ଗୁଜୁରାଟ ପରେ ଏବେ କେଜ୍ରିୱାଲଙ୍କ ଫୋକସରେ ପଞ୍ଜାବ: ଆସନ୍ତାକାଲି ପଞ୍ଜାବ ଗସ୍ତ ସମୟରେ ଦଳରେ ସାମିଲ ହୋଇପାରନ୍ତି ପୂର୍ବ ଆଇପିଏସ୍ ଅଫିସର

Advertisment
ଗୁଜୁରାଟ ପରେ ଏବେ କେଜ୍ରିୱାଲଙ୍କ ଫୋକସରେ ପଞ୍ଜାବ: ଆସନ୍ତାକାଲି ପଞ୍ଜାବ ଗସ୍ତ ସମୟରେ ଦଳରେ ସାମିଲ ହୋଇପାରନ୍ତି ପୂର୍ବ ଆଇପିଏସ୍ ଅଫିସର

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜୁନ ୨୧ ଅର୍ଥାତ ଆସନ୍ତାକାଲି ପଞ୍ଜାବ ଗସ୍ତ କରିବେ । ଗତ ୩ ମାସ ମଧ୍ୟରେ କେଜ୍ରିୱାଲଙ୍କର ଏହା ଦ୍ୱିତୀୟ ପଞ୍ଜାବ ଗସ୍ତ ହେବ । ଆଗକୁ ପଞ୍ଜାବରେ ବିଧାନସଭା ନିର୍ବାଚନ ଥିବା ବେଳେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଏଭଳି ପଞ୍ଜାବ ଗସ୍ତକୁ ନେଇ ପଞ୍ଜାବ ରାଜନୀତି ସରଗରମ ହେଉଛି । କେଜ୍ରିୱାଲ ପଞ୍ଜାବ ଗସ୍ତ କରିବା ପୂର୍ବରୁ ପଞ୍ଜାବୀ ଭାଷାରେ ଏକ ଟ୍ୱିଟ୍ କରି କହିଛନ୍ତି କି, “ପଞ୍ଜାବ ବିକାଶ ଚାହୁଁଛି, ଏହି ବିକାଶ କେବଳ ଆମ୍ ଆଦମୀ ପାର୍ଟି ଦେଇ ପାରିବ ”।

After Gujarat, Arvind Kejriwal In Punjab Tomorrow; May Recruit Ex-Cop ndtv.com

କୁହାଯାଉଛି କି, ଏହି ଗସ୍ତ ବେଳେ କିଛି ଅବସରପ୍ରାପ୍ତ ଆଇପିଏସ ଅଫିସର କେଜ୍ରିୱାଲଙ୍କ ଉପସ୍ଥିତିରେ ପାର୍ଟିରେ ଯୋଗ ଦେଇପାରନ୍ତି । ସେମାନଙ୍କ ମଧ୍ୟରେ କୁମ୍ବର ବିଜୟ ପ୍ରତାପ ସିଂଙ୍କ ନାମ ସର୍ବାଗ୍ରେ ରହିଛି। କହିରଖୁ କି ସାଧାରଣ ନିର୍ବାଚନ ବେଳେ ପଞ୍ଜାବରୁ ଗୋଟିଏ ସାଂସଦ ଆସନ ଜିତିବାରେ ସଫଳ ହୋଇଥିଲେ ବି ୨୦୧୪ ତୁଳନାରେ ରାଜ୍ୟରେ ଆମ୍ ଆଦମୀ ପାର୍ଟିର ଭୋଟ ହାର ବୃଦ୍ଧି ପାଇଥିଲା । ୨୦୧୪ ବିଧାନସଭା ନିର୍ବାଚନରେ ଆପ୍ ପଞ୍ଜାବରେ ଭଲ ପ୍ରଦର୍ଶନ କରିଥିଲା । ମୋଟ ୧୧୭ ଆସନ ବିଶିଷ୍ଠ ପଞ୍ଜାବ ବିଧାନସଭାରେ ପ୍ରଥମ ଥର ନିର୍ବାଚନ ଲଢି ଆମ୍ ଆଦମୀ ପାର୍ଟି ୨୦ ଜଣ ବିଧାୟକଙ୍କୁ ବିଜୟୀ କରାଇଥିଲା ।

ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ କଂଗ୍ରେସ ଭିତରେ ଫାଟ, ଏନଡିଏରୁ ଶିରୋମଣୀ ଅକାଳୀଦଳ ବାହାରି ମୟାବତୀଙ୍କ ସହିତ ମେଣ୍ଟ କରିବା ପରେ ତା’ର ଫାଇଦା ଉଠାଇବାକୁ କେଜ୍ରିୱାଲ ଅଣ୍ଟା ଭିଡିଛନ୍ତି । ଏହା ପୂର୍ବରୁ କେଜ୍ରିୱାଲ ଗୁଜୁରାଟରୁ ସମସ୍ତ ଆସନ ପାଇଁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe