ଏଥର ଆସାମରୁ ରାଜ୍ୟସଭାକୁ ଯାଇପାରିବେ ନାହିଁ ମନମୋହନ ସିଂ

Advertisment
କର୍ତ୍ତାରପୁର କରିଡର ଉଦଘାଟନ ସମାରୋହ ପାଇଁ ମନମୋହନ ସିଂଙ୍କୁ ନିମନ୍ତ୍ରଣ କଲେ ଇମ୍ରାନ ଖାଁ

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ରାଜ୍ୟସଭା ସଦସ୍ୟ କାର୍ଯ୍ୟକାଳ ଆସନ୍ତା ମାସ ଅର୍ଥାତ ଜୁନ ୧୨ରେ ଶେଷ ହେଉଛି । ଗତ ୩୦ ବର୍ଷ ହେଲା ଅର୍ଥାତ୍‌ ୫ ଥର ପାଇଁ ସେ ଆସାମରୁ ରାଜ୍ୟସଭାକୁ ଯାଉଥିଲେ । କିନ୍ତୁ ଏଥର ଆସମ ବିଧାନସଭାରେ କଂଗ୍ରେସର ଆବଶ୍ୟକ ସଦସ୍ୟ ନଥିବାରୁ ତାଙ୍କୁ ଏଠାରୁ ମନୋନୀତ କରିବା ସମ୍ଭବ ହେବ ନାହିଁ । ସେଥିପାଇଁ ତାଙ୍କୁ ଅନ୍ୟ କୌଣସି ରାଜ୍ୟରୁ ପଠାଇବାକୁ କଂଗ୍ରେସ ଯୋଜନା କରୁଛି ।
୧୨୬ ଆସନ ବିଶିଷ୍ଟ ଆସାମ ବିଧାନସଭାରେ କଂଗ୍ରେସର ମାତ୍ର ୨୬ ଜଣ ସଦସ୍ୟ ଅଛନ୍ତି । କିନ୍ତୁ ରାଜ୍ୟସଭାକୁ ପଠେଇବାକୁ ଅତିକମେ ୩୦ ସଦସ୍ୟ ଅବଶ୍ୟକ ହେଉଥିବାରୁ ଏଥର ମନମୋହନଙ୍କୁ ପଠାଇବା ସମ୍ଭବ ହେଉନାହିଁ । ଆସାମ ବିଧାନସଭାରେ ବିଜେପିର ୬୧ ଓ ଆସାମ ଗଣ ପରିଷଦର ୧୬ ସଦସ୍ୟ ଅଛନ୍ତି । ମନମୋହନ ସିଂ ଗତ ୧୯୯୧ରୁ ଆସମରୁ ରାଜ୍ୟସଭା ସଦସ୍ୟ ରହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe