ବେଙ୍ଗାଲୁରୁ: କର୍ଣ୍ଣାଟକର ଏକ କଲେଜ ପ୍ରଶାସନ ବିବାଦକୁ ଆସିଛି। ଛାତ୍ରମାନଙ୍କୁ ଦାଢ଼ି ଟ୍ରିମ୍ କରିବାକୁ ଏବଂ କାଟିବା ପାଇଁ ବାଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ଏହି ପ୍ରସଙ୍ଗରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ମଧ୍ୟ କରାଯାଇଛି। ଛାତ୍ରମାନେ କହିଛନ୍ତି ଯେ ସେମାନଙ୍କୁ ଧମକ ଦିଆଯାଇଥିଲା ଏବଂ ଦାଢ଼ି କାଟିବାକୁ କୁହାଯାଇଥିଲା। ଏପରି ନ କଲେ ପରିଣତ ଭୋଗିବାକୁ ହେବ ବୋଲି କୁହାଯାଇଥିଲା।

Advertisment

କର୍ଣ୍ଣାଟକର ରାଜୀବ ଗାନ୍ଧୀ ବିଶ୍ୱବିଦ୍ୟାଳୟ ସହ ଜଡିତ ହାସନର ସରକାରୀ ନର୍ସିଂ କଲେଜରେ ପଢୁଥିବା କଶ୍ମୀରୀ ଛାତ୍ରମାନେ କହିଛନ୍ତି ଯେ ସେମାନଙ୍କ ଉପରେ ଲାଗୁ କରାଯାଇଥିବା "ଭେଦଭାବ ପ୍ରଶିକ୍ଷଣ ମାନକ" ସେମାନଙ୍କର ଧାର୍ମିକ ତଥା ସାଂସ୍କୃତିକ ଅଧିକାର ବିରୁଦ୍ଧ ଅଟେ। ଜମ୍ମୁ-

କଶ୍ମୀରର ଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ ଅନୁଷ୍ଠାନ ସେମାନଙ୍କୁ ଦାଢ଼ି କାଟିବା କିମ୍ବା ଟ୍ରିମିଂ ପାଇଁ କହିଛି। ସେମାନଙ୍କୁ କୁହାଯାଇଥିଲା ଯେ ଯଦି ଛାତ୍ରମାନେ ଦାଢ଼ି ନ କାଟିବେ କିମ୍ବା ଟ୍ରିମିଂ ନ କରିବେ ତେବେ ସେମାନେ କ୍ଲାସକୁ ଆସିବେ ନାହିଁ। 

ଜମ୍ମୁ-କଶ୍ମୀର ଛାତ୍ର ସଂଘକୁ ଲେଖିଥିବା ଏକ ପତ୍ରରେ ଛାତ୍ରମାନେ କହିଛନ୍ତି ଯେ ଏହି ନୀତି ଛାତ୍ରମାନଙ୍କ ପ୍ରତି ଅଧିକ ଭେଦଭାବ ଆଣିପାରେ। ଆସୋସିଏସନର ଆଇନଜୀବୀ କହିଛନ୍ତି, ଆମେ ଆଶା କରୁଛୁ ଯେ କଲେଜ ପ୍ରଶାସନର କୌଣସି ଚାପ କିମ୍ବା ଦଣ୍ଡନୀୟ କାର୍ଯ୍ୟ ବିନା ଏହି ସମସ୍ୟାର ସମାଧାନ ହୋଇପାରିବ।

କଲେଜ ପ୍ରିନ୍ସିପାଲ୍ ଚନ୍ଦ୍ରଶେଖର ହାଡପଦ ଅଧିକାରୀମାନଙ୍କୁ କହିଛନ୍ତି ଯେ ଏକ ସୁନ୍ଦର ଏବଂ ବୃତ୍ତିଗତ ରୂପ ବଜାୟ ରଖିବା ହେଉଛି ଚାକିରିର ଏକ ଅଂଶ। ବିଶେଷତଃ ନର୍ସିଂ ପରି କ୍ଷେତ୍ରରେ ଶୃଙ୍ଖଳା ଗୁରୁତ୍ୱପୂର୍ଣ୍ଣ। ସେ କହିଛନ୍ତି ଯେ କ୍ଲିନିକାଲ୍ ପ୍ରଶିକ୍ଷକଙ୍କ ସମେତ ସମସ୍ତ ଶିକ୍ଷକଙ୍କ ସହ ଆମର ବିସ୍ତୃତ ଆଲୋଚନା ହୋଇଛି। ଆମେ ବୁଝୁଛୁ ଯେ ସାଂସ୍କୃତିକ ସମ୍ବେଦନଶୀଳତା ଥାଇପାରେ, କିନ୍ତୁ ଆମେ କେବଳ ଏକ ବୃତ୍ତିଗତ ପରିବେଶ ବଜାୟ ରଖିବା ପାଇଁ ଏଭଳି ସଚେତନ କରାଇଥିଲୁ।

ଅଧିକ ପଢ଼ନ୍ତୁ: ମହିଳାଙ୍କୁ ୩ହଜାର, ଯୁବବର୍ଗଙ୍କୁ ୪ହଜାର: ଏମ୍‌ଭିଏର ନିର୍ବାଚନୀ ଇସ୍ତାହାର

କୁହାଯାଉଛି ଯେ ଜମ୍ମୁ-କଶ୍ମୀର ଛାତ୍ର ସଂଗଠନ କର୍ଣ୍ଣାଟକ ସିଏମ ସିଦ୍ଧାରମାୟାଙ୍କୁ ତାଙ୍କର ହସ୍ତକ୍ଷେପ ଲୋଡି ଏକ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ସିଦ୍ଧାରମାୟାଙ୍କ ନିର୍ଦ୍ଦେଶ ଅନୁଯାୟୀ କଲେଜ ପ୍ରଶାସନ କଶ୍ମୀର ଛାତ୍ରମାନଙ୍କ ସହ ଏକ ବୈଠକ କରି ଧାର୍ମିକ ବିଶ୍ୱାସ ପାଇଁ ଛାଡ୍ ପ୍ରଦାନ କରିଛନ୍ତି।

ଅଧିକ ପଢ଼ନ୍ତୁ: ପୁଟିନ୍ ବାଧ୍ୟ ହୋଇ ଯୁଦ୍ଧ ବନ୍ଦ କରିବେ: ଟ୍ରମ୍ପଙ୍କ ଗୁପ୍ତ ଯୋଜନା!