କାର୍‌ ଚଳାଇବାକୁ ଅନୁମତି ପାଇବା ପରେ, ଏଥର ମହାକାଶକୁ ଯିବେ ସାଉଦୀ ମହିଳା

Advertisment
କାର୍‌ ଚଳାଇବାକୁ ଅନୁମତି ପାଇବା ପରେ, ଏଥର ମହାକାଶକୁ ଯିବେ ସାଉଦୀ ମହିଳା

Image Courtesy of India Today

ନୂଆଦିଲ୍ଲୀ: ମହିଳାମାନଙ୍କୁ କାର୍‌ ଚଳାଇବାକୁ ଅନୁମତି ଦେବାର ଚାରି ବର୍ଷ ବିତିଯିବା ପରେ ପ୍ରଥମ କରି ମହାକାଶକୁ ମହିଳାମାନଙ୍କୁ ପଠାଇବା ଲାଗି ସାଉଦୀ ଆରବ ପ୍ରସ୍ତୁତି ଆରମ୍ଭ କରିଛି।

ଦୀର୍ଘକାଳୀନ ଓ ସ୍ବଳ୍ପକାଳୀନ ମହାକାଶ ଯାତ୍ରାରେ ଯିବା ନିମନ୍ତେ ମହାକାଶଚାରିଣୀମାନଙ୍କୁ ତାଲିମ ଦେବା ନିମନ୍ତେ ଗୁରୁବାର ଦିନ ସାଉଦୀ ଆରବ ପ୍ରଥମ ମହାକାଶଚାରୀ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛି।

୨୦୩୦ରେ ସାଉଦି ଆରବ ପୁରୁଷ ମହାକାଶଚାରୀଙ୍କ ସହିତ ମହିଳା ମହାକଶଚାରୀଙ୍କୁ ଅନ୍ତରୀକ୍ଷକୁ ପ୍ରେରଣ କରିବ।

publive-image Image Courtesy of NDTV

ଏ ସଂକ୍ରାନ୍ତରେ ବିବୃତି ଦେଇ ‘ସାଉଦି ସ୍ପେସ୍‌ କମିସନ୍’ କହିଛି, ସ୍ବାସ୍ଥ୍ୟ, ବହନୀୟତା ଏବଂ ମହାକାଶ ପ୍ରଯୁକ୍ତିବିଦ୍ୟା ଭଳି କ୍ଷେତ୍ରରେ ପ୍ରାଧାନ୍ୟ ଦେଇ ମାନବତାର ଉନ୍ନତି ନିମନ୍ତେ ଏହି କାର୍ଯ୍ୟକ୍ରମଦ୍ବାରା ସାଉଦୀ ମହାକାଶଚାରୀମାନେ ବିଜ୍ଞାନସମ୍ମତ ପରୀକ୍ଷାନିରୀକ୍ଷା ଓଗବେଷଣା କରିବାକୁ ସମର୍ଥ ହେବେ। ‘ଭିଜନ୍‌ ୨୦୩୦ ହେବ ସାଉଦୀ ଆରବ ପାଇଁ ସ୍ମରଣୀୟ ଘଟଣା।

ଏହାଛଡ଼ା, ଆଗାମୀ ମାସମାନଙ୍କରେ ‘ନ୍ୟାସ୍‌ନାଲ୍‌ ସ୍ପେସ୍‌ ‌ଷ୍ଟ୍ରାଟେଜି’ ଆରମ୍ଭ କରିବା ଲାଗି ମଧ୍ୟ ସାଉଦି ଆରବ ଯୋଜନା କରୁଛି। ମହାଶୂନ୍ୟରୁ ମାନବ ସମାଜକୁ ବିଭିନ୍ନ ସେବା ଯୋଗାଇ ଦେବା ନିମନ୍ତେ ସାଉଦି ଆରବର ଉପରୋକ୍ତ ମହାକାଶ କାର୍ଯ୍ୟକ୍ରମ ଉଦ୍ଦିଷ୍ଟ। ଏଥିପାଇଁ ଚଳିତ ବର୍ଷ ପ୍ରାରମ୍ଭରେ ସାଉଦି ଆରବ ‘ହଷ୍ଟନ୍‌ସ୍‌ ଆକ୍ସିଅମ୍‌ ସ୍ପେସ୍‌’ ସହିତ ଘରୋଇ ଭାବେ ରାଜିନାମା ସ୍ବାକ୍ଷର କରିଛି। ‘ହଷ୍ଟନ୍‌ସ୍‌ ଆକ୍ସିଅମ୍‌ ସ୍ପେସ୍‌’ ଯୁକ୍ତରାଷ୍ଟ୍ର ଆମେରିକା ମହାକାଶଯାନରେ ଗବେଷକ ଓ ଟୁରିଷ୍ଟ୍‌ମାନଙ୍କୁ ବେସରକାରୀ ଅଭିଯାନରେ ମହାକାଶକୁ ପଠାଇବା ବ୍ୟବସ୍ଥା ଓ ପରିଚାଳନା କରିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe