପୁଣେ ଫେରିଯାଇଥିବା ଜଣାପଡ଼ିଛି।

କନ୍ୟାଙ୍କ ମୃତ୍ୟୁ ଖାଦ୍ୟ ନଳୀରେ ଖାଇବା ଫସିଯିବାରୁ ହୋଇଛି କି ଏହା ପଛରେ ଅନ୍ୟ କିଛି କାରଣ ଅଛି, ତାହା ଜାଣିବା ପାଇଁ ଏବେ ପୁଲିସ ତଦନ୍ତ ଅରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe